କୀଟନାଶକ ପରିବର୍ତ୍ତେ ଏବେ ଆଲୋକ ଯନ୍ତା

କଟକ,୬ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ଏଣିକି ଫସଲ ନଷ୍ଟ କରୁଥିବା ପୋକ ବା କୀଟମାନଙ୍କୁ ମାରିବା ପାଇଁ ଚାଷୀଙ୍କୁ ଆଉ କ୍ଷତିକାରକ ରସାୟନ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଉଦ୍ଭାବନ ହୋଇଛି ଏକ ଯନ୍ତା, ଯାହାକି ପରିବେଶ ଅନୁକୂଳ। ଯାହାର ନାମ ହେଉଛି ସୌରଶକ୍ତି ୨୪/୭ ଇନ୍‌ସେକ୍ଟ ଟ୍ରାପ୍‌ ବା ଆଲୋକ ଯନ୍ତା। ଏହି ଯନ୍ତା ଉଦ୍ଭାବନ କରିଛନ୍ତି କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ଓଡ଼ିଆ ବୈଜ୍ଞାନିକ ଶ୍ୟାମରଞ୍ଜନ ଦାସ ମହାପାତ୍ର। ଏହି ଯନ୍ତା ବ୍ୟବହାର କଲେ ଚାଷଜମିରେ ଆଉ କେମିକାଲ ବା କୀଟନାଶକ ପ୍ରୟୋଗ କରିବାକୁ ପଡ଼ିବ ନାହିଁ ବୋଲି ବୈଜ୍ଞାନିକ ମହାପାତ୍ର କହିଛନ୍ତି।
ସାଧାରଣତଃ ସନ୍ଧ୍ୟା ହେଲେ ଚାଷଜମିକୁ ବହୁସଂଖ୍ୟାରେ କୀଟପତଙ୍ଗ ଆସି କ୍ଷତି କରିଥାଆନ୍ତି। ସେମାନଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ ଏହି ମେଶିନ ବେଶ୍‌ ଲାଭଦାୟକ ହେବ। ପୋକଗୁଡିକ ଆଲୋକ ପ୍ରତି ଆକର୍ଷିତ ହୋଇଥାନ୍ତି। ସେମାନଙ୍କ ଏହି ପ୍ରବୃତ୍ତିକୁ ଆଧାର କରି ଆଲୋକ ଯନ୍ତା ଉଦ୍ଭାବନ ହୋଇଛି। ସେହିଭଳି ବହୁସଂଖ୍ୟାରେ କୀଟ ଆସିବାର ଅଛି କିମ୍ବା କେଉଁ କେଉଁ ପ୍ରଜାତିର କୀଟପତଙ୍ଗ ଆସୁଛନ୍ତି ସେ ସବୁ ମଧ୍ୟ ଏହି ଯନ୍ତା ସାହାଯ୍ୟରେ ଜାଣିହେବ। ଏହି ଯନ୍ତା ସମ୍ପୂର୍ଣ୍ଣ ଭାବେ ସୌରଚାଳିତ ଓ ସହଜରେ ଯେକୌଣସି ସ୍ଥାନରେ ରଖାଯାଇ ପାରିବ। ୩ଟି ଭାଗରେ ବିଭକ୍ତ ଏହି ଯନ୍ତାରେ ଏଲ୍‌ଇଡି ବଲ୍‌ବ ଲଗାଯାଇଛି। ଏହି ବଲ୍‌ବକୁ ଏକ ବ୍ୟାଟେରି ଓ ବ୍ୟାଟେରିକୁ ସୋଲାର ପ୍ୟାନେଲ ସହିତ ସଂଯୋଗ କରାଯାଇଛି। ଏହି ଯନ୍ତାରେ ଏକ ଟାଇମର୍‌ ଲଗାଯାଇଛି। ସ୍ବୟଂଚାଳିତ ଯନ୍ତାରେ ପୋକଗୁଡିକ ପାଇଁ ଦୁଇଟି ଚାମ୍ବର ଅଛି, ଯାହାଦ୍ୱାରା ଉପକାରୀ ଓ ଅପକାରୀ ପୋକଙ୍କୁ ଅଲଗା କରାଯାଇପାରିବ। ପୋକଗୁଡ଼ିକ ଯନ୍ତାରେ ପଶିବା ପରେ କ୍ଷତିକାରକ ପୋକଗୁଡ଼ିକୁ ନଷ୍ଟ କରିହେବ ଓ ଉପକାରୀ ପୋକକୁ ପୁଣି ଫସଲରେ ଛଡ଼ାଯାଇ ପାରିବ।
ଏହାକୁ ଫସଲ କିଆରି ନିକଟରେ ରଖିଦେଲେ କାମ ଆରମ୍ଭ କରିଦିଏ। ସୂର୍ଯ୍ୟାସ୍ତ ପରେ ଟାଇମର୍‌ଟି ବଲ୍‌ବକୁ ୩/୪ ଘଣ୍ଟା ପର୍ଯ୍ୟନ୍ତ ଜଳାଇ ରଖିଥାଏ। ୪ ଘଣ୍ଟା ପରେ ଏହି ଯନ୍ତା ସ୍ବୟଂ ବନ୍ଦ ହୋଇଯାଏ। ଆଲୋକ ପ୍ରତି ଆକର୍ଷିତ ହୋଇ ପୋକଗୁଡ଼ିକ ଏହି ଯନ୍ତାରେ ପଶିବା ପରେ ଆଉ ବାହାରକୁ ବାହାରି ପାରନ୍ତି ନାହିଁ। କେବଳ ରାତି ନୁହଁ ଦିନରେ ମଧ୍ୟ ଏହା କାର୍ଯ୍ୟ କରିଥାଏ। ଏପରି କି ପୋକଗୁଡିକ କେତେକ ରଙ୍ଗ ପ୍ରତି ମଧ୍ୟ ଆକର୍ଷିତ ହୋଇଥାନ୍ତି। ଏହାକୁ ଆଧାର କରି ହଳଦିଆ ଓ ନୀଳ ରଙ୍ଗର ଯନ୍ତା ମଧ୍ୟ ରହିଛି, ଯାହା ଦିନରେ ମଧ୍ୟ ପୋକଙ୍କୁ ଆକର୍ଷିତ କରିପାରେ। ଏହି ଯନ୍ତା ମେଘୁଆ ପାଗରେ ବି ୪ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ ବୋଲି ଶ୍ୟାମରଞ୍ଜନ କହିଛନ୍ତି।
ଏହି ଯନ୍ତାକୁ ବୈଜ୍ଞାନିକ ୨ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହେଉଛି ପର୍ଯ୍ୟବେକ୍ଷଣ ଓ ଅନ୍ୟଟି ହେଉଛି ମାସ୍‌ ଟ୍ରାପିଂ (ସମୂହ ପୋକଧରା)। ପର୍ଯ୍ୟବେକ୍ଷଣ ପାଇଁ ୧ ହେକ୍ଟର ଜମିରେ ଗୋଟିଏ ଆଲୋକ ଯନ୍ତା ବ୍ୟବହାର କରାଯିବ। ସେହିପରି ମାସ୍‌ ଟ୍ରାପିଂ ପାଇଁ ୧ ହେକ୍ଟର ଜମିରେ ୩ଟି ଯନ୍ତା ବ୍ୟବହାର ହେବ। ଏଥିପାଇଁ ୨ ପ୍ରକାର ଯନ୍ତା ମଧ୍ୟ ରହିଛି। ଗୋଟିଏ ହେଉଛି ଡେ ନାଇଟ ଟ୍ରାପ୍‌-୩, ଯାହାର ମୂଲ୍ୟ ୯୫୦ ଟଙ୍କା ଓ ଅନ୍ୟଟି ଡେ ନାଇଟ ଟ୍ରାପ୍‌-୬, ଯାହାର ମୂଲ୍ୟ ୧୦୫୦ ରହିଛି। ମହାରାଷ୍ଟ୍ରର ଏକ କମ୍ପାନୀ ଏହାକୁ ପ୍ରସ୍ତୁତ କରି ବିକ୍ରି କରୁଛି। ଏପରି କି ଫ୍ଲିପ୍‌କାର୍ଟ, ଆମାଜନରେ ମଧ୍ୟ ଏହା ଉପଲବ୍ଧ ରହିଛି। ଗୁଜରାଟ, ବିହାର, ଛତିଶଗଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଏହାର ବେଶ୍‌ ଚାହିଦା ରହିଛି।
ସାଧାରଣତଃ ଫସଲ ନଷ୍ଟ କରୁଥିବା କୀଟମାନଙ୍କୁ ମାରିବା ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ଔଷଧ ପ୍ରୟୋଗ କରିଥାନ୍ତି। ଏହିସବୁ ଔଷଧ ପରିବେଶ ପାଇଁ କ୍ଷତିକାରକ ହେବା ସହ ଚାଷୀଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇଥାଏ। ଏହା ବ୍ୟତୀତ ଔଷଧ ପ୍ରୟୋଗ ଦ୍ୱାରା ଅନେକ ଉପକାରୀ ପୋକ ମଧ୍ୟ ମରିଯାଇଥାନ୍ତି। ତେଣୁ ଆମେ ଏମିତି ଏକ ପଦ୍ଧତି ବାହାର କରିବା ପାଇଁ ଚାହିଁଲୁ, ଯେଉଁଥିରେ କେବଳ କ୍ଷତିକାରକ ପୋକଙ୍କୁ ଧରାଯାଇପାରିବ ଓ ଯନ୍ତାଟି ଶସ୍ତା ହେବା ସହ ସବୁ ସମୟରେ ବ୍ୟବହାର କରାଯାଇପାରୁଥିବ। ୨୦୧୩ରୁ ସୌରଶକ୍ତି ଆଲୋକ ଯନ୍ତା ନିର୍ମାଣ ଆରମ୍ଭ ହୋଇଥିଲା। କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଏହାର ଚାହିଦା ରହିବ ବୋଲି ଶ୍ୟାମରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri