ମାସେ ମଧ୍ୟରେ କାର୍ଯ୍ୟକାରୀ ପାଇଁ ପୌର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୩୦ା୯: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ପଞ୍ଚାୟତ ଓ ୩ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ସାମିଲ ନେଇ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ବିଚାର କରି ମାସେ ମଧ୍ୟରେ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହର ତଳି ଅଞ୍ଚଳ ମିିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି, ସହର ସନିକଟ ଅଞ୍ଚଳ ଓ ବିଏମ୍‌ସି ପାର୍ଶ୍ୱବର୍ତ୍ତୀ ୧୮ ପଞ୍ଚାୟତକୁ ବିଏମ୍‌ସିରେ ସାମିଲ ନେଇ ରାଜ୍ୟ ସରକାର ବୈଧାନିକ ନିଷ୍ପତ୍ତି ନେବାରେ ବିଫଳ ହେବାରୁ କମିଟି ପକ୍ଷରୁ ୨୦୨୧ ଡିସେମ୍ବର ୧୨ରେ ହାଇକୋର୍ଟରେ ରିଟ ପିଟିଶନ ଦାଖଲ କରାଯାଇଥିଲା। ଏହି ମାମଲାର ବିଚାର କରି ହାଇକୋର୍ଟ ଜାନୁୟାରୀ ୧ରେ ରାଜ୍ୟ ପାୈର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଉପରୋକ୍ତ ପଞ୍ଚାୟତ ଓ ୩ ଗ୍ରାମକୁ ମହାନଗରରେ ସାମିଲ ନେଇ ୩ ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପାୈର ନିର୍ଦ୍ଦେଶକ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ କମିଟି ପକ୍ଷରୁ ଅଗଷ୍ଟ ୮ରେ ହାଇକୋର୍ଟରେ ଅଦାଲତ ଅବମାନନା ରୁଜୁ କରାଯାଇଥିଲା। ଯାହାର ଶୁଣାଣି ଗତ ୨୬ ତାରିଖରେ ବିଚାରପତି ବିଶ୍ୱନାଥ ରଥ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ୧ ମାସ ମଧ୍ୟରେ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।