Posted inଖେଳ

ଜିଏମ୍‌ ଜୟସନ୍‌ଙ୍କୁ ହରାଇଲେ ପ୍ରିଅଂଶ

ଭୁବନେଶ୍ୱର, ୩୧।୧(ତପନ ସ୍ବାଇଁ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ଫେଷ୍ଟିଭାଲର ଚତୁର୍ଥ ରାଉଣ୍ଡ ଖେଳ ମଙ୍ଗଳବାର ଶେଷ ହୋଇଛି। ଓଡ଼ିଆ ଖେଳାଳି ପ୍ରିଅଂଶ ଦାସ ଚମତ୍କାର ଖେଳ ପ୍ରଦର୍ଶନ କରି ୯୫ତମ ଚାଲ୍‌ରେ ଫିଲିପାଇନ୍ସ ଗ୍ରାଣ୍ଡମାଷ୍ଟର ଗୋଞ୍ଜାଲେଜ ଜୟସନଙ୍କୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସେହିପରି ଅନ୍ତର୍ଜାତୀୟ ମାଷ୍ଟର ସମ୍ବିତ ପଣ୍ଡା ପ୍ରତିପକ୍ଷ ଶ୍ରାୟନ ମଜୁମଦାରଙ୍କୁ ପରାସ୍ତ କରିଛନ୍ତି। ନିଲସୁ ପଟ୍ଟନାୟକ ଗ୍ରାଣ୍ଡମାଷ୍ଟର ସାୟନ୍ତନ ଦାସଙ୍କଠାରୁ ହାରିଥିବାବେଳେ ମହିଳା ଅନ୍ତର୍ଜାତୀୟ ମାଷ୍ଟର ସାଇନା ସାଲୋନିକା ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି ଶ୍ରୀଲଙ୍କାର ଆଇଏମ୍‌ ଲିଆଙ୍ଗେ ରାନିଣ୍ଡୁ ଦିଲସାନଙ୍କ ସହ ଏବଂ ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର ପ୍ରତିଦ୍ୱନ୍ଦ୍ୱୀ ନିତିନ ବାବୁଙ୍କ ସହ ମ୍ୟାଚ ଡ୍ର ରଖିଛନ୍ତି।
ପ୍ରଥମ ବୋର୍ଡରେ ଫିଡେ ମାଷ୍ଟର କେରଳର ଗୌତମ କ୍ରିଷ୍ଣା ଇରାନର ଅନ୍ତର୍ଜାତୀୟ ମାଷ୍ଟର ତହବାଜ ଆର୍‌ଶଙ୍କ ସହ ବାଜି ଡ୍ର ରଖିଛନ୍ତି। ସେହିପରି ତେଲେଙ୍ଗାନାର ବିଗ୍ନେଶ ଭେମୁଲା-ଆଇଏମ୍‌ ଅଡି ଅମେୟ, ଭିଏତନାମ ଗ୍ରାଣ୍ଡମାଷ୍ଟର ନଗୁଏନ ଭାନ୍‌ ହୁଇ-ଗ୍ରାଣ୍ଡମାଷ୍ଟର ଦୀପ୍ତାୟନ ଘୋଷ, ଇଜିପ୍ଟ ଜିଏମ୍‌ ଫଜି ଆଧାମ-ଆଇଏମ୍‌ ରାଜେଶ ଭି.ଏ.ଭି.ଙ୍କ ମ୍ୟାଚ ମଧ୍ୟ ଡ୍ର ରହିଛି। ତେବେ ଫିଲିପାଇନ୍ସର ଆକ୍ୱିନୋ ଜେଥ୍ରୋ ଡିନୋ ବିପକ୍ଷ ଖେଳାଳି କୌସ୍ତୁଭ କୁଣ୍ଡୁଙ୍କୁ ହରାଇ ଦେଇଛନ୍ତି। ୪ ରାଉଣ୍ଡ ଶେଷରେ କେରଳ ଫିଡେମାଷ୍ଟର ଗୌତମ କ୍ରିଷ୍ଣା, ଜମ୍ମୁ-କଶ୍ମୀରର ସୋହମ କମୋତ୍ରା, ତେଲେଙ୍ଗାନାର ବିଗ୍ନେଶ ଭେମୁଲା, ପଶ୍ଚିମବଙ୍ଗର ଶୁଭାୟନ କୁଣ୍ଡୁ, ଇରାନ ଆଇଏମ୍‌ ତହବାଜ ଅରଶ, ଗୋଆ ଆଇଏମ୍‌ ଅଡି ଅମେୟ ଓ ମଧ୍ୟ ପ୍ରଦେଶ ଫିଡେମାଷ୍ଟର ଆୟୂଷ ଶର୍ମା ପ୍ରମୁଖ ୩.୫ ପଏଣ୍ଟ ଲେଖାଏ ପାଇ ମିଳିତଭାବେ ଅଗ୍ରଣୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri