୭୦୦୦ କୋଟି ଋଣ କରି ଆତ୍ମହତ୍ୟା କରିଥିଲେ ସ୍ବାମୀ, ହାର୍‌ ମାନି ନ ଥିଲେ ସ୍ତ୍ରୀ; ସମୟ ସହ ଲଢ଼ି…

ବାପା ଏସ୍‌ ଏମ୍‌ କୃଷ୍ଣା କର୍ନାଟକ ମୁଖ୍ୟମନ୍ତ୍ରୀ, ସ୍ବାମୀ ସିସିଡିର ମାଲିକ, ତଥାପି ଭାଗ୍ୟ ଖରାପ ଯୋଗୁ ଜୀବନରେ କଷ୍ଟକର ପରିସ୍ଥିତିକୁ ସାମ୍ନା କରିଥିଲେ ମାଳବିକା ହେଗ୍‌ଡେ। ମାଳବିକାଙ୍କ ସ୍ବାମୀ ସିଦ୍ଧାର୍ଥ ହେଗ୍‌ଡେ କାଫେ କଫି ଡେ ଜରିଆରେ ୮୦୦୦କୋଟିର କମ୍ପାନୀ ଛିଡ଼ା କରିଥିଲେ। ହେଲେ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ଥିଲେ। ଫଳରେ ସେ ଦେବାଳିଆ ହେବା ସହ ଋଣରେ ବୁଡ଼ି ଆୟକର ଯାଞ୍ଚ ପରିସରକୁ ଆସିଥିଲେ। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ଶେଷରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିନେଇଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନର ଜନନୀ ମାଳବିକାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ୨୦୧୯ ଜୁଲାଇରେ କମ୍ପାନୀ ଉପରେ ୭୦୦୦ କୋଟିର କରଜ ଥିଲା। ହେଲେ ସେ ବିଶ୍ୱାସ ହରାଇ ନ ଥିଲେ। ପିଲାଙ୍କ ଲାଳନପାଳନ ସହ ସେ ବୁଡ଼ି ଯାଉଥିବା କମ୍ପାନୀକୁ ବଞ୍ଚାଇବାକୁ ଅଣ୍ଟା ଭିଡିଥିଲେ। ସେ ପ୍ରାୟ ୩ ବର୍ଷରେ କରଜକୁ ୯୫% ପର୍ଯ୍ୟନ୍ତ କମାଇ ଦେଇଥିଲେ।

ମାଳବିକା ପ୍ରଥମେ ୨୫ ହଜାର କର୍ମଚାରୀଙ୍କ ବିଶ୍ୱାସ ଜିତିଥିଲେ। ସେମାନଙ୍କ ଯୋଗୁ ସେ ନୂଆ କାହାଣୀ ଲେଖିଥିଲେ। ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସିକରେ କମ୍ପାନୀକୁ ୨୫.୫୭ କୋଟି ଟଙ୍କାର ଲାଭ ହୋଇଛି। ଏହା ମାଳବିକାଙ୍କ ନେତୃତ୍ୱ ଯୋଗୁ ସମ୍ଭବ ହୋଇଛି। ସିସିଡି ଏବେ ୯୪ କୋଟି ଲୋନ୍‌ ଡିଫଲ୍ଟ ମାମଲାରେ ମଧ୍ୟ ଆଶ୍ୱସ୍ତ ହୋଇଛି। ତାଙ୍କର ଅନୁବନ୍ଧିତ ବ୍ୟାଙ୍କ ସହ ଚୁକ୍ତି ହୋଇଛି।

Share