କୟାଁ ବ୍ୟାଘ୍ରଦେବୀ ମନ୍ଦିର ଶୁଭସ୍ତମ୍ଭ ସ୍ଥାପନ: ଜୁନ ୪ରେ ପ୍ରତିଷ୍ଠା ଉତ୍ସବ

ଭଞ୍ଜନଗର,୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନିକଟରେ ଥିବା ବହୁପୁରାତନ ମା’ ଭଗବତୀ ରାଜରାଜେଶରୀଙ୍କ କୟାଁ (ବାଟ) ବ୍ୟାଘ୍ରଦେୀ ମନ୍ଦିର ନୂତନ ପ୍ରାସାଦ ଉତ୍ସବ ଜୁନ ୪ ରୁ ୯ ତାରିଖ ୬ ଦିନ ଧରି ହେବ। ତେଣୁ ଶୁକ୍ରବାର ମନ୍ଦିର ସମ୍ମୁଖରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ତାଙ୍କ ସହଧର୍ମିଣୀ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ। କର୍ତ୍ତା ଭାବେ ବଳରାମ ଦାସ ଏବଂ ତାଙ୍କ ସହଧର୍ମିଣୀ ବିଜୟ ଲକ୍ଷ୍ମୀ ପାଢ଼ୀ ଥିଲେ। ଶୁଭ ସ୍ତମ୍ଭ ସ୍ଥାପନ ପୂର୍ବରୁ ମନ୍ଦିର କର୍ମକର୍ତ୍ତା
କୁଲାଡ ବ୍ୟାଘ୍ରଦେୀ ମନ୍ଦିରରୁ ଆଜି ପ୍ରତ୍ୟୁଷରୁ ଆଜ୍ଞାମାଳ ଧରି ଏକ ଶୋଭାଯାତ୍ରାରେ ଭଞ୍ଜନଗର ଭେଜିପୁଟ ଶ୍ରୀଶ୍ରୀଶ୍ରୀ ଗୁପ୍ତେଶ୍ୱର ଶିବ ମନ୍ଦିରରେ ପହଞ୍ଚି ଥିଲେ। ଏହା ପରେ ଶିବ ମନ୍ଦିର ଠାରୁ ପୁଣି ଶୋଭାଯାତ୍ରା ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ, ଖାଲାସିସାହି, ମେଇନରୋଡ, ଥାନା ଛକ ,ବସଷ୍ଟାଣ୍ଡ ହୋଇ କୟାଁ ବ୍ୟାଘ୍ରଦେୀ ମନ୍ଦିରରେ ପହଞ୍ଚିଥିଲା। ଏହାପରେ ପୂଜା ପାଠ ପରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା। ଏହି ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର,
ମୂରଲୀ ପଣ୍ଡା, ପ୍ରମୋଦ ଦଳବେହେରା, ଡି ଚେଲପତି ରାଓ, ମନୋଜ ପଟ୍ଟନାୟକ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ରାଘବ ଆଚାର୍ଯ୍ୟ,ଜଗଦିଶ ପାଣିଗ୍ରାହୀ, ରାମକୃଷ୍ଟ ପଣ୍ଡା, ଗୁପ୍ତେଶ୍ୱର ସୁବୁଦ୍ଧି, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଭଞ୍ଜନଗରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସମୟରେ କୁଲାଡରୁ ବ୍ୟାଘ୍ର ଦେବୀଙ୍କୁ ଶୋଭାଯାତ୍ରାରେ ଅଣାଯାଇଥାଏ। ଏହାପରେ ସହର ପ୍ରବେଶ ଦାରରେ ଥିବା କୟାଁ ବ୍ୟାଘ୍ରଦେୀ ମନ୍ଦିର ଠାରେ ଦେବୀ କିଛି ସମୟ ବିଶ୍ରାମ ନେବାପରେ ପୁଣି ସହରରେ ହୋଇଥିବା ଅସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଥାନ୍ତି। ତେଣୁ କୟାଁ ବ୍ୟାଘ୍ରଦେବୀ ମନ୍ଦିର ଏକ ପ୍ରସିଦ୍ଧ ମନ୍ଦିର ଭାବେ ପରିଚିତ। କିନ୍ତୁ କିଛିବର୍ଷ ପୂର୍ବେ ରାସ୍ତା ସମ୍ପ୍ରସାରଣ ଯୋଗୁ ମନ୍ଦିରର ଅଧା ଅଂଶ ଭଙ୍ଗା ଯାଇଥିଲା। ଫଳରେ ନୂତନ ମନ୍ଦିର ପ୍ରାସାଦ ର୍ନିମାଣ ଆବଶ୍ୟକ ପଡ଼ିଥିଲା।

ତେଣୁ ମନ୍ଦିର କର୍ମକର୍ତ୍ତା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହଯୋଗ କାମନା କରିଥିଲେ ୨ ବର୍ଷ ପୂର୍ବେ। ଏନେଇ ବିକ୍ରମ ଆର୍ଥିକ ବ୍ୟବସ୍ଥା କରିବା ପରେ ମନ୍ଦିର କାମ ଅଗ୍ରଗତି ହୋଇଥିଲା। ତଥାପି ମନ୍ଦିର ର ଅନେକ କାମ ଆହୁରି ବାକି ରହି ଯାଇଥିଲା। ନବ ର୍ନିବାଚିତ ବିଧାୟକ ପ୍ରଦ୍ୟୁମ୍ନ କୁମାର ଏନେଇ ଜାଣିବା ପରେ ବ୍ୟକ୍ତିଗତ ଭାବେ ମନ୍ଦିର ର ଉନ୍ନତୀ ପାଇଁ ଅର୍ଥ ଦାନ କରିବା ସହ ସରକାରୀ ଅନୁଦାନ ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଇଥିଲେ। ଆଗାମୀ ଦିନରେ ମଧ୍ୟ ମନ୍ଦିରର ଉନ୍ନତି ପାଇଁ ଯାହା ସହଯୋଗ ଲୋଡ଼ା ତାହା ଯୋଗାଇ ଦେବାପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ ଏଠାରେ ସୂଚନା ଦେଇଛନ୍ତି। ଆଜିର ପୂଜା ପାଠ ମୁଖ୍ୟ ପୁରୋହିତ ଉପେନ୍ଦ୍ର ମିଶ୍ର, ସିମାଞ୍ଚଳ ପ୍ରମୁଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri