କୋକସରାରେ ‘ଯୋଗ ଦିବସ’

କୋକସରା,୨୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନ ଲଡୁଗାଁ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋକସରା ଓ ଭାଜପା ପକ୍ଷରୁ ମଙ୍ଗଳବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି ଭାବେ ଭେଙ୍କଟେସ୍ବର ଇଂରାଜୀ ମିଡିୟମ ସ୍କୁଲ ର ଅଧ୍ୟକ୍ଷ ତ୍ରିନାଥ ଠାକୁର, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଖବରଦାତା ଶରତ ଚନ୍ଦ୍ର ରାଉତ, ଶିକ୍ଷକ ବୁଦ୍ଧିରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନିରୋଗ ରହିବା ପାଇଁ ଯୋଗ ଓ ପ୍ରାଣାୟମ ପ୍ରତିଦିନ କରିବା ପାଇଁ ପରାମର୍ଶ ଦେଇଥିଲେ। କୋକସରା ସରସ୍ବତୀ ଶିଶୁ ମନ୍ଦିରଠାରେ ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ମାନେ ଯୋଗ ଓ ପ୍ରାଣାୟମ କରିଥିଲେ। କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନ୍‌.ସି.ସି., ଏନ୍‌.ଏସ୍‌.ଏସ୍‌ ଓ ୟୁଥ ରେଡ଼କ୍ରସର ଛାତ୍ରଛାତ୍ରୀମାନେ ଯୋଗ ଦିବସ ପାଳନ କରିଛନ୍ତି । ଅଧ୍ୟାପକ ଅଶ୍ୱିନୀ ପଟ୍ଟନାୟକ, ସୁବ୍ରତ ବେହେରା, ଅଇରୀ ନାସନ ଚିନ୍ଦା ସମେତ କର୍ମଚାରୀ ଉପସ୍ଥିତ ରହିଥିଲେ। ସେହି ପରି କୋକସରା ଭାଜପା ମଣ୍ଡଳ ପକ୍ଷରୁ ମଧ୍ୟ କୋକସରା, ମୋଟେର ଓ ଆମପାଣିଠାରେ ଯୋଗ ଦିବସ ପାଳିତ ହୋଇଯାଇଛି ।