ଦିନ ମଜୁରିଆରୁ ଅନ୍ତର୍ଜାତୀୟ କ୍ରିକେଟର

କଟକ,୨୯ା୮(ସୁପ୍ରିୟା ପ୍ରିୟଦର୍ଶିନୀ):କେନ୍ଦୁଝର ହାଟଡିହି ବ୍ଲକର ଜଞ୍ଜଣା ଗ୍ରାମର ଝିଲି ବିରୂଆ। ପିଲାଟିବେଳୁ ପରିବାରର ଦୁଃଖ, କଷଣ ସହି ଆସୁଥିବା ଝିଲ୍ଲୀ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଛନ୍ତି। ସେ ଇଂଲଣ୍ଡରୁ ଆଇବିଏସଏ ୱାଲର୍‌ଡ ଟୁର୍ଣ୍ଣମେଣ୍ଟର ଖେଳି ସୋମବାର ଭାରତ ଫେରିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି। ଅଲରାଉଣ୍ଡର ଭାବରେ ଝିଲି ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୧୨ରେ ଓଡିଶା ପାଇଁ ଖୋଳିବା ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି। ୨୦୨୨ ଜାତୀୟ ଟୁର୍ନାମେଣ୍ଟରେ ପ୍ରଦର୍ଶନ ଆଧାରରେ ୨୦୨୩ରେପ୍ରଥମ ଥର ଭାରତୀୟ ଦଳକୁ ଡାକରା ମିଳିଥିଲା।
ତେବେ ଦିନ ମଜୁରିଆରୁ ଜାତୀୟ ଦଳରେ ସ୍ଥାନ ପାଇବା ଯାତ୍ରା ଝିଲିଙ୍କ ପାଇଁ ସଂଘର୍ଷ ପୂର୍ଣ୍ଣଥିଲା। ବାପା-ମା’ ଛେଉଣ୍ଡ ଝିଲି ଜେଜେମା’ଙ୍କ ପାଖରେ ଲାଳନପାଳନ ହୋଇଛନ୍ତି। ବାପା ସୁଦର୍ଶନ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିଲା। ଝିଲ୍ଲୀଙ୍କ ଦୁଇ ଭାଇ ମଧ୍ୟ ମଜୁରିଆ ଭାବରେ କାମ କରୁଥିଲେ। ପିଲାଟି ବେଳୁ ଦୃଷ୍ଟିଶକ୍ତି କ୍ଷୀଣ ଥିବା ବେଳେ ଗାଁର ଜଣେ ଭାଇଙ୍କ ସହଯୋଗରେ ଭଦ୍ରକର ଏକ ଆବାସିକ ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ହିଁ କ୍ରିକେଟ ଖେଳ ଆରମ୍ଭ କରିଥିଲେ ଝିଲି। ଏହା ପରେ ଭଦ୍ରକ ଜିଲା ପକ୍ଷରୁ ଖେଳିଥିଲେ। ୨୦୨୦ରେ କୋଭିଡ଼ ଯୋଗୁଁ ସ୍କୁଲ ଯିବା ବନ୍ଦ କରିଦେଲେ। ବାପାଙ୍କ ପରଲୋକ ପରେ ସମ୍ପର୍କୀୟ ଭଉଣୀଙ୍କ ସହ ଦିନ ମଜୁରିଆ ଭାବେ କାମ କରିବାକୁ ଖୋର୍ଦ୍ଧାକୁ ଯାଇଥିଲେ। ଦିନକୁ ୩୫୦ ଟଙ୍କା ମଜୁରୀରେ ଖଟିଥିଲେ। ହେଲେ ଗାଁରେ ଜେଜେମା’କୁ ଛାଡ଼ି ଯାଇଥିବାରୁ କିଛି ଦିନ ପରେ କେନ୍ଦୁଝରକୁ ସେ ଫେରି ଆସିଥିଲେ। ଦୁଇ ଭାଇ କାମରେ ଯାଉଥିବାରୁ ଜେଜେମା’ଙ୍କ ଦେଖାଶୁଣା କରିବା ଝିଲ୍ଲୀଙ୍କ ମୁଖ୍ୟ ଦାୟିତ୍ୱ ଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ ଜାଫର ଇକବାଲଙ୍କ ସହ ସେ ଫୋନ ଯୋଗେ କଥା ହୋଇଥିଲେ। ଭୁବନେଶ୍ୱରରେ ହେଉଥିବା ରାଜ୍ୟ ମହିଳା ଦଳର ଚୟନ ଶିବିରରେ ପହଞ୍ଚିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ।
ଜାଫର କୁହନ୍ତି, ଏତେ ଗରିବ ପରିବାରରୁ ଆସି ମଧ୍ୟ ସେ ତା ପ୍ରତିଭା ବଳରେ ସଫଳତା ପାଇ ପରିଛି ା ଓଡିଶାରେ ଖେଳାଳିଙ୍କ ଅଭାବ ନାହିଁ ା ଝିଲ୍ଲୀଙ୍କ ଭଳି ଅନେକ ଖେଳାଳି ରହିଛନ୍ତି। କିନ୍ତୁ ଏଠାରେ ଭିତ୍ତିଭୂମିର ଅଭାବ ରହିଛି। ଦୃଷ୍ଟିବାଧିତଙ୍କ ଅଭ୍ୟାସ ପାଇଁ ଖେଳପଡିଆ ନାହିଁ। ଯେଉଁଥିପାଇଁ ଅନେକ ଉଚ୍ଚକୋଟୀର ଖେଳାଳି ପଛରେ ରହିଯାଉଛନ୍ତି ା ହେଲେ ଝିଲ୍ଲୀଙ୍କୁ ଓଡିଶା ମାଇନିଂ କର୍ପୋରେସନ ଓ କ୍ରୀଡା ବିଭାଗ ସହୟତା ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri