Categories: ବାଣିଜ୍ୟ

ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାର କିଣିଲା ମିଡିଆଟେକ୍‌

ନୂଆଦିଲ୍ଲୀ: ଇଣ୍ଟେଲର ପାଓ୍ବାର ମ୍ୟାନେଜମେଣ୍ଟ ଚିପ୍‌ କାରବାରକୁ ତାଇଓ୍ବାନ ଭିତ୍ତିକ କମ୍ପାନୀ ମିଡିଆଟେକ୍‌ କ୍ରୟ କରିଛି। ମିଡିଆଟେକ୍‌ର ସହଯୋଗୀ କମ୍ପାନୀ ରିଚ୍‌ଟେକ୍‌ ଦ୍ୱାରା ଏହି କାରବାର ହୋଇଛି। ଏଥିଲାଗି କମ୍ପାନୀକୁ ୬୩୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ପ୍ରଡକ୍ଟ ଲାଇନର ବିସ୍ତାର ଲାଗି ଏହା ସହାୟକ ହୋଇପାରିବ ବୋଲି କୁହାଯାଉଛି। ମିଡିଆ ଟେକ୍‌ ଏଣ୍ଟରପ୍ରାଇଜ ସ୍ତରରେ ଏଫ୍‌ପିଜିଏ, ଏସ୍‌ଓସି, ସିପିୟୁ ଏବଂ ଏଏସ୍‌ଆଇସି ଇଣ୍ଟିଗ୍ରେଟେଡ୍‌ ପାଓ୍ବାର ସଲ୍ୟୁଶନ ଉପଲବ୍ଧ କରାଇପାରିବ। ଏହି ଡିଲ୍‌ ଦ୍ୱାରା ସ୍ମାର୍ଟଫୋନ ବଜାରରେ ମିଡିଆଟେକ୍‌ ସ୍ଥିତି ଦୃଢ ହୋଇପାରିବ ବୋଲି କୁହାଯାଉଛି।

Share