କ୍ଷୟକ୍ଷତି ଆକଳନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮।୮(ବ୍ୟୁରୋ):  ଗତ ୫ ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହୋଇଛି। ତେବେ ୧୦ଟି ଜିଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ସର୍ବାଧିକ ୪୬୩ ମିଲିମିଟର ବର୍ଷା ହୋଇଥିବାବେଳେ ଯାଜପୁରରେ ୨୬୩, ଢେଙ୍କାନାଳରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲାର ୬ଟି ବ୍ଲକରେ ୬୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କୋରକୁଣ୍ଡା ବ୍ଲକରେ ୬୧୦, ଚିତ୍ରକୋଣ୍ଡାରେ ୫୪୬, କାଲିମେଳାରେ ୪୪୧, ମାଥିଲିରେ ୪୪୭, ଖଇରପୁଟରେ ୪୩୫ ଏବଂ ପଡ଼ିଆ ବ୍ଲକରେ ୪୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କଟକ ଜଲାର ବାଙ୍କି ଡମପଡାରେ ୩୯୫ ମିଲିମିଟର, ଆଠଗଡ଼ରେ ୩୪୮, ଢେଙ୍କାନାଳ ଭୁବନରେ ୩୧୨, ଯାଜପୁର ବିଞ୍ଝାରପୁରରେ ୩୫୩, ଧର୍ମଶାଳାରେ ୩୨୫, ଯାଜପୁର ବ୍ଲକରେ ୩୧୫ ମିଲିମିଟର ଏବଂ କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ୩୭୧ ମିଲିମିଟର ବର୍ଷା ହୋଇଛି। ସୋମବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା କରିବା ପରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
କ୍ଷୟକ୍ଷତି ନେଇ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ୧୦ଟି ଜିଲାର ଜିଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିଲେ। ୫ ଦିନ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ଫ୍ଲାସଫ୍ଲଡ ହୋଇଛି। କାଲିମେଳା ସହିତ ଯୋଗାଯୋଗ ବିଚ୍ଛିନ୍ନ ଥିଲା। ତେବେ ଅନ୍ୟାନ୍ୟ ଅଞ୍ଚଳରେ ଜୀବନଯାପନ ସ୍ବାଭାବିକ ରହିଛି। ମାଲକାନଗିରି ଜିଲାରେ କେଉଁଠି ଜୀବନ ହାନି ହୋଇ ନ ଥିବା ଜଣାପଡ଼ିଛି। ଜିଲାର ୨୭୧ ହେକ୍ଟର ଜମିରେ ପାଣି ବୁଡ଼ି ରହିଛି। ଢେଙ୍କାନାଳର ଭୁବନ ବ୍ଲକର ଭୁବନ ଓ କାମାକ୍ଷାନଗର ମଧ୍ୟରେ ଗମନାଗମନ ବାଧ୍ୟାପ୍ରାପ୍ତ ହୋଇଥିଲା। ଭୁବନ ଓ ଗଁଦିଆ ବ୍ଲକର ୩ଟି ପଞ୍ଚାୟତରେ ପାଣି ଜମି ରହିଥିଲା। ବରଗଡ଼ ଜିଲାର ପଦ୍ମପୁର ବ୍ଲକରେ କିଛି ସମୟ ପାଇଁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟା ଯୋଗୁ ଜୀବନ ହାନି ହୋଇନାହିଁ। ବଲାଙ୍ଗୀର ଜିଲାର ପାଟଣାଗଡ଼ର ଗୋଟିଏ ପରିବାରର ୪ ଜଣ ନିଜର ନୂଆ ଘର ଛାଡି ପୁରୁଣା ଘରକୁ ଯାଇଥିଲେ। ସେଠାରେ ସେମାନେ ରହି ଯାଇଥିଲେ। ସେଠାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଥମେ କୁହାଯାଇଥିଲା। ମାତ୍ର ୨ଜଣ ନୁହେଁ ବରଂ ଜଣକର ପ୍ରାଣହାନି ହୋଇଥିବା ବଲାଙ୍ଗୀର ଜିଲାପାଳ ଏନେଇ ସ୍ପଷ୍ଟ କରିଥିବା ଏସ୍‌ଆର୍‌ସି କହିଛନ୍ତି। ଢେଙ୍କାନାଳ ଜିଲାରେ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ୨୦୦ କଚାଘର ରାଜ୍ୟରେ କ୍ଷତି ହୋଇଥିବା ବେଳେ ଗୋଟିଏ ଘର ସମ୍ପୂଣ୍ଣର୍ର୍ କ୍ଷତି ହୋଇଛି। ଜିଲାପାଳମାନଙ୍କୁ କ୍ଷୟକ୍ଷତି ଆକଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାରମାନେ ଘର ଭଙ୍ଗା ଓ ଶସ୍ୟ କ୍ଷୟକ୍ଷତି ଆକଳନ କରିବା ଆରମ୍ଭ କରିଛନ୍ତି ବୋଲି ଏସଆରସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri