ଏନ୍‌ଆର୍‌ଆର୍‌ଆଇରେ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀ ଉଦ୍‌ଘାଟିତ: ‘ଜଳବାୟୁ ପରିବର୍ତ୍ତନରେ ଧାନ ଉତ୍ପାଦନ ବୃଦ୍ଧି ପ୍ରମୁଖ ଆହ୍ବାନ’

କଟକ,୧୯ା୧ (କାର୍ତ୍ତିକ ସାହୁ): କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଖାଦ୍ୟ ଉପଲବ୍ଧ କରାଇବା ଜରୁରି ହୋଇଛି। କୃଷକମାନଙ୍କ ପାଇଁ ଜୀବିକା ଯୋଗାଇବା ନିମନ୍ତେ ଭଲ ଫସଲ ଅମଳର ଆବଶ୍ୟକତା ରହିଛି। ସଂପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପତ୍ନ୍ନ ହେଉଥିବା ପରିବେଶଜନିତ ସମସ୍ୟାଗୁଡିକର ସମାଧାନ ସହ ଧାନ ଉତ୍ପାଦନ ବୃଦ୍ଧି ବୈଜ୍ଞାନିକମାନଙ୍କ ପାଇଁ ପ୍ରମୁଖ ଆହ୍ବାନ ହୋଇଛି। କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଫସଲ ବିଜ୍ଞାନ ବିଭାଗର ଉପ ମହାନିର୍ଦ୍ଦେଶକ ଡ. ତିଲକ ରାଜ ଶର୍ମା ଉଦ୍‌ଘାଟନ କରି ଏହି ମତବ୍ୟକ୍ତ କରିଛନ୍ତି।
ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ) ଓ କୃଷି ଅନୁସନ୍ଧାନ ପରିଚାଳନା ସମାଜ (ଏସ୍‌ଏଆର୍‌ଏମ୍‌)ର ମିଳିତ ସହଯୋଗରେ ଶୁକ୍ରବାରଠାରୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ସ୍ଥାୟୀ କୃଷି ପଦ୍ଧତି ମାଧ୍ୟମରେ ଆର୍ଥିକ ବିକାଶ ଶୀର୍ଷକରେ ଷଷ୍ଠ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀ ଆଗ୍ରିଭିଜନ୍‌-୨୦୨୪ ଆରମ୍ଭ ହୋଇଛି। ବିଶିଷ୍ଟ ଅତିଥି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ପ୍ରଫେସର ଡ. ରବିନାରାୟଣ ଆଚାର୍ଯ୍ୟ ଔଷଧୀୟ ବୃକ୍ଷଲତାର ବହୁତ ଚାହିଦା ରହିଛି ଓ କୃଷକମାନେ ଏ ଉପରେ ବି ଧ୍ୟାନ ଦେଇପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ, କୃଷି କହିଲେ ଧାନ ଓ ଧାନ କହିଲେ କୃଷିକୁ ବୁଝାଏ। କୃଷକମାନେ ଗୋଷ୍ଠୀଗତ ଭାବେ ଚାଷକାର୍ଯ୍ୟ କଲେ ଅଧିକ ସୁଫଳ ମିଳିପାରିବ। ଏନ୍‌ଆର୍‌ଆର୍‌ଆଇର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ଅଧ୍ୟକ୍ଷତା କରି କହିଲେ, ଜଳବାୟୁ ପ୍ରତିରୋଧକ, ବାୟୋଫର୍ଟିିଫାଏଡ୍‌ ଓ ହର୍ବିସାଇଡ୍‌ ପ୍ରତିରୋଧକ କିସମ ସହ ୧୭୯ଟି ଅଧିକ ଅମଳକ୍ଷମ ଧାନ ଏଠାକାର ବୈଜ୍ଞାନିକମାନେ ବିକଶିତ କରିପାରିଛନ୍ତି। ସ୍ଥାୟୀ କୃଷି ପ୍ରଥାକୁ ପ୍ରୋତ୍ସାହିତ କରିବା, ମିଥେନ୍‌ ଓ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଓ ଜଳବାୟୁ ସ୍ମାର୍ଟ କୃଷିକୁ ସୁହାଇବା ନିମନ୍ତେ ଏବେ ଗବେଷଣା ଅବିରତ ଜାରି ରହିଛି।
ମୁଖ୍ୟ ଅତିଥି ଡ. ଶର୍ମା ଏନ୍‌ଆର୍‌ଆର୍‌ଆଇ ପରିସରରେ ନୂତନ ଜୈବ-ସାର ୟୁନିଟ୍‌, ପକ୍ଷୀ-ପଶୁ ଜୈବ ବିବିଧତା ୟୁନିଟ୍‌ ଓ କାଫେଟେରୀଆର ଉଦ୍‌ଘାଟନ କରିଥିଲେ। ଡ. ଶର୍ମା ଫାର୍ମପ୍ଲଟ୍‌ ଏବଂ ଜିନୋମିକ୍ସ ଗବେଷଣାଗାର ପରିଦର୍ଶନ କରିବା ସହ ପ୍ରକାଶନ, ପେଟେଣ୍ଟ, ପ୍ରକ୍ରିୟା ଏବଂ ସହଭାଗୀତା ଉପରେ ଗୁୁରୁତ୍ୱାରୋପ କରିଥିଲେ। ଭାରତ ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ବୈଜ୍ଞାନିକ, ଗବେଷକ, ଛାତ୍ରୀଛାତ୍ରମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି। ତିନିଦିନିଆ ସମ୍ମିଳନୀରେ ସେମିନାର ଆଲୋଚନା, ବୈଜ୍ଞାନିକ ଅଧିବେଶନ, ପ୍ୟାନେଲ୍‌ ଆଲୋଚନା, କର୍ମଶାଳା, ବକ୍ତୃତା, ମୌଖିକ ଏବଂ ପୋଷ୍ଟର ଉପସ୍ଥାପନା, କୃଷକ ସମ୍ପର୍କ, ପ୍ରଦର୍ଶନୀ ଇତ୍ୟାଦିର ଆୟୋଜନ କରାଯାଇଛି। ଏହି ଅବସରରେ ଡ. ଅମରେଶ କୁମାର ନାୟକ, ପ୍ରଫେସର ଚିତ୍ତରଞ୍ଜନ କୋଲେ, ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ସୁପ୍ରଖ୍ୟାତ ବୈଜ୍ଞାନିକମାନଙ୍କୁ ଏସ.ଏ.ଆର.ଏମ ସଂସ୍ଥା ଦ୍ୱାରା ଆଜୀବନ ସିଦ୍ଧି ସମ୍ମାନରେ ସମ୍ମାନିତ କରାଯାଇଛି।
ସମ୍ମିଳନୀର ଆବାହକ ଡ. ଏମ୍‌. ଜେ. ବେଗ୍‌ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିବ୍ୟାଂଶୁ ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri