Posted inଫୁରସତ

କପେ କଫି ଆଣେ ଫୂର୍ତ୍ତି

କପେ କଫି ପିଇବା ଦ୍ୱାରା ମନରେ ଫୂର୍ତ୍ତି ଆସିଥାଏ। ତେଣୁ ଲୋକେ କଫି ପିଇବାକୁ ପସନ୍ଦ କରିଥା’ନ୍ତି। କଫିର ଇତିହାସ ବହୁ ପୁରୁଣା। ପ୍ରଥମେ ୧୬୫୧ ମସିହାରେ ବ୍ରିଟେନ୍‌ରେ ପ୍ରଥମ କଫି ଦୋକାନ ଖୋଲିଥିଲା। ସେତେବେଳେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି ପାନ କରୁଥିଲେ। ମାତ୍ର ସମୟକ୍ରମେ ଏହା ମହିଳାଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଥିଲା। ଏହା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ଆର୍ଥିକ ବିକାଶ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିଥାଏ। ଅନ୍ତର୍ଜାତୀୟ କଫି ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ପାଳିତ ହୋଇଥାଏ । ଏକ ସ୍ବାସ୍ଥ୍ୟକର ପାନୀୟଭାବେ କଫିର ବହୁଳ ପ୍ରଚାର ତଥା ପ୍ରସାର କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଏହାଛଡା କଫିର ସୁଲଭ ବ୍ୟବସାୟ ତଥା କଫି ଚାଷୀମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ଏହା ୧ ଅକ୍ଟୋବର ୨୦୧୫ରେ ଇଟାଲୀର ମିଲନଠାରେ ପାଳିତ ହୋଇଥିଲା। ଏହି ଦିବସ ପାଲନ ଅବସରରେ ଅନେକ କଫି ବ୍ୟବସାୟୀ ରିହାତି ଦରରେ କଫି ବିକ୍ରି କରିବା ତଥା ନିଜ ସଂସ୍ଥାର ପୁରୁଣା ଗ୍ରାହକଙ୍କୁ ସ୍ବତନ୍ତ୍ର କୁପନ ଯୋଗାଇବା ଭଳି କିଛି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥାନ୍ତି।
ମାର୍ଚ୍ଚ ୨୦୧୪ରେ ଅନ୍ତର୍ଜାତୀୟ କଫି ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ନିଷ୍ପତ୍ତି ଅନୁସାରେ ଇଟାଲୀର ମିଲନଠାରେ ଏକ୍ସପୋ-୨୦୧୫ର ଏକ କାର୍ଯ୍ୟକ୍ରମ ଭାବେ ୧ ଅକ୍ଟୋବର ୨୦୧୫ରେ ପ୍ରଥମ ଅନ୍ତର୍ଜାତୀୟ କଫି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଦେଶ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏହା ପୂର୍ବରୁ ଇତିହାସରେ କଫି ଦିବସ ପାଳନ କରିବା ସମ୍ବନ୍ଧରେ କୌଣସି ଘଟଣା ନଜରକୁ ଆସି ନ ଥିଲା। ତେବେ ୧୯୮୩ ମସିହାରେ ଜାପାନୀ କଫି ସଂସ୍ଥା ଦ୍ୱାରା କଫିର ପ୍ରଚାର ତଥା ପ୍ରସାର ନିମିତ୍ତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୨୦୦୫ରେ ଆମେରିକାରେ ଜାତୀୟ କଫି ଦିବସ ପାଳନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ କଫି ସଂସ୍ଥାନ ଦ୍ୱାରା ବିଭିନ୍ନ ଦେଶରେ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ ସବୁ ଆୟୋଜନ ଦେବା ସହ ବିଶ୍ୱସ୍ତରରେ ଏହି ଦିବସ ପାଳନ ପାଇଁ ମାନ୍ୟତା ଲାଭ କରିଥିଲା। ଏହି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।
କଫି ଚାଷ ନିମିତ୍ତ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ କଫିର ବିକ୍ରୀ ଆଶାନୁରୂପ ହୋଇ ନ ଥିବାରୁ ୨୦୧୯ ମସିହାରେ ଏହି ପରିପ୍ରେକ୍ଷୀରେ କଫି ଚାଷିମାନଙ୍କ ସର୍ବ ନିମ୍ନ ମଜୁରି ବୃଦ୍ଧି କରିବା ଦିଗରେ ସମସ୍ତ ସଦସ୍ୟ ରାଷ୍ଟ୍ର ଉଚିତ ପଦକ୍ଷେପ ନେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri