ଯୁକ୍ତ୨ ପଢ଼ିବାକୁ ଆଗ୍ରହ କମୁଛି

ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପଢ଼ିବାକୁ ପିଲାଙ୍କ ଆଗ୍ରହ କମୁଛି। ଏବର୍ଷ ମାଟ୍ରିକ ପାସ୍‌ ହାର ଅନୁସାରେ ପିଲାମାନେ ସେପରି ନାମ ଲେଖାଇ ନାହାନ୍ତି। ଫଳରେ ପ୍ରଥମ ବର୍ଷ ନାମଲେଖା ଏ ଯାଏ ଶେଷ ହେଉନାହିଁ। ସିଟ୍‌ ପୂରଣ ହେଉ ନ ଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ୩ଥର ନାମଲେଖା ସୁଯୋଗ ଦିଆଯାଇଛି। ତଥାପି ଲକ୍ଷେରୁ ଅଧିକ ସିଟ୍‌ ଖାଲି ପଡ଼ିଥିବାରୁ ଏହାକୁ ନେଇ ତର୍ଜମା ଆରମ୍ଭ ହୋଇଛି। କରୋନା ସମୟରେ ସିଟ୍‌ ବୃଦ୍ଧି ଓ ମାଟ୍ରିକ ପରେ ପିଲାମାନେ ବୈଷୟିକ ଶିକ୍ଷା ମୁହଁା ହେଉଥିବାରୁ ଯୁକ୍ତ୨ରେ ସିଟ୍‌ ଖାଲି ପଡ଼ୁଥିବା କୁହାଯାଉଛି।
କରୋନା ସମୟରେ ମାଟ୍ରିକ ପାସ୍‌ ହାର ଅଧିକ ରହିଥିଲା। ବିନା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ମାର୍କ ଦିଆଯାଇଥିବାରୁ ଦୁଇବର୍ଷ ପାସ୍‌ ହାର ଅଧିକ ରହିଥିଲା। ତେଣୁ ବାଧ୍ୟହୋଇ ସରକାରଙ୍କୁ ଯୁକ୍ତ୨ ସିଟ୍‌ ବଢ଼ାଇବାକୁ ପଡ଼ିଥିଲା। କିନ୍ତୁ ଏବେ ପାସ୍‌ ହାର ପୁଣି କମିଯାଇଥିବାରୁ ଯୁକ୍ତ୨ ସିଟ୍‌ ବଳକା ପଡୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନାହିଁ କି ଭବିଷ୍ୟତକୁ ନେଇ ପିଲାଙ୍କ ମଧ୍ୟରେ ସେପରି ଉତ୍ସାହ ସୃଷ୍ଟି ହେଉ ନାହିଁ। ତେଣୁ ନାମଲେଖା ପାଇଁ ସରକାର ଯେତେ ସୁଯୋଗ ଦେଲେ ବି ସିଟ୍‌ ପୂରଣ ହେବା ସମ୍ଭବ ନୁହେଁ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି। ଏ ସମ୍ପର୍କରେ ୬୬୨ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, କରୋନା ପାଇଁ ଯେଉଁ ସିଟ୍‌ ବଢ଼ାଯାଇଥିଲା ତାହା ଏବେ କମାଇଦେବା ଉଚିତ। ଏଥିସହିତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଆବଶ୍ୟକ ଶିକ୍ଷକଙ୍କ ଅଭାବ ରହୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁକ୍ତ୨ରେ ୩୦-୪୦ବର୍ଷ ତଳେ ଯେଉଁ ପାଠ୍ୟକ୍ରମ ରହିଥିଲା ସେସବୁ ରହିଛି। ଆଜିକାଲି ପିଲାମାନେ ଟେକ୍ନିକାଲ ଲାଇନ୍‌ରେ ଯିବା ପାଇଁ ଚାହୁଁଛନ୍ତି। ତେଣୁ ଯୁକ୍ତ୨ ସିଲାବସ୍‌ରେ ଏଭଳି ନୂତନ ପାଠ୍ୟକ୍ରମ ସାମିଲ କରିବା ଉଚିତ, ଯେପରି ପିଲାମାନେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ।
ସୂଚନାଯୋଗ୍ୟ, ଶନିବାର ତୃତୀୟ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ଛାତ୍ରୀଛାତ୍ରଙ୍କ ନାମଲେଖା ଶେଷ ହୋଇଛି। ଗତ ୧୩ ଓ ୧୪ ତାରିଖରେ ଏହି ନାମଲେଖା ଅନୁଷ୍ଠିତ ହୋଇଥିଲା। ଏହା ପରେ ବି ଯୁକ୍ତ୨ରେ ଲକ୍ଷେରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିଥିବା ଦେଖାଯାଇଛି।
ରାଜ୍ୟରେ ୨,୨୦୬ ଉଚ୍ଚ ମାଧ୍ୟମିକ ସ୍କୁଲରେ ୫,୨୧,୬୫୭ ସିଟ୍‌ ଥିବାବେଳେ ୪,୧୪,୬୬୧ ସିଟ୍‌ରେ ନାମଲେଖା ହୋଇଛି ଓ ୧,୦୬,୯୯୬ ସିଟ୍‌ ଖାଲି ପଡ଼ିଛି। ଏଥିମଧ୍ୟରୁ କଳାରେ ୩୩,୬୨୯, ବିଜ୍ଞାନରେ ୫୨,୪୯୧, ବାଣିଜ୍ୟରେ ୧୩,୪୧୭, ସଂସ୍କୃତରେ ୨,୮୬୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୫୯୭ ସିଟ୍‌ ବଳକା ପଡ଼ିଛି। ତେଣୁ ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ୩୦ରେ ଓ୍ବେଟିଂ ଲିଷ୍ଟ ପ୍ରକାଶ ପାଇବ। ୧୮ ଓ ୧୯ ତାରିଖ ଦୁଇଦିନ ଏହି ଛାତ୍ରୀଛାତ୍ରଙ୍କ ନାମଲେଖା ଅନୁଷ୍ଠିତ ହେବ। ତେବେ ଏହି ନାମଲେଖା ସରିବା ପରେ ବି ଆହୁରି ଲକ୍ଷେ ଉପରେ ସିଟ୍‌ ବଳକା ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ନାମଲେଖା ବିଳମ୍ବିତ ହେଉଥିବାରୁ ଗତ ଅଗଷ୍ଟ ୧ରୁ ପ୍ରଥମ ବର୍ଷ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି। ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ଦ୍ୱିତୀୟ ବର୍ଷ ପରୀକ୍ଷା ପାଇଁ ନଭେମ୍ବର ୧୦ରୁ ଫର୍ମ ପୂରଣ ଆରମ୍ଭ ହେବାକୁ ଯାଉଛି। ଏପରିସ୍ଥିତିରେ ସିଟ୍‌ ପୂରଣ ପାଇଁ ବିଳମ୍ବିତ ସମୟ ଯାଏ ନାମଲେଖା ଯାଉଥିବାରୁ ଏହି ପିଲାମାନେ କେବେ କୋର୍ସ ସାରି ପରୀକ୍ଷା ଦେବେ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri