Posted inଖେଳ

ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ। ମଣିପୁରରେ ତ୍ରିରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ଗ୍ରାଣ୍ଡ ସଫଳତା ପରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓଡ଼ିଶା ସରକାରଙ୍କ ସହଯୋଗକ୍ରମେ ଭୁବନେଶ୍ୱରରେ ଆୟୋଜନ କରିବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌। ଏଆଇଏଫ୍‌ଏଫ୍‌ର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଆସନ୍ତା ଜୁନ୍‌ ୯ରୁ ୧୮ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ହେବ। ଏଥିରେ ଭାରତୀୟ ସିନିୟର ଫୁଟବଲ ଦଳ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବ। ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ଏହା ହେବ ତୃତୀୟ ସଂସ୍କରଣ। ପୂର୍ବ ୨ ସଂସ୍କରଣ ମୁମ୍ବାଇ (୨୦୧୮) ଓ ଅହମଦାବାଦ (୨୦୧୯)ରେ ଆୟୋଜିତ ହୋଇଥିଲା।
”ଇମ୍ଫାଲରେ ଗତ ମାର୍ଚ୍ଚରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇଯାଇଛି। ଏବେ ଭୁବନେଶ୍ୱର ଦେଶର ପୁରୁଷ ଫୁଟବଲ ଅନ୍ତର୍ଜାତୀୟ ଭେନ୍ୟୁ ମାନଚିତ୍ରରେ ସାମିଲ ହେବାକୁ ଯାଉଛି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଅନ୍ୟତମ ଭେନ୍ୟୁଥିଲା ଭୁବନେଶ୍ୱର। ଏହି ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଦୃଢ଼ ଭିତ୍ତିଭୂମି ଉପଲବ୍ଧ କରାଯାଇଥିବା ଆମେ ଦେଖିବାକୁ ପାଇଥିଲୁ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ମ୍ୟାଚ ସଫଳତାର ସହ ଆୟୋଜନ ହୋଇଥିବାରୁ ଇତିହାସରେ ପ୍ରଥମଥରପାଇଁ ଭାରତୀୟ ସିନିୟର ପୁରୁଷ ଫୁଟବଲ ଦଳ ଏହି ସହରରେ ଖେଳିବା ପାଇଁ ପଥ ପରିଷ୍କାର ହୋଇଛି। ମଣିପୁରରେ ମଧ୍ୟ ପ୍ରଥମଥର ପାଇଁ ବଡ଼ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ତେଣୁ ଓଡ଼ିଶାରେ ଆଗାମୀ ପ୍ରତିଯୋଗିତା ପାଇଁ ସମାନ ଧରଣର ଉତ୍ସାହ ଦେଖିବାକୁ ମିଳିବାନେଇ ଆମେ ଆତ୍ମବିଶ୍ୱାସରେ ଅଛୁ“ ବୋଲି ଏଆଇଏଫ୍‌ଏଫ୍‌ ମହାସଚିବ ଶାଜି ପ୍ରଭାକରନ ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଭାରତୀୟ ପୁରୁଷ ଜାତୀୟ ଫୁଟବଲ ଦଳ ପୂର୍ବରୁ କେବେହେଲେ ମଙ୍ଗୋଲିଆ ଓ ଭାନୁଆଟୁ ବିପକ୍ଷରେ ମ୍ୟାଚ ଖେଳିନାହିଁ। ଲେବାନନ ବିପକ୍ଷରେ ଜାତୀୟ ଦଳ ୬ଟି ମ୍ୟାଚ ଖେଳିବାର ରେକର୍ଡ ରହିଛି। ଘରୋଇ ପରିବେଶରେ ଭାରତୀୟ ଦଳ ଶେଷ ୫ ମ୍ୟାଚରେ ଅପରାଜେୟ ରହିଛି। ୨୦୨୨ ଜୁନ୍‌ ୮ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପ୍ରାରମ୍ଭରେ ଭାରତ କୋଲକାତାରେ ଅନୁଷ୍ଠିତ ଏଏଫ୍‌ସି ଏସିଆନ କପ୍‌ ୨୦୨୩ କ୍ୱାଲିଫାୟର୍ସ ରାଉଣ୍ଡ-୩ରେ କାମ୍ବୋଡ଼ିଆକୁ ୨-୦ରେ ପରାସ୍ତ କରିଥିଲା। ଏହାପରେ ଇଗର ଷ୍ଟିମାକଙ୍କ ଦଳ ଆଫଗାନିସ୍ତାନକୁ ୨-୧, ହଂକଂକୁ ୪-୦, ମ୍ୟାନମାରକୁ ୧-୦ ଓ କିର୍ଗିଜ ରିପବ୍ଲିକ୍‌କୁ ୨-୦ ଗୋଲରେ ପରାସ୍ତ କରିଛି। ତେଣୁ ଭୁବନେଶ୍ୱରରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାନେଇ ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri