୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା

ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ନିକଟରେ ଏହି ସର୍ଜରୀର ଚାହିଦା ବଢିବାରେ ଳାଗିଛି। ଏହା ଖୁବ୍‌ ଯନ୍ତ୍ରଣାଦାୟକ କୁହାଯାଉଥିଲେ ମଧ୍ୟ ସୁନ୍ଦର ଦେଖାଯିବାର ନିଶା ମଣିଷକୁ ଏପରି କରିବାକୁ ବଶ କରିଛି।

ନିକଟରେ ୨୯ବର୍ଷର ଇନଫ୍ଲୁଏନସର ୟେଫରସମ କୋସିଆ ଏପରି ଯନ୍ତ୍ରଣାଦାୟକ ଅପରେଶନ କରି ନିଜ ଉଚ୍ଚତା ୨ଇଞ୍ଚ ବୃଦ୍ଧି କରାଇଛନ୍ତି। କିନ୍ତୁ ସୁନ୍ଦର ଦେଖାଯିବାକୁ ନେଇ କରୁଥିବା ଏହି ସର୍ଜରୀ ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏଥିପାଇଁ ସେ ଠିକ୍‌ ସେ ଶୋଇ ବି ପାରୁ ନାହାନ୍ତି। ଏଥିପାଇଁ ତାଙ୍କୁ ନିଦ ଔଷଧ ଖାଇବାକୁ ପଡୁଛି। କଲମ୍ବିଆରେ ରହୁଥିବା କୋସିଆଙ୍କ ଉଚ୍ଚତା ପୂର୍ବରୁ ୫.୮ଫିଟ ଥିବାବେଳେ ଏବେ ୬ଫୁଟ ରହିଛି। ସେ ନିଜର ଗୋଡକୁ ଆଉ ୨ଫୁଟ ଲମ୍ବା କରିଛନ୍ତି। ଏଥିପାଇଁ ସେ ୧୭୫,୦୦୦ଡଲାର(୧.୪୫ କୋଟି) ଟଙ୍କା ଖର୍ଚ୍ଚ କରିଛନ୍ତି।
ଏତେ ଯନ୍ତ୍ରଣା ପରେ ବି ଏହାପରେ ସେ ମାଂସପେଶୀକୁ ହାଡ ସହ ଯୋଡୁଥିବା ଟିଶୁ ସର୍ଜରୀ କରିବାକୁ ଯାଉଛନ୍ତି। ଯାହାଦ୍ୱାରା ତାଙ୍କ କଷ୍ଟ କିଛିଟା କମିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri