ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଫେକ୍‌ କଲ୍‌ ସେଣ୍ଟର

ଭୁବନେଶ୍ୱର,୧୭ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ଚାଲିଥିଲା ବଙ୍ଗୀୟ ସାଇବର ଠକଙ୍କ ଅନ୍ତର୍ଜାତୀୟ କଲ୍‌ ସେଣ୍ଟର। ଓଡ଼ିଶାରେ ବସି ବୈଷୟିକ ଉପକରଣ ଜରିଆରେ ଦେଶ ବିଦେଶର ଲୋକଙ୍କୁ ଫସାଇ ଟଙ୍କା ଠକୁଥିଲେ। ଏହା ଜଣାପଡ଼ିବା ପରେ କମିଶନରେଟ୍‌ ପୋଲିସ ବୁଧବାର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ବଳଭଦ୍ରପୁରସ୍ଥିତ ଜଟଣୀ ରୋଡ ପାର୍ଶ୍ୱରେ ଥିବା କୋକିଳା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ୬ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛି। ସାଇବର ଠକମାନେ ଆପାର୍ଟମେଣ୍ଟ ଏ’ ବ୍ଲକ୍‌ର ଦ୍ୱିତୀୟ ମହଲାସ୍ଥିତ ୨୦୫ ନମ୍ବର ଫ୍ଲାଟ୍‌କୁ ଭଡ଼ାରେ ନେଇ ଏହି ନେଟ୍‌ୱର୍କ ଚଳାଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ କୋଲ୍‌କାତାର ସମୀର ମୋବିନ(୨୬), ଏମ୍‌ଡି. ଜାଭେଦ ହୁସେନ୍‌ (୨୬), ଏମ୍‌ଡି. ତୋସିଫ୍‌ (୨୩), ଫୈଜାନ୍‌ ଆଲାମ୍‌ (୨୪), ସାଇବ ରାଜା (୨୨) ଓ ଏମ୍‌ଡି. ହାଇଦର ଅଲ୍ଲି (୩୪)। ଉକ୍ତ ଫ୍ଲାଟ୍‌ରୁ ୬ଟି ଲାପଟପ୍‌, ୧୧ଟି ମୋବାଇଲ ସମେତ ଜିଓ ଏୟାର ଫାଇବର, କେବୁଲ୍‌, ୱାଇ-ଫାଇ ରାଉଟର ଆଦି ଜବତ ହୋଇଛି।

ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ଏନେଇ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଆଇଟି ଆକ୍ଟ ଓ ଇଣ୍ଡିଆନ ଟେଲିଗ୍ରାଫ୍‌ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା (ନଂ.୨୬୪/୨୦୨୪) ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୋଲିସ ପକ୍ଷରୁ ଅଧିକ ପଚରାଉଚରା କରାଯାଉଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅଧିକ ତଦନ୍ତ ପାଇଁ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

ତଦନ୍ତ ବେଳେ ଜଣାପଡ଼ିଛି, ଠକମାନେ ମାକାଫି ଏବଂ ନୋର୍ଟନ୍‌ ଆଣ୍ଟିଭାଇରସ୍‌ ସବ୍‌ସ୍କ୍ରାଇବର୍‌ ଥିବା ଦେଶ ଓ ବିଦେଶର ଗ୍ରାହକମାନଙ୍କୁ ଟାର୍ଗେଟ୍‌ କରୁଥିଲେ। ଅଭିଯୁକ୍ତମାନେ ନିଜକୁ ମାକାଫି ଏବଂ ନୋର୍ଟନ୍‌ର କଷ୍ଟମର୍‌ କେୟାର ଅଧିକାରୀ ବୋଲି ପରିଚୟ ଦେଉଥିଲେ। ଗ୍ରାହକମାନଙ୍କୁ ବିଭିନ୍ନ ସମସ୍ୟା ଥିବା ଜଣାଇ ପ୍ରଥମେ ଫେକ୍‌ ମେଲ୍‌ ପଠାଉଥିଲେ। ଉକ୍ତ ମେଲ୍‌ରେ (+୧୮୪୫୪୭୮୪୨୩୬) ନମ୍ବର ଦିଆଯାଉଥିଲା। ଉକ୍ତ ନମ୍ବରକୁ ଗ୍ରାହକମାନେ କଲ୍‌ କରିବା ପରେ ସାଇବର ଠକମାନେ ସେମାନଙ୍କୁ ଫସାଉଥିଲେ। କଲ୍‌ ଆସିବା ପରେ ତାହା ସ୍କାଇପ୍‌ ଓ ଭିଓଆଇପି କଲ୍‌କୁ ବଦଳି ଯାଉଥିଲା। ଏହାପରେ ସାଇବର ଠକମାନେ କଲ୍‌ କରିଥିବା ଗ୍ରାହକଙ୍କ ଲାପଟପ୍‌ ଓ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ନେଉଥିଲେ। ପରେ ଠକମାନେ ଗିଫ୍‌ଟ କାର୍ଡ ଜରିଆରେ ଡଲାର ଟଙ୍କା ପଠାଇବା ପାଇଁ ଦାବି କରୁଥିଲେ। ଗ୍ରାହକମାନେ ଗିଫ୍ଟ କାର୍ଡ ପଠାଇବା ପରେ ଠକମାନେ ବିଭିନ୍ନ ମାଧ୍ୟମରେ ହାୱାଲା କାରବାର ଜରିଆରେ ଉକ୍ତ ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର କରିନେଉଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ୍‌ କରିଥିଲେ। ସାଇବର ଠକଙ୍କ ଲୋକେଶନ୍‌କୁ କମିଶନରେଟ୍‌ ପୋଲିସକୁ କେନ୍ଦ୍ରୀୟ ଏଜେନ୍‌ସି ପଠାଇଥିଲା। ମଙ୍ଗଳବାର ସାଇବର ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ଏହାର ପ୍ରମାଣ ମିଳିଥିଲା। ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନାମରେ ଉକ୍ତ ଫ୍ଲାଟ୍‌ ଥିବାବେଳେ ଅଭିଯୁକ୍ତମାନେ ଭଡ଼ାରେ ନେଇ ନେଟୱର୍କ ଚଳାଉଥିଲେ।

ତେବେ ଉକ୍ତ ଟୋଲଫ୍ରି ନମ୍ବରର (+୧) ୟୁଏସ୍‌ଏ, କାନାଡା ଓ କିଛି କାରବିୟାନ ଦେଶର କଣ୍ଟ୍ରି କୋଡ୍‌ ହୋଇଥିବାବେଳେ ଉକ୍ତ ଦେଶର ଲୋକଙ୍କୁ ଠକମାନେ ଅଧିକ ଟାର୍ଗେଟ୍‌ କରୁଥିଲେ ବୋଲି ଜଣାପଡ଼ିଛି। ତେବେ ଏହି ଠକମାନେ ଅନ୍ୟ ଉପାୟରେ ମଧ୍ୟ ଠକୁଥିବା ଆଶଙ୍କା କରାଯାଉଛି। ଏପରିକି ନିକଟରେ ସିମ୍‌ବକ୍ସ ମାମଲାରେ ଗିରଫ ହୋଇଥିବା ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳଙ୍କ ସହ ଲିଙ୍କ୍‌ ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି। ଏନେଇ ଡିସିପି ପିନାକ ମିଶ୍ର କହିଛନ୍ତି, ଜବତ ହୋଇଥିବା ବୈଷୟିକ ଉପକରଣକୁ ସାଇବର ବିଶେଷଜ୍ଞ ଦଳ ଯାଞ୍ଚ କରୁଛି। ତଦନ୍ତର ଅଗ୍ରଗତି ପରେ ଏନେଇ ବହୁତ କିଛି ଜଣାପଡ଼ିବ ବୋଲି ଡିସିପି ମିଶ୍ର କହିଛନ୍ତି। ତେବେ ଉକ୍ତ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ଗଣେଶ ପୂଜା ପରେ ଏଠାରେ ରହିଥିଲେ। ଯୁବକମାନେ କୌଣସି ଲୋକଙ୍କ ସହ କଥାବର୍ତ୍ତା ହେଉ ନ ଥିଲେ। ଉକ୍ତ ଫ୍ଲାଟ୍‌ ସବୁବେଳେ ବନ୍ଦ ରହୁଥିଲା। ତେବେ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିବାବେଳେ କାର୍‌ରେ ଯାତାୟାତ କରୁଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri