Posted inଖେଳ

ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ…

ବାରାଣସୀ,୧୫।୮ : ଉତ୍ତରପ୍ରଦେଶରେ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଉପହାର ପାଇବାକୁ ଯାଉଛି। ବାରାଣାସୀରେ ନିର୍ମାଣ ହେବାକୁ ଥିବା ବାରାଣସୀ କ୍ରିକେଟ ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି। ନିର୍ମାଣ କାର୍ଯ୍ୟ ପ୍ରାୟ ୩୦ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। କାନପୁର ଏବଂ ଲକ୍ଷ୍ନେ ପରେ ବାରାଣାସୀ ଉତ୍ତରପ୍ରଦେଶର ତୃତୀୟ ଷ୍ଟାଡିୟମ ହେବ। ବାରାଣସୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବ। କାନପୁରରେ ଗ୍ରୀନ ପାର୍କ ଏବଂ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମ ଅଛି ।

ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଙ୍କିତ ଚାଟାର୍ଜୀ ମଙ୍ଗଳବାର କହିଛନ୍ତି ବାରାଣସୀ କ୍ରିକେଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି। ଷ୍ଟାଡିୟମ ନିର୍ମାଣ ପାଇଁ ଲାରସେନ ଆଣ୍ଡ ଟୁବ୍ରୋକୁ ୩୩୧ କୋଟି ଟଙ୍କା ଏବଂ ଜିଏସଟି ଅତିରିକ୍ତ ଦେୟ ପ୍ରଦାନ କରାଯିବ। ଡିସେମ୍ବର ୨୦୨୫ ସୁଦ୍ଧା କମ୍ପାନୀ ଷ୍ଟାଡିୟମ ନିର୍ମାଣ ଶେଷ କରିବ। ସେ କହିଛନ୍ତି ୟୁପି ସରକାରଙ୍କ ଠାରୁ ପ୍ରାୟ ୩୧ ଏକର ଜମି ଅଧିଗ୍ରହଣ ହୋଇସାରିଛି। ଜମି ସ୍ତରୀୟ କାର୍ଯ୍ୟ ଚାଲିଛି ।

ଲାରସେନ ଆଣ୍ଡ ଟୁବ୍ରୋ ବର୍ତ୍ତମାନ ଷ୍ଟାଡିୟମର ଡିଜାଇନ ଉପରେ କାମ କରୁଛି। ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ। ୩୦ ହଜାର ଦର୍ଶକଙ୍କ କ୍ଷମତାକୁ ଧ୍ୟାନରେ ରଖି ଷ୍ଟାଡିୟମ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ନିର୍ମାଣ ହେବ। ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଉତ୍ତରପ୍ରଦେଶର ଏହା ପ୍ରଥମ କ୍ରିକେଟ ଷ୍ଟାଡିୟମ ହେବ। ଏହି ଷ୍ଟାଡିୟମ ବିସିସିଆଇ ଦ୍ୱାରା ପରିଚାଳିତ ହେବ। ଦୀର୍ଘକାଳୀନ ଲିଜ ଅଧୀନରେ ବିସିସିଆଇ ମଧ୍ୟ ପ୍ରତିବର୍ଷ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣ ଦେବ।

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ବାରାଣସୀରେ ହୋଟେଲ ଇତ୍ୟାଦି ସୁବିଧା ଉପଲବ୍ଧ କି ନାହିଁ କମିଶନର୍‌ କୌଶଲ ରାଜ ଶର୍ମାଙ୍କୁ କିଛି ସମୟ ପୂର୍ବରୁ ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ରାଜତାଲାବ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ରାଜତାଲାବ ଅଞ୍ଚଳ ରିଙ୍ଗ ରୋଡ ଦ୍ୱାରା ଘେରି ରହିଛି । ଷ୍ଟାଡିୟମରେ ଖେଳାଳି ଏବଂ ଦର୍ଶକଙ୍କ ଗତିବିଧି ପାଇଁ ବ୍ୟାପକ ରାସ୍ତା ଅଛି । ସେ କହିଛନ୍ତି ବର୍ତ୍ତମାନ ବାରାଣାସୀରେ ଏକ ପାଞ୍ଚ ତାରକା ହୋଟେଲ ଅଛି। ଖୁବ ଶୀଘ୍ର ଆହୁରି ଅନେକ ନୂତନ ହୋଟେଲ ଖୋଲୁଛି ଏବଂ ଅନେକ ହୋଟେଲ ମଧ୍ୟ ସମ୍ପ୍ରସାରିତ ହେଉଛି ।

କେବଳ ପୂର୍ବାଞ୍ଚଳ ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡରୁ ମଧ୍ୟ ଯୁବ ଖେଳାଳିଙ୍କ ଖେଳ ପ୍ରତିଭାକୁ ବଢ଼ାଇବା ପାଇଁ କାଶୀ ଷ୍ଟାଡିୟମ ଏକ ଉତ୍କୃଷ୍ଟ କେନ୍ଦ୍ର ହେବ। ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରେ ବିଶ୍ୱ ସ୍ତରୀୟ କ୍ରିକେଟ ଷ୍ଟାଡିୟମ ପାଇଁ ପୂର୍ବରୁ ଏକ ପ୍ରସ୍ତାବ ଆସିଥିଲା। ଷ୍ଟାଡିୟମ ନିର୍ମାଣରେ ଜମି ସମସ୍ୟା ଏକ ବାଧା ପାଲଟିଥିଲା। ସେପ୍ଟେମ୍ବର ୨୦୨୨ରୁ ସମଗ୍ର ପ୍ରକ୍ରିୟା ଆରମ୍ଭ ହୋଇ କୃଷକଙ୍କଠାରୁ ଜମି କ୍ରୟ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri