ଜିଲାରେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁନି

କେନ୍ଦ୍ରାପଡ଼ା, ୧୩।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଧାନଚାଷ ପରେ ସର୍ବାଧିକ କ୍ଷେତରେ ତୈଳ ବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରିଥିଲେ। ଉପଯୁକ୍ତ ଜଳବାୟୁ, ମୃତ୍ତିକା ଓ କଠିନ ପରିଶ୍ରମର ଫଳ ରୂପେ ଖାଇବା ତେଲଠାରୁ ଆରମ୍ଭ କରି ରାଶି ଲଡୁ ପର୍ଯ୍ୟନ୍ତ ସାଧାରଣରେ ଉପଲବ୍ଧ ହେଉଥିଲା। ତେବେ ଜିଲାରେ ତୈଳବୀଜ ଚାଷ ଏକ ପ୍ରକାର ହଜି ଯାଇଛି। ୧୯୯୫ରୁ ୨୦୧୫ ମଧ୍ୟରେ ଥିବା କୃଷି ତଥ୍ୟକୁ ଅନୁଧ୍ୟାନ କଲେ ତୈଳବୀଜ ଚାଷର ନୈରାଶଜନକ ସ୍ଥିତି ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟ ସରକାର ସହିତ ଜିଲା କୃଷି ବଜେଟରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଥିବା ଦର୍ଶାଯାଉଥିଲେ ମଧ୍ୟ ତୃଣମୂଳସ୍ତରରେ ଏହି ବାର୍ତ୍ତା ପହଞ୍ଚତ୍ ପାରୁନାହିଁ। ଆଧୁନିକତା ସ୍ପର୍ଶରେ ତୈଳ ବୀଜ ଚାଷ ହଜିଥିବା ବେଳେ ଜୈବିକ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁନି। ପ୍ରୋତ୍ସାହନ ମିଳିଲେ ବାହାର ଜିଲାକୁ ଚାଲାଣ ପାଇଁ ତୈଳ ବୀଜ ଉତ୍ପାଦନ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ ନାୟକ, ସାମାଜିକ କର୍ମୀ ଅଧୀର କୁମାର ଶର୍ମା, ଚାଷୀ ଜଗଦୀଶ ପତି, ନିରଞ୍ଜନ ପରିଡା, ହରେକୃଷ୍ଣ ପାତ୍ର ପ୍ରମୁଖ କହିଛନ୍ତି, ବହୁଳ ମାତ୍ରାରେ ତୈଳବୀଜ ଚାଷ ଏହି ଜିଲାର ଅର୍ଥନୀତିକୁ ବଦଳାଇ ଦେଇପାରିବ। ଏହି ଜିଲାରେ ମୋଟ ୮୧୬ କିଲୋମିଟର ଜଳପଥ ଅଛି। ଏହାର ଦୁଇ ପାର୍ଶ୍ୱରେ ୪୭ ହଜାର ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ ହେଉଥିବା ବେଳେ ତୈଳବୀଜ ଚାଷ ପାଇଁ ୩ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଉପଯୁକ୍ତ। ଗତ ୩ ଦଶନ୍ଦୀ ଧରି ତୈଳବୀଜ ଚାଷ ସ୍ଥିତି ବିଗିଡ଼ି ଯାଇଛି। ଗତ ୨୦୧୭ ନଭେମ୍ବରରେ ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସ ଇନଭେନଶନ ପତ୍ରିକାରେ ପ୍ରକାଶିତ ଗ୍ରୋଥ ଆଣ୍ଡ ଇନଷ୍ଟାବିଲିଟି ଇନ୍‌ ଅଏଲସିଡସ ପ୍ରଡକ୍ସନ ଇନ୍‌ ଓଡ଼ିଶା ତଥ୍ୟ ଅନୁଯାୟୀ, ୧୯୯୫-୯୬ ଆର୍ଥିକ ବର୍ଷରେ ତୈଳବୀଜ ଚାଷ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୫- ୧୬ ଆର୍ଥିକ ବର୍ଷରେ ୬୭ ପ୍ରତିଶତ ହ୍ରାସ ପାଇଛି। ତୈଳବୀଜ କେବଳ ଖାଇବା ତେଲରେ ସୀମିତ ନୁହେଁ। ମଣିଷ ପାଇଁ ପୌଷ୍ଟିକ ଖାଦ୍ୟ ପରି ଏହାକୁ ବିଭିନ୍ନ ତେଲ, ଘିଅ, ସାବୁନ, ସଫା କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ଆଦିରେ ବ୍ୟବହାର କରାଯାଉଛି। ସାମ୍ପ୍ରତିକ ସମୟରେ ଖାଇବା ତେଲ ଦର କେଜି ପ୍ରତି ୧୫୦ ଟଙ୍କାରୁ ଅଧିକ ରହୁଛି। ଏହି ଜିଲାରେ ହେଉଥିବା ସୋରିଷକୁ ଘଣାରେ ପେଡ଼ି ଖାଦ୍ୟ, ସ୍ବାସ୍ଥ୍ୟରେ ଲଗାଇବା ସହ ଏହାର ପିଡିଆକୁ ଚାଷ ଓ ମାଛର ଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା। ସେହିପରି ରାଶି ଲଡୁ ସମସ୍ତଙ୍କ ପ୍ରିୟ ଥିଲା। ଜଡା ତେଲ ବିଜୁଳି ଆଲୋକ ଅଭାବର ନିରାକରଣ କରୁଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟାରେ ଉପଯୋଗୀ ହେଉଥିଲା। ଏଥିପାଇଁ ପ୍ରତି ଗ୍ରାମରେ କୁଟୀର ଶିଳ୍ପ ଗଢ଼ି ଉଠିଥିଲା। ଏବେ ତୈଳବୀଜ ସାମଗ୍ରୀ ସୀମିତ ସଂଖ୍ୟକ କମ୍ପାନୀ ହାତକୁ ଚାଲିଯାଇଛି। ଆକର୍ଷଣୀୟ ବିଜ୍ଞାପନ ଓ ଚକଚକିଆ ଖୋଳ ଆକର୍ଷଣରେ ଆମେ ନକଲି ସାମଗ୍ରୀ ଖାଇବାକୁ ବାଧ୍ୟ ହେଉଛୁ। ଗତ କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନ ସମୟରେ ଚାଷ ଓ ଚାଷୀଙ୍କ ପାଇଁ ଏହା ଉତ୍ସର୍ଗୀକୃତ ବୋଲି ଉପସ୍ଥାପନା କରାଗଲା। ସେହିପରି ରାଜ୍ୟ ଓ ଜିଲା କୃଷି ବଜେଟରେ ଅଧିକ ଅର୍ଥ ଦିଆଯାଉଛି ବୋଲି ସୂଚନା ମିଳୁଛି। ବାସ୍ତବରେ ଏହି ବଜେଟ ଅର୍ଥ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁଛି କି ନାହିଁ, ତନଖି ପାଇଁ କାହାରି ମଧ୍ୟ ଆଗ୍ରହ ନାହିଁ। ଏପରିକି ଜିଲା କେନ୍ଦ୍ର ସରକାରଙ୍କ ଜୈବିକ ଚାଷ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହି ଚାଷକୁ ଗୁରୁତ୍ୱ ଦିଆଗଲେ ଖାଇବା ତେଲରେ ସ୍ବାବଲମ୍ବୀ ହେବା ସହ ଏହାର ଉତ୍ପାଦନ ବାହାରକୁ ପଠାଇ ହେବ। ଏ ସମ୍ପର୍କରେ କୃଷି ବିକାଶ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ରଙ୍କୁ ପଚାରିବାରେ ଧାନ ଚାଷ ସହିତ ତୈଳବୀଜ ଚାଷ ହେଉଥିବାରୁ ଏହାକୁ ପ୍ରାଧାନ୍ୟ ମିଳିପାରୁନାହିଁ। ସ୍ବତନ୍ତ୍ର ଯୋଜନାରେ ତୈଳବୀଜ ଚାଷକୁ ଗୁରୁତ୍ୱ ଦିଆଗଲେ ଏହାର ଉତ୍ପାଦନ ଆଶାତୀତ ହେବ। ଏଥିପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହୋଇଛି। ଏହାର ଫାଇଦା ଚାଷୀ ନେଇପାରିବେ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri