କାର୍ଯ୍ୟାଦେଶ ସତ୍ତ୍ୱେ କିସ୍ତି ମିଳୁନି

ଖୋର୍ଦ୍ଧା,୧୫ା୯(ପ୍ରଭାତ ପାଣିଗ୍ରାହୀ): ଆବାସ ଯୋଜନାରେ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ହିତାଧିକାରୀ ହଇରାଣ ହେଉଛନ୍ତି। ଟାଙ୍ଗୀ ବ୍ଲକରେ ଆବାସ ଯୋଜନା ବାଟବଣା ହୋଇପଡିଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଦେଶ ସତ୍ତ୍ୱେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉନାହିଁ। ଏନେଇ ଅଧିକାରୀମାନଙ୍କୁ ପଚାରିଲେ ସହଯୋଗ କରୁନାହାନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ହିତାଧିକାରୀ।
ବ୍ଲକ ଛଣଗିରି ପଞ୍ଚାୟତ ଦେଉଳି ପାଟଣା ଗ୍ରାମର ଭୋଇ ପ୍ରଧାନଙ୍କ ସ୍ତ୍ରୀ ଉର୍ମିଳା ଗତ ଜୁନ ୧୯ରେ ଆବାସ ଯୋଜନାରେ ଘର କରିବା ପାଇଁ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ପାଇଛନ୍ତି। ଏହାର କାର୍ଯ୍ୟାଦେଶ ନମ୍ବର ହେଉଛି ଓଡି/୨୩/୦୦୯/୯୩୦୫/୨୧-୨୨/ ରେଜିଷ୍ଟ୍ରେସନ ନଂ.ଓଆର ୧୫୩୨୭୭୧୬୭। ବର୍ତ୍ତମାନ ସୁଦ୍ଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିନାହିଁ। ଏନେଇ ସେ ପଞ୍ଚାୟତ ଅଫିସଠାରୁ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ନୟାନ୍ତ ହେଲେଣି। କେବଳ ପ୍ରତିଶ୍ରୁତି ଦିଆଯାଉଛି, କୌଣସି ସହଯୋଗ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଏନେଇ ଅଧିକାରୀମାନଙ୍କୁ ପଚାରିଲେ ସହଯୋଗ କରୁନାହାନ୍ତି। ଏନେଇ ଗୁରୁବାର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ (ସିଡିଓ ଆଣ୍ଡ ଇଓ) ବାଦଲ ମହାନ୍ତିଙ୍କ ନିକଟରେ ଭୋଇ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି। ଉର୍ମିଳାଙ୍କ ନାମରେ କାର୍ଯ୍ୟାଦେଶ ସତ୍ତ୍ୱେ ବ୍ୟାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନାହିଁ। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ସେ ବ୍ଲକରେ ଆବାସ ଦାୟିତ୍ୱରେ ଥିବା ଅଫିସରଙ୍କୁ ଦେଖାକରିବାକୁ କହିଥିଲେ। ତେବେ ସମ୍ପୃକ୍ତ ଅଫିସରଙ୍କୁ ଦେଖା କରିବା ସତ୍ତ୍ୱେ କୌଣସି ସହଯୋଗ କରିନଥିଲେ। ଏନେଇ ଗତ ଅଗଷ୍ଟ ୧୬ରେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲି। ପରେ କୌଣସି ସହଯୋଗ ନ ମିଳିବାରୁ ପୁଣି ଥରେ ସେହି ମାସ ୨୩ ତାରିଖରେ ଅଭିଯୋଗ ପରେ ବିଡିଓଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରଥମ କିସ୍ତି ମିଳିଲା ନାହିଁ। କାର୍ଯ୍ୟାଦେଶ ପାଇବାର ୩ ମାସ ବିତିବାକୁ ଆସିଲାଣି। ପ୍ରଥମ କିସ୍ତି ପ୍ରଦାନ କରାଗଲେ ଘର ନିର୍ମାଣ କରିବାରେ ସହାୟକ ହୋଇପାରିବ ବୋଲି ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀଙ୍କ ନିକଟରେ ଏଭଳି ଅଭିଯୋଗ କରିଛନ୍ତି ଭୋଇ ପ୍ରଧାନ। ଏ ସମ୍ପର୍କରେ ଜିଲା ପରିଷଦ ସିଡିଓ ଆଣ୍ଡ ଇଓ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri