ଅନ୍ତଃରାଷ୍ଟ୍ରୀୟ ଖେଳାଳି ଏବେ ଚାଷୀ

ଉମରକୋଟ,୧।୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅନ୍ତଃରାଷ୍ଟ୍ରୀୟ ଭାରୋତ୍ତୋଳନକାରୀ ଅରୁଣ ସାନ୍ତା। ଦେଶ ପାଇଁ ପ୍ରତିନିଧିତ୍ୱ କରି ଦୁଇଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡ଼ା ଜାତୀୟସ୍ତରରେ ମଧ୍ୟ ତାଙ୍କ ନାମରେ ରହିଛି ଅନେକ ପଦକ। ଅଲିମ୍ପିକ ଖେଳି ଦେଶ ପାଇଁ ଆହୁରି ଗୌରବ ଆଣିବା ଥିଲା ତାଙ୍କ ଲକ୍ଷ୍ୟ। ଅର୍ଥାଭାବ ବେଳେ ସରକାରୀ ସହାୟତା ନ ମିଳିବାରୁ ଅଲିମ୍ପିକ ଖେଳିବା ସ୍ବପ୍ନ ତାଙ୍କର ଅଧୁରା ରହିଗଲା। ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ଦାଉ ସାଧିଲା କରୋନା। ଭୁବନେଶ୍ୱର ଛାଡ଼ି ଏବେ ଗାଁରେ ନିଜ ଓ ଅନ୍ୟମାନଙ୍କ ଜମିରେ ଚାଷ କାମ କରୁଛନ୍ତି ଅରୁଣ। ସରକାରୀ ସହାୟତା ଯୋଗାଇ ଦେଲେ ସେ ପୁଣିଥରେ ଖେଳରେ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି।
ପ୍ରଥମରୁ ତୃତୀୟ ଶ୍ରେଣୀଯାଏ ଝରିଗାଁ ତାରାକାନାଡ ସ୍କୁଲରେ ଅରୁଣଙ୍କ ପାଠପଢା। ଚତୁର୍ଥରୁ ସପ୍ତମ ଶ୍ରେଣୀଯାଏ ବଡ଼ଭରଣ୍ଡି ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେହିଠାରୁ ବ୍ରହ୍ମପୁର ସ୍ପୋଟର୍‌ସ ହଷ୍ଟେଲରେ ରହି ଭାରୋତ୍ତୋଳନ ତାଲିମ ନେଇଥିଲେ। ସେଠାରୁ ସେ ଭାରୋତ୍ତୋଳନରେ ବିଭିନ୍ନ ଜାତୀୟ ଅନ୍ତଃଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ୨୦୧୨ରେ ମ୍ୟାନ୍‌ମାରରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନଶିପ୍‌, ନ୍ୟୁଜିଲାଣ୍ଡରେ ହୋଇଥିବା କମନ୍‌ ଓ୍ବେଲ୍‌ଥ ଗେମ୍‌ରେ ତାଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିଲା। ଏହାଛଡ଼ା ଜାତୀୟସ୍ତରରେ ଦିଲ୍ଲୀ, ହରିୟାଣା ଓ ମହାରାଷ୍ଟ୍ରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅରୁଣ ସ୍ବର୍ଣ୍ଣ, ବ୍ରୋଞ୍ଜ ଭଳି ପଦକ ଜିତି ପାରିଥିଲେ। ଅଲିମ୍ପିକ ଖେଳିବା ତାଙ୍କର ଲକ୍ଷ୍ୟ ଥିଲା। କିନ୍ତୁ ସେହି ସମୟରେ ସରକାରୀ ସହାୟତା ମିଳି ନ ଥିବାରୁ ତାହା ସମ୍ଭବ ହେଲା ନାହିଁ ବୋଲି ଅରୁଣ କହିଛନ୍ତି। ଏହାପରେ କିଛି ଦିନ ଭୁବନେଶ୍ୱରର ଗୋଟିଏ ଜିମ୍‌ରେ କାମ କରିଥିଲି। ଜିମ୍‌ ବନ୍ଦ ହୋଇଯିବାରୁ ଲକ୍‌ଡାଉନ୍‌ରେ ଘରକୁ ଆସି ଚାଷକାମ କରୁଛି ବୋଲି ଅରୁଣ କହିଛନ୍ତି। ଉମରକୋଟରେ ଗୋଟିଏ ସ୍ପୋର୍ଟସ ଏକାଡେମୀ ଖୋଲିବାକୁ ଇଚ୍ଛା। କିନ୍ତୁ ସେଥିପାଇଁ ବହୁତ ଟଙ୍କା ଦରକାର। ଆମ ଅଞ୍ଚଳରେ ଅନେକ ପ୍ରତିଭାବାନ୍‌ ପିଲା ଅଛନ୍ତି। ତାଲିମ ମିଳିଲେ ଦେଶ ପାଇଁ ନାଁ କରିପାରିବେ। ମୁଁ ଖେଳ ପାଇଁ ସମୟ ଦେଇ ପାଠ ପଢି ପାରିଲି ନାହିଁ। କେନ୍ଦ୍ର କିମ୍ବା ରାଜ୍ୟ ସରକାର ସହାୟତା ଯୋଗାଇ ଦେଲେ ଖୁସି ହୋଇଥାଆନ୍ତି ବୋଲି ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri