ମାଟି ବଦଳରେ ଇଲେକ୍ଟ୍ରି ଦୀପ,ଚିନ୍ତାରେ କୁମ୍ଭକାର ପରିବାର

ପାରଳାଖେମୁଣ୍ଡି, ୯ା୧୧ (ଗିରିଧାରୀ ପରିଛା):ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକର ସଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ଶୁଭକାମନା କରନ୍ତି ଲୋକେ। ସମୟ ବଦଳିବା ସହ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳୁଛି। ଏବେ ମାଟି ଦୀପର ସ୍ଥାନ ନେଇଛି ଇଲେକ୍ଟ୍ରିଚ ଦୀପ, ଲିଚୁ । ତଥାପି ଦୀପାବଳି ପାଇଁ କୁମ୍ଭକାରମାନେ ଦୀପ ତିଆରି କରିବାରେ ଲାଗିଛନ୍ତି। ଦୁଇ ପଇସା ରୋଜଗାର କରି ପରିବାର ପୋଷଣ କରୁଥିବା ଏହି ଲୋକମାନେ ଏବେବି ଉଦ୍ୟମ ଜାରି ରଖିଛନ୍ତି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ତ କୁମ୍ଭକାର ସାହି ଠାରେ ପ୍ରାୟ ୫୦ ପରିବାର ରହୁଛନ୍ତି। ଆବଶ୍ୟକୀୟ କଞ୍ଚାମାଲର ଦର ବୃଦ୍ଧି ଯୋଗୁଁ କାରିଗରମାନେ ଚିନ୍ତାରେ। ଧିରେ ଧିରେ ମାଟି ତିଆରି ଜିନିଷର ଚାହିଦା କମିବାରେ ଲାଗିଛି। ଦିନ ଥିଲା କେବଳ ଦିପାବଳୀ ନୁହେଁ, ବର୍ଷ ତମାମ ଘର ପାଇଁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ମାଟି ହାଣ୍ଡି, ମାଟି ବେଲା, ରୂଖା, ବାସନ ଇତ୍ୟାଦି ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। ଆଉ ଦୀପାବଳି ଆସିଲେ ଭଲ ରୋଜଗାର ହେଉଥିଲା। କିନ୍ତୁ ଏବେ ଏହାର ଚାହିଦା କମି ଗଲାଣି। ସେହିପରି ମାଟି ଦୀପର ସ୍ଥାନ ନେଲାଣି ଚାଇନା ସାମଗ୍ରୀ। ଫଳରେ କୌଳିକ ବୃତ୍ତିଠାରୁ ଧୀରେ ଧୀରେ ଦୂରେଇଗଲେଣି କୁମ୍ଭକାର। ପରିବାରର ସଦସ୍ୟମାନେ ଭିଟାମାଟି ଛାଡି ଏବେ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଉଥିବା ରାମଚନ୍ଦ୍ର ବେହେରା, ଯୁଗଳ ବେହେରା, ଶ୍ରୀଧର ବେହେରା ମଙ୍ଗଳା ବେହେରା, ଶ୍ୟାମ ବେହେରା ପ୍ରମୁଖ କହିଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ ପକ୍ଷରୁ ଯେଉଁଭଳି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିକୁ ବନ୍ଦ କରାଯାଇଛି ସେହିପରି କୁମ୍ଭକାରମାନଙ୍କ ପାଇଁ ମଧ୍ୟ ଇଲେକ୍ଟ୍ରି ଦୀପ ବଦଳରେ ମାଟି ଦୀପ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନତା କରାଇବା ଆବଶ୍ୟକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri