Posted inଜାତୀୟ

ଅସହ୍ୟ ତାତି: ଦେଶରେ ବ୍ଲାକଆଉଟ ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ,୧୯।୪ : ଏହା ଗ୍ରୀଷ୍ମର ଆରମ୍ଭ ମାତ୍ର, କିନ୍ତୁ ସୂର୍ଯ୍ୟର ଉତ୍ତାପ ଯୋଗୁ ଅସହ୍ୟ ତାତି ଲୋକଙ୍କୁ ଅସୁବିଧାରେ ପକାଉଛି। ଚଳିତ ସପ୍ତାହରେ ସାରା ଦେଶରେ ତାପମାତ୍ରା ବୃଦ୍ଧି ପାଉଛି। ଝାଞ୍ଜି ପବନ ଯୋଗୁ ଲୋକମାନେ ଅସୁବିଧାରେ ପଡୁଛନ୍ତି। ତେବେ ବଢୁଥିବା ଉତ୍ତାପ ଯୋଗୁ ବ୍ଲାକଆଉଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ହରିୟାଣା, ପଶ୍ଚିମବଙ୍ଗ, ବିହାର, ଓଡିଶା ଏବଂ ଉତ୍ତରପ୍ରଦେଶରେ ଝାଞ୍ଜି ବହିବା ନେଇ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସୂଚନାନୁସାରେ, ଓଡିଶାର ବାରିପଦାରେ ସୋମବାର ଦିନ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଅନେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ପାଞ୍ଚ ଡିଗ୍ରୀ ଅଧିକ ରହିଛି।

ଚଳିତ ବର୍ଷ ଉତ୍ତାପ ସ୍ବାଭାବିକଠାରୁ ଅଧିକ ଥିବାରୁ ଲୋକମାନେ ଚିନ୍ତିତ ଅଛନ୍ତି। ପ୍ରବଳ ଉତ୍ତାପ ଯୋଗୁ ଏଥର ଗହମ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ। ଅତ୍ୟଧିକ ଏସି ଚାଲିବା ପାୱାର୍‌ ଗ୍ରୀଡର ସୀମା ଅତିକ୍ରମ କରିପାରେ, ଯାହା ଦ୍ୱାରା ବ୍ଲାକଆଉଟ ଏବଂ ପାୱାର୍‌ କଟ ହୋଇପାରେ। ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ଅସୁବିଧାରେ ପଡ଼ିବେ। ଉତ୍ତାପ ଅପେକ୍ଷା ଆର୍ଦ୍ରତା ଅଧିକ ବିପଜ୍ଜନକ ଅଟେ। ଭାରତର ଲୋକ କୌଣସି ଉତ୍ତାପ ସୁରକ୍ଷା ବିନା ବାହାରେ କାମ କରନ୍ତି। ସେମାନ ମଧ୍ୟରେ ଶ୍ରମିକ, ହକର, ରିକ୍ସା ଡ୍ରାଇଭର, କ୍ଷେତରେ କାମ କରୁଥିବା ଲୋକେ ଅଛନ୍ତି। ଉତ୍ତାପ ସୁରକ୍ଷା ପଦ୍ଧତିର ଅଭାବ ପାଇଁ ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥାଏ। ଭାରତ ବିଶ୍ୱର ଏଭଳିଦେଶ ତାଲିକାରେ ଅନ୍ତର୍ଭୁକ୍ତ ଯେଉଁଠାରେ ଉତ୍ତାପ ଯୋଗୁ ସର୍ବାଧିକ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟେ।

ଏନେଇ ନିରନ୍ତର ପାନୀୟ ଜଳ ପିଇବା ଜାରି ରଖିବାକୁ ଅଧିକାରୀମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାହାରକୁ ଯିବା ସମୟରେ ହାଲୁକା,ସୂତା ପୋଷାକ ପିନ୍ଧିବା ସହ ମୁଣ୍ଡ ଘୋଡାଇବାକୁ ପରାମର୍ଶ ଦିଆଯାଇଛି।

ଚଳିତ ସପ୍ତାହରେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ସରକାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ନେଇଥିଲେ। ଉତ୍ତାପ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ପଶ୍ଚିମବଙ୍ଗ ସରକାର ଅତ୍ୟଧିକ ଉତ୍ତାପ ଯୋଗୁଁ ଏହି ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅନ୍ୟ ରାଜ୍ୟରେ ମଧ୍ୟ ସ୍କୁଲ ସମୟ ହ୍ରାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri