ଢେଙ୍କାନାଳ ଅଫିସ୍, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍ଆଇ ଏବଂ ଏଏସ୍ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଦୀପ ରଞ୍ଜନ ପାତ୍ରଙ୍କୁ ତୁମୁସିଙ୍ଗା ଥାନାଧିକାରୀ ଏବଂ ଯୋରନ୍ଦା ଫାଣ୍ଡିର ଏସ୍ଆଇ ଅନାଦି ଚରଣ ପଟ୍ଟାୟତଙ୍କୁ ମହାବିରୋଡ ଥାନାଧିକାରୀ ଭାବେ ବଦଳି କରାଯାଇଛି।
ଏସ୍ଆଇ ସ୍ତରରେ ପଣ୍ଡୁଆ ଫାଣ୍ଡିର ବିନ୍ଦୁଲତା ନାୟକଙ୍କ ଗୋବିନ୍ଦପୁର ଫାଣ୍ଡିକୁ ବଦଳି ହୋଇଛି। ସେହିପରି ସମରେନ୍ଦ୍ର ସାମଲଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ପଣ୍ଡୁଆ ଫାଣ୍ଡି, ବବିତା ଦେହୁରୀଙ୍କ ଗୋବିନ୍ଦପୁର ଫାଣ୍ଡିରୁ ଟାଉନ ଥାନା, ସୌଦାମିନୀ ସେଠୀଙ୍କ ଟାଉନ ଥାନାରୁ ଜିଲା ପୋଲିସ କାର୍ଯ୍ୟାଳୟ, ଚନ୍ଦ୍ରକାନ୍ତ ସେଠୀଙ୍କ ସଦର ଥାନାରୁ ଭାପୁର ଫାଣ୍ଡି, ପ୍ରତାପ ଚନ୍ଦ୍ର ଦଳେଇଙ୍କ ଭାପୁର ଫାଣ୍ଡିରୁ ରାସୋଳ ଥାନା, ତସଓ୍ବର ଅଲ୍ଲି ଖାନ୍ଙ୍କ ରାସୋଳ ଥାନାରୁ କଣ୍ଟାବଣିଆ ଥାନା, ସସ୍ମିତା ପାଲଙ୍କ କଣ୍ଟାବଣିଆ ଥାନାରୁ ସଦର ଥାନା, କୁମୁଦ ଚନ୍ଦ୍ର ବିଶ୍ୱାଳଙ୍କ ରିଜର୍ଭ ଲାଇନ୍ରୁ ସଦର ଥାନା, ସବିତା ନାୟକଙ୍କ ସଦର ଥାନାରୁ ମୋଟଙ୍ଗା ଥାନାକୁ ବଦଳି ହୋଇଛି। ସେହିପରି ବିଜନ ସେଠୀଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ଭୁବନ ଥାନା, ରଞ୍ଜିତ ପ୍ରଧାନଙ୍କ ବାଲିମୀ ଥାନାରୁ ପରଜଙ୍ଗ ଥାନା, ଶକ୍ତି ପ୍ରସାଦ ସାହୁଙ୍କ ପରଜଙ୍ଗ ଥାନାରୁ ଦଦରାଘାଟି ଫାଣ୍ଡି, ଘନିଷ୍ଠ କୁମାର ମହାନ୍ତଙ୍କ ମୋଟଙ୍ଗା ଥାନାରୁ ଟାଉନ ଥାନା, ସୌମ୍ୟରଞ୍ଜନ ମହାନ୍ତିଙ୍କ ତୁମୁସିଙ୍ଗା ଥାନାରୁ କାମାକ୍ଷାନଗର ଥାନା, ପଙ୍କଜ ମାଝିଙ୍କ ଟାଉନ ଥାନାରୁ କଙ୍କଡ଼ାହାଡ଼ ଥାନା, ବିଷ୍ଣୁପ୍ରିୟା ରଣାଙ୍କ କଙ୍କଡ଼ାହାଡ଼ ଥାନାରୁ ଭୁବନ ଥାନା, ଅନୁରାଗ ମଲ୍ଲିକଙ୍କ ଭୁବନ ଥାନାରୁ ବାଲିମୀ ଥାନା, ମୀନକେତନ ପ୍ରଧାନଙ୍କ ରିଜର୍ଭ ଲାଇନ୍ରୁ ଭୁବନ ଥାନା, ଅଶୋକ କୁମାର ଦେହୁରୀଙ୍କ ରିଜର୍ଭ ଲାଇନ୍ରୁ ମୋଟଙ୍ଗା ଥାନାକୁ ବଦଳି ହୋଇଛି। ଦିଲୀପ ଗଡ଼ନାୟକଙ୍କ ରିଜର୍ଭ ଲାଇନ୍ରୁ ଯୋରନ୍ଦା ଫାଣ୍ଡି, ମାଧବ ଚନ୍ଦ୍ର ନାଏକଙ୍କ ଟ୍ରାଫିକ୍ ଫାଣ୍ଡିରୁ ତରଭା ବିଟ୍ ହାଉସ୍, ଦିଲୀପ ପଟ୍ଟନାୟକଙ୍କ ରିଜର୍ଭ ଲାଇନ୍ରୁ ନିହଲପ୍ରସାଦ ଥାନାକୁ ବଦଳି ହୋଇଛି।
ସେହିପରି ଏଏସ୍ଆଇ ରୀତା ସେଠୀଙ୍କ ମୋଟଙ୍ଗା ଥାନାରୁ କଙ୍କଡ଼ାହାଡ଼ ଥାନା, ଜୟଲକ୍ଷ୍ମୀ ଗଡ଼ନାୟକଙ୍କ ଭୁବନ ଥାନାରୁ ବାଲିମୀ ଥାନା, ସଂଯୁକ୍ତା ନାୟକଙ୍କ କାମାକ୍ଷାନଗର କୋର୍ଟରୁ ଜିଲା ପୋଲିସ କାର୍ଯ୍ୟାଳୟ, ଦେବେନ୍ଦ୍ର କୁମାର ପାଣିଙ୍କ କାମାକ୍ଷାନଗର ଥାନାରୁ କାମାକ୍ଷାନଗର କୋର୍ଟ, ଜ୍ୟୋତିର୍ମୟୀ ସିଂଙ୍କ ଭାପୁର ଫାଣ୍ଡିରୁ ଭୁବନ ଥାନା, ରଞ୍ଜନ କୁମାର ପିଙ୍ଗୁଆଙ୍କ ସାଆନ୍ଦା ଫାଣ୍ଡିରୁ ଭାପୁର ଫାଣ୍ଡି, ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଜିଲା ପୋଲିସ କାର୍ଯ୍ୟାଳୟରୁ ହିନ୍ଦୋଳ ଥାନା, ପ୍ରଭାତ କୁମାର ରାଉତଙ୍କ ଭୁବନ ଥାନାରୁ ଟ୍ରାଫିକ୍ ଫାଣ୍ଡି, ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଗୋବିନ୍ଦ ଚନ୍ଦ୍ର ରାଉଳଙ୍କ ରିଜର୍ଭ ଲାଇନ୍ରୁ ସଦର ଏସ୍ଡିପିଓଙ୍କ କାର୍ଯ୍ୟାଳୟ, ଅନିଲ କୁମାର ସିଂଙ୍କ ରିଜର୍ଭ ଲାଇନ୍ରୁ କାମାକ୍ଷାନଗର ଥାନା, ସଞ୍ଜୟ ସାହୁଙ୍କ ରିଜର୍ଭ ଲାଇନ୍ରୁ ଜିଲା ପୋଲିସ କାର୍ଯ୍ୟାଳୟ, ଦିବାକର ବେହେରାଙ୍କ ରିଜର୍ଭ ଲାଇନ୍ରୁ ନିହଲପ୍ରସାଦ ଥାନା ଏବଂ ଏଏସ୍ଆଇ ଜୋଶେଫ୍ ପଟ୍ଟନାୟକଙ୍କ ରିଜର୍ଭ ଲାଇନ୍ରୁ ସାଆନ୍ଦା ଫାଣ୍ଡିକୁ ବଦଳି ହୋଇଥିବା ଜିଲା ପୋଲିସ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
Posted inHome Left, ଆମ ଜିଲା ଖବର, ଢେଙ୍କାନାଳ View All
ଜାଣନ୍ତି କି ପାଇପ୍ଲାଇନ୍ ଗ୍ୟାସ୍ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…
ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍ ନାଚୁରାଲ୍ ଗ୍ୟାସ୍) ଆଡ଼କୁ ମୁହାଁଇଛନ୍ତି। ଆଜି…
ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି
ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…
ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…
ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…
ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…
ନୂଆଦିଲ୍ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…
ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ
ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…
ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ
ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…
ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ ନିଜେ ହେଲେ ଗୁରୁତର
ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…
ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର
ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…
Archives

