ମାଟି ବଦଳରେ ଇଲେକ୍ଟ୍ରି ଦୀପ,ଚିନ୍ତାରେ କୁମ୍ଭକାର ପରିବାର

ପାରଳାଖେମୁଣ୍ଡି, ୯ା୧୧ (ଗିରିଧାରୀ ପରିଛା):ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକର ସଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ଶୁଭକାମନା କରନ୍ତି ଲୋକେ। ସମୟ ବଦଳିବା ସହ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳୁଛି। ଏବେ ମାଟି ଦୀପର ସ୍ଥାନ ନେଇଛି ଇଲେକ୍ଟ୍ରିଚ ଦୀପ, ଲିଚୁ । ତଥାପି ଦୀପାବଳି ପାଇଁ କୁମ୍ଭକାରମାନେ ଦୀପ ତିଆରି କରିବାରେ ଲାଗିଛନ୍ତି। ଦୁଇ ପଇସା ରୋଜଗାର କରି ପରିବାର ପୋଷଣ କରୁଥିବା ଏହି ଲୋକମାନେ ଏବେବି ଉଦ୍ୟମ ଜାରି ରଖିଛନ୍ତି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ତ କୁମ୍ଭକାର ସାହି ଠାରେ ପ୍ରାୟ ୫୦ ପରିବାର ରହୁଛନ୍ତି। ଆବଶ୍ୟକୀୟ କଞ୍ଚାମାଲର ଦର ବୃଦ୍ଧି ଯୋଗୁଁ କାରିଗରମାନେ ଚିନ୍ତାରେ। ଧିରେ ଧିରେ ମାଟି ତିଆରି ଜିନିଷର ଚାହିଦା କମିବାରେ ଲାଗିଛି। ଦିନ ଥିଲା କେବଳ ଦିପାବଳୀ ନୁହେଁ, ବର୍ଷ ତମାମ ଘର ପାଇଁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ମାଟି ହାଣ୍ଡି, ମାଟି ବେଲା, ରୂଖା, ବାସନ ଇତ୍ୟାଦି ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। ଆଉ ଦୀପାବଳି ଆସିଲେ ଭଲ ରୋଜଗାର ହେଉଥିଲା। କିନ୍ତୁ ଏବେ ଏହାର ଚାହିଦା କମି ଗଲାଣି। ସେହିପରି ମାଟି ଦୀପର ସ୍ଥାନ ନେଲାଣି ଚାଇନା ସାମଗ୍ରୀ। ଫଳରେ କୌଳିକ ବୃତ୍ତିଠାରୁ ଧୀରେ ଧୀରେ ଦୂରେଇଗଲେଣି କୁମ୍ଭକାର। ପରିବାରର ସଦସ୍ୟମାନେ ଭିଟାମାଟି ଛାଡି ଏବେ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଉଥିବା ରାମଚନ୍ଦ୍ର ବେହେରା, ଯୁଗଳ ବେହେରା, ଶ୍ରୀଧର ବେହେରା ମଙ୍ଗଳା ବେହେରା, ଶ୍ୟାମ ବେହେରା ପ୍ରମୁଖ କହିଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ ପକ୍ଷରୁ ଯେଉଁଭଳି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିକୁ ବନ୍ଦ କରାଯାଇଛି ସେହିପରି କୁମ୍ଭକାରମାନଙ୍କ ପାଇଁ ମଧ୍ୟ ଇଲେକ୍ଟ୍ରି ଦୀପ ବଦଳରେ ମାଟି ଦୀପ ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନତା କରାଇବା ଆବଶ୍ୟକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri