୭୦୦୦ କୋଟି ଋଣ କରି ଆତ୍ମହତ୍ୟା କରିଥିଲେ ସ୍ବାମୀ, ହାର୍‌ ମାନି ନ ଥିଲେ ସ୍ତ୍ରୀ; ସମୟ ସହ ଲଢ଼ି…

ବାପା ଏସ୍‌ ଏମ୍‌ କୃଷ୍ଣା କର୍ନାଟକ ମୁଖ୍ୟମନ୍ତ୍ରୀ, ସ୍ବାମୀ ସିସିଡିର ମାଲିକ, ତଥାପି ଭାଗ୍ୟ ଖରାପ ଯୋଗୁ ଜୀବନରେ କଷ୍ଟକର ପରିସ୍ଥିତିକୁ ସାମ୍ନା କରିଥିଲେ ମାଳବିକା ହେଗ୍‌ଡେ। ମାଳବିକାଙ୍କ ସ୍ବାମୀ ସିଦ୍ଧାର୍ଥ ହେଗ୍‌ଡେ କାଫେ କଫି ଡେ ଜରିଆରେ ୮୦୦୦କୋଟିର କମ୍ପାନୀ ଛିଡ଼ା କରିଥିଲେ। ହେଲେ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ଥିଲେ। ଫଳରେ ସେ ଦେବାଳିଆ ହେବା ସହ ଋଣରେ ବୁଡ଼ି ଆୟକର ଯାଞ୍ଚ ପରିସରକୁ ଆସିଥିଲେ। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ଶେଷରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିନେଇଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନର ଜନନୀ ମାଳବିକାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ୨୦୧୯ ଜୁଲାଇରେ କମ୍ପାନୀ ଉପରେ ୭୦୦୦ କୋଟିର କରଜ ଥିଲା। ହେଲେ ସେ ବିଶ୍ୱାସ ହରାଇ ନ ଥିଲେ। ପିଲାଙ୍କ ଲାଳନପାଳନ ସହ ସେ ବୁଡ଼ି ଯାଉଥିବା କମ୍ପାନୀକୁ ବଞ୍ଚାଇବାକୁ ଅଣ୍ଟା ଭିଡିଥିଲେ। ସେ ପ୍ରାୟ ୩ ବର୍ଷରେ କରଜକୁ ୯୫% ପର୍ଯ୍ୟନ୍ତ କମାଇ ଦେଇଥିଲେ।

ମାଳବିକା ପ୍ରଥମେ ୨୫ ହଜାର କର୍ମଚାରୀଙ୍କ ବିଶ୍ୱାସ ଜିତିଥିଲେ। ସେମାନଙ୍କ ଯୋଗୁ ସେ ନୂଆ କାହାଣୀ ଲେଖିଥିଲେ। ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସିକରେ କମ୍ପାନୀକୁ ୨୫.୫୭ କୋଟି ଟଙ୍କାର ଲାଭ ହୋଇଛି। ଏହା ମାଳବିକାଙ୍କ ନେତୃତ୍ୱ ଯୋଗୁ ସମ୍ଭବ ହୋଇଛି। ସିସିଡି ଏବେ ୯୪ କୋଟି ଲୋନ୍‌ ଡିଫଲ୍ଟ ମାମଲାରେ ମଧ୍ୟ ଆଶ୍ୱସ୍ତ ହୋଇଛି। ତାଙ୍କର ଅନୁବନ୍ଧିତ ବ୍ୟାଙ୍କ ସହ ଚୁକ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri