ଜିଲାରେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁନି

କେନ୍ଦ୍ରାପଡ଼ା, ୧୩।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଧାନଚାଷ ପରେ ସର୍ବାଧିକ କ୍ଷେତରେ ତୈଳ ବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରିଥିଲେ। ଉପଯୁକ୍ତ ଜଳବାୟୁ, ମୃତ୍ତିକା ଓ କଠିନ ପରିଶ୍ରମର ଫଳ ରୂପେ ଖାଇବା ତେଲଠାରୁ ଆରମ୍ଭ କରି ରାଶି ଲଡୁ ପର୍ଯ୍ୟନ୍ତ ସାଧାରଣରେ ଉପଲବ୍ଧ ହେଉଥିଲା। ତେବେ ଜିଲାରେ ତୈଳବୀଜ ଚାଷ ଏକ ପ୍ରକାର ହଜି ଯାଇଛି। ୧୯୯୫ରୁ ୨୦୧୫ ମଧ୍ୟରେ ଥିବା କୃଷି ତଥ୍ୟକୁ ଅନୁଧ୍ୟାନ କଲେ ତୈଳବୀଜ ଚାଷର ନୈରାଶଜନକ ସ୍ଥିତି ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟ ସରକାର ସହିତ ଜିଲା କୃଷି ବଜେଟରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଥିବା ଦର୍ଶାଯାଉଥିଲେ ମଧ୍ୟ ତୃଣମୂଳସ୍ତରରେ ଏହି ବାର୍ତ୍ତା ପହଞ୍ଚତ୍ ପାରୁନାହିଁ। ଆଧୁନିକତା ସ୍ପର୍ଶରେ ତୈଳ ବୀଜ ଚାଷ ହଜିଥିବା ବେଳେ ଜୈବିକ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁନି। ପ୍ରୋତ୍ସାହନ ମିଳିଲେ ବାହାର ଜିଲାକୁ ଚାଲାଣ ପାଇଁ ତୈଳ ବୀଜ ଉତ୍ପାଦନ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ ନାୟକ, ସାମାଜିକ କର୍ମୀ ଅଧୀର କୁମାର ଶର୍ମା, ଚାଷୀ ଜଗଦୀଶ ପତି, ନିରଞ୍ଜନ ପରିଡା, ହରେକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି, ବହୁଳ ମାତ୍ରାରେ ତୈଳବୀଜ ଚାଷ ଏହି ଜିଲାର ଅର୍ଥନୀତିକୁ ବଦଳାଇ ଦେଇପାରିବ। ଏହି ଜିଲାରେ ମୋଟ ୮୧୬ କିଲୋମିଟର ଜଳପଥ ଅଛି। ଏହାର ଦୁଇ ପାର୍ଶ୍ୱରେ ୪୭ ହଜାର ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ ହେଉଥିବା ବେଳେ ତୈଳବୀଜ ଚାଷ ପାଇଁ ୩ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଉପଯୁକ୍ତ। ଗତ ୩ ଦଶନ୍ଦୀ ଧରି ତୈଳବୀଜ ଚାଷ ସ୍ଥିତି ବିଗିଡ଼ି ଯାଇଛି। ଗତ ୨୦୧୭ ନଭେମ୍ବରରେ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ ଇନଭେନଶନ ପତ୍ରିକାରେ ପ୍ରକାଶିତ ଗ୍ରୋଥ ଆଣ୍ଡ ଇନଷ୍ଟାବିଲିଟି ଇନ୍‌ ଅଏଲସିଡସ ପ୍ରଡକ୍ସନ ଇନ୍‌ ଓଡ଼ିଶା ତଥ୍ୟ ଅନୁଯାୟୀ, ୧୯୯୫-୯୬ ଆର୍ଥିକ ବର୍ଷରେ ତୈଳବୀଜ ଚାଷ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୫- ୧୬ ଆର୍ଥିକ ବର୍ଷରେ ୬୭ ପ୍ରତିଶତ ହ୍ରାସ ପାଇଛି। ତୈଳବୀଜ କେବଳ ଖାଇବା ତେଲରେ ସୀମିତ ନୁହେଁ। ମଣିଷ ପାଇଁ ପୌଷ୍ଟିକ ଖାଦ୍ୟ ପରି ଏହାକୁ ବିଭିନ୍ନ ତେଲ, ଘିଅ, ସାବୁନ, ସଫା କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦିରେ ବ୍ୟବହାର କରାଯାଉଛି। ସାମ୍ପ୍ରତିକ ସମୟରେ ଖାଇବା ତେଲ ଦର କେଜି ପ୍ରତି ୧୫୦ ଟଙ୍କାରୁ ଅଧିକ ରହୁଛି। ଏହି ଜିଲାରେ ହେଉଥିବା ସୋରିଷକୁ ଘଣାରେ ପେଡ଼ି ଖାଦ୍ୟ, ସ୍ବାସ୍ଥ୍ୟରେ ଲଗାଇବା ସହ ଏହାର ପିଡିଆକୁ ଚାଷ ଓ ମାଛର ଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। ସେହିପରି ରାଶି ଲଡୁ ସମସ୍ତଙ୍କ ପ୍ରିୟ ଥିଲା। ଜଡା ତେଲ ବିଜୁଳି ଆଲୋକ ଅଭାବର ନିରାକରଣ କରୁଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟାରେ ଉପଯୋଗୀ ହେଉଥିଲା। ଏଥିପାଇଁ ପ୍ରତି ଗ୍ରାମରେ କୁଟୀର ଶିଳ୍ପ ଗଢ଼ି ଉଠିଥିଲା। ଏବେ ତୈଳବୀଜ ସାମଗ୍ରୀ ସୀମିତ ସଂଖ୍ୟକ କମ୍ପାନୀ ହାତକୁ ଚାଲିଯାଇଛି। ଆକର୍ଷଣୀୟ ବିଜ୍ଞାପନ ଓ ଚକଚକିଆ ଖୋଳ ଆକର୍ଷଣରେ ଆମେ ନକଲି ସାମଗ୍ରୀ ଖାଇବାକୁ ବାଧ୍ୟ ହେଉଛୁ। ଗତ କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନ ସମୟରେ ଚାଷ ଓ ଚାଷୀଙ୍କ ପାଇଁ ଏହା ଉତ୍ସର୍ଗୀକୃତ ବୋଲି ଉପସ୍ଥାପନା କରାଗଲା। ସେହିପରି ରାଜ୍ୟ ଓ ଜିଲା କୃଷି ବଜେଟରେ ଅଧିକ ଅର୍ଥ ଦିଆଯାଉଛି ବୋଲି ସୂଚନା ମିଳୁଛି। ବାସ୍ତବରେ ଏହି ବଜେଟ ଅର୍ଥ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁଛି କି ନାହିଁ, ତନଖି ପାଇଁ କାହାରି ମଧ୍ୟ ଆଗ୍ରହ ନାହିଁ। ଏପରିକି ଜିଲା କେନ୍ଦ୍ର ସରକାରଙ୍କ ଜୈବିକ ଚାଷ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହି ଚାଷକୁ ଗୁରୁତ୍ୱ ଦିଆଗଲେ ଖାଇବା ତେଲରେ ସ୍ବାବଲମ୍ବୀ ହେବା ସହ ଏହାର ଉତ୍ପାଦନ ବାହାରକୁ ପଠାଇ ହେବ। ଏ ସମ୍ପର୍କରେ କୃଷି ବିକାଶ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ଧାନ ଚାଷ ସହିତ ତୈଳବୀଜ ଚାଷ ହେଉଥିବାରୁ ଏହାକୁ ପ୍ରାଧାନ୍ୟ ମିଳିପାରୁନାହିଁ। ସ୍ବତନ୍ତ୍ର ଯୋଜନାରେ ତୈଳବୀଜ ଚାଷକୁ ଗୁରୁତ୍ୱ ଦିଆଗଲେ ଏହାର ଉତ୍ପାଦନ ଆଶାତୀତ ହେବ। ଏଥିପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହୋଇଛି। ଏହାର ଫାଇଦା ଚାଷୀ ନେଇପାରିବେ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri