ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ ସହ ମିଶି ଡବ୍ଲ୍ୟୁଏଚ୍‌ଓ ଏକ ପାଣ୍ଠି ଗଠନ କରିବ। ବୀମା ଯୋଜନାରେ ୯୨ ସ୍ବଳ୍ପ ଆୟକାରୀ ବା ଗରିବ ରାଷ୍ଟ୍ରକୁ ସାମିଲ କରାଯିବ। ଉକ୍ତ ଦେଶଗୁଡ଼ିକର ଲୋକେ କୋଭିଡ୍‌-୧୯ ଭାକ୍ସିନ ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ସେମାନଙ୍କୁ ବୀମା ଅନୁଯାୟୀ କ୍ଷତିପୂରଣ ମିଳିବ। କରେନା ଭାକ୍ସିନ ଆସିବାରେ ହେଉଥିବା ବିଳମ୍ବ ଯୋଗୁ ସମ୍ଭାବ୍ୟ ନିଅଣ୍ଟିଆ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ଯୋଜନା ପ୍ରସ୍ତୁତ କରାଯାଉଛି। ଏହାକୁ କରୋନା ଟିକା ପ୍ରସ୍ତୁତକାରୀଙ୍କ ପାଇଁ ସୁରକ୍ଷା କବଚ ବୋଲି କୁହାଯାଉଛି।
୨୦୦୯ରେ ଏଚ୍‌୧ଏନ୍‌୧ ସ୍ବାଇନ୍‌ ଫ୍ଲୁ ଦେଖାଦେଇଥିବା ବେଳେ ଏହି ମହାମାରୀର ଭାକ୍ସିନ ଆସିବାରେ ବିଳମ୍ବ ହୋଇଥିଲା। ସେତେବେଳେ ଭାକ୍ସିନକୁ ନେଇ କୌଣସି ସ୍ପଷ୍ଟ ଉତ୍ତରଦାୟିତ୍ୱ ନ ଥିବାରୁ ଅନେକ ସ୍ବଳ୍ପ ଆୟକାରୀ ଦେଶରେ ଟିକା ପ୍ରଦାନ ପ୍ରକ୍ରିୟା ଧିମେଇ ଯାଇଥିଲା। ସେହି ବିଳମ୍ବର ପୁନରାବୃତ୍ତିକୁ ଏଡ଼ାଇବା ଲାଗି ଡବ୍ଲ୍ୟୁଏଚ୍‌ଓ ଏହି ପଦକ୍ଷେପ ନେବାକୁ ଯାଉଛି। ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ସେହି ଆଶଙ୍କାକୁ ଦୂର କରିବା, ଯାହା ଅନ୍ତର୍ଜାତୀୟ ସ୍ତରରେ ଭାକ୍ସିନକୁ ସାମ୍ନାକୁ ଆଣିବାରେ ପ୍ରତିବନ୍ଧକ ସାଜିଥାଏ। କରୋନା ଭାକ୍ସିନ ବୀମା ଯୋଜନା କୋଭାକ୍ସ ଭାକ୍ସିନ ଫାସିଲିଟିର ପ୍ରମୋଟରମାନଙ୍କ ଦ୍ୱାରା ପ୍ରଣୟନ କରାଯାଉଛି। ଡବ୍ଲ୍ୟୁଏଚ୍‌ଓ ଏବଂ ବିଲ୍‌ ଆଣ୍ଡ ମେଲିଣ୍ଡା ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ବୈଶ୍ୱିକ ଟିକା ପ୍ରସ୍ତୁତକାରୀ ମେଣ୍ଟ ‘ଗାଭି’ର ମିଳିତ ସହଭାଗିତାରେ ଏହି ବୀମା ଯୋଜନା କରାଯାଉଛି। ଏନେଇ ଗୁରୁବାର କୋଭାକ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ଅନୂ୍ୟନ ୨ ବିଲିୟନ ପ୍ରଭାବୀ ଟିକା ବଣ୍ଟନ ପାଇଁ କୋଭାକ୍ସ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଭାକ୍ସିନ ବୀମା ଯୋଜନାକୁ ୯୨ ସ୍ବଳ୍ବ ଆୟକାରୀ ଦେଶରେ ଲାଗୁ କରାଯିବ। ବିଶେଷକରି ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ଫଳରେ ଏହି ଦେଶଗୁଡ଼ିକରେ କୋଭାକ୍ସ ଦ୍ୱାରା ଆବଣ୍ଟିତ ଟିକା ନେବା ପରେ ରୋଗୀଙ୍କଠାରେ କୌଣସି ସାଇଡ୍‌-ଇଫେକ୍ଟ ଦେଖାଦେଇ ସ୍ବାସ୍ଥ୍ୟ ବିଗିଡ଼ିଲେ ସୋମନଙ୍କଠାରୁ ସମ୍ପୃକ୍ତ ରାଷ୍ଟ୍ରର ସରକାରମାନେ କ୍ଷତିପୂରଣଜନିତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେବେ ଅନେକ ମଧ୍ୟମ ଆୟକାରୀ ଦେଶ ଯଥା-ଦକ୍ଷିଣ ଆଫ୍ରକା, ଲେବାନନ, ଗାବୋନ, ଇରାନ ଓ ଲାଟିନ ଆମେରିକାକୁ ଏହି ସୁରକ୍ଷାଗତ ସୁବିଧା ଦିଆଯିବ ନାହିଁ। ଏହି ଦୃଷ୍ଟିରୁ ବିଚାରକଲେ ଭାରତକୁ ଉକ୍ତ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନ ପାରେ। କ୍ଷତିପୂରଣ ଯୋଜନା ଅନୁସାରେ କୋଭାକ୍ସ ଭାକ୍ସିନ ବ୍ୟବହାର କରିବାକୁ ଥିବା ଦେଶଗୁଡ଼ିକ ଟିକା ପ୍ରସ୍ତୁତକାରୀଙ୍କୁ ୨୦୨୨ ଜୁଲାଇ ପର୍ଯ୍ୟନ୍ତ ଅର୍ଥଦଣ୍ଡରୁ ଅବ୍ୟାହତି ଦେବେ। କୋଭାକ୍ସ ଆହୁରି କହିଛି ଯେ, ଯେଉଁ ଦେଶଗୁଡ଼ିକ ସେମାନଙ୍କୁ ଉତ୍ତରଦାୟିତ୍ୱ ସୁରକ୍ଷା ଦେବେ ନାହିଁ ସେହି ରାଷ୍ଟ୍ରରେ ଭାକ୍ସିନ ବଣ୍ଟନ କରାଯିବ ନାହିଁ।
କୋଭାକ୍ସ ଏହାର ରିପୋର୍ଟରେ ସ୍ପଷ୍ଟ କରିଛି ଯେ, କୋଭାକ୍ସ ଫାସିଲିଟି ଏକ ବ୍ୟବସ୍ଥା ବିକଶିତ କରୁଛି, ଯେଉଁଥିରେ ୯୨ ଦେଶର କେହି ଟିକା ନେବା ପରେ ସିରିୟସ୍‌ ଆଡଭର୍ସ ଇଭେଣ୍ଟସ୍‌ (ଏସ୍‌ଏଇ) ଦ୍ୱାରା ଆକ୍ରାନ୍ତ ହେଲେ ତାଙ୍କୁ କ୍ଷତିପୂରଣ ଦିଆଯିବ। ତେବେ ଏହି ୯୨ ରାଷ୍ଟ୍ରକୁ ଚୟନ କରିବାରେ କେଉଁ ମାନଦଣ୍ଡ ଆପଣାଯାଇଛି ତାହା ଏଥିରେ କୁହାଯାଇନାହିଁ।
ନିୟାମକ ଅନୁମୋଦନ ପାଇଥିବା ଭାକ୍ସିନର ନକାରାମତ୍କ ପ୍ରତିକ୍ରିୟା ପ୍ରାୟତଃ ନ ଥାଏ। ଏହାସତ୍ତ୍ୱେ କରୋନା ସଂକ୍ରମଣ ଯୋଗୁ ଜନସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବାରୁ ଏହାର ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ବୀମା ଯୋଜନା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତିକ ସ୍ବୀକୃତିପ୍ରାପ୍ତ କୌଣସି କୋଭିଡ୍‌ ଟିକା ବାହାରି ନାହିଁ। କିନ୍ତୁ ଆସନ୍ତା ଡିସେମ୍ବରରେ ଚାଇନାର ଉହାନ ସହରରେ କରୋନା ଉତ୍ପତ୍ତିକୁ ବର୍ଷେ ପୂରୁଥିବାବେଳେ ଏହି ଅବଧି ସୁଦ୍ଧା ଏହା ବିକଶିତ ହୋଇଯିବ ବୋଲି ଡବ୍ଲ୍ୟୁଏଚ୍‌ଓ ଆକଳନ କରିଛି। କୌଣସି ଭାକ୍ସିନ ସମ୍ପୂର୍ଣ୍ଣ ଭାବେ ବିକଶିତ ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ। ଏକଥା ପୂର୍ବ ଅନୁଭୂତିରୁ ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri