Posted inଖେଳ

ଭଗବଦ ଗୀତାରୁ ମିଳିଥିଲା ପ୍ରେରଣା: ମନୁ ଭାକର

ପ୍ୟାରିସ୍‌,୨୯ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ ଗୀତା ପଢିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମନୁ। ଏହି ଘଟଣା ପରେ ସେ ଧର୍ମ ଆଡକୁ ଆକର୍ଷିତ ହୋଇଥିଲେ। ନିୟମିତ ଗୀତା ପଢିବା ତାଙ୍କୁ ମାନସିକ ଭାବରେ ଦୃଢ କରିଥିଲା। ଗୀତାର ଶ୍ଳୋକ କର୍ମ କରିଚାଲ ଫଳକୁ ଆଶା ରଖ ନାହିଁ, ଏହାକୁ ହିଁ ସେ ସର୍ବଦା ମନରେ ରଖିଥିଲେ ବୋଲି ମଧ୍ୟ କହିଛନ୍ତି।

ଏହା ସହିତ ଭେଟେରାନ୍‌ ଶୁଟର ତଥା କୋଚ୍‌ ଯଶପାଲ ରାଣାଙ୍କ ଉପସ୍ଥିତି ତାଙ୍କ ମନୋବଳକୁ ଆହୁରି ଦୃଢ କରିଥିଲା ବୋଲି ମଧ୍ୟ ସେ କହିଛନ୍ତି। ବିଶ୍ୱକପ୍‌, ୟୁଥ୍‌ ଅଲିମ୍ପିକ୍ସ, ରାଜ୍ୟ ଗୋଷ୍ଠୀ କ୍ରୀଡା, ଏସିଆନ୍‌ ଗେମ୍ସ ଭଳି ଇଭେଣ୍ଟରେ ଏକାଧିକପଦକ ଜିତି ସାରିଥିବା ମନୁ ଶେଷରେ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୨୧ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି ଏହି ଯୁବ ଖେଳାଳି। ଏହା ମଧ୍ୟରେ ୧୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସାମିଲ ରହିଛି। ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବରେ ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ବୈଷୟିକ ତ୍ରୁଟି କାରଣରୁ ପଦକ ଜିତି ପାରି ନ ଥିଲେ। ତେବେ ଏହା ତାଙ୍କର ମନୋବଳକୁ ଭାଙ୍ଗି ପାରି ନ ଥିଲା। ଦୃଢ଼ ଭାବରେ ପ୍ରତ୍ୟାବର୍ତ୍ତନ କରି ୩ ବର୍ଷରେ ନୂଆ ଇତିହାସ ଲେଖିଛନ୍ତି ମନୁ।

ହରିୟାଣାର ଝାଝର ଜିଲା ଅନ୍ତର୍ଗତ ଗୋରିଆ ଗ୍ରାମରେ ମନୁଙ୍କ ଜନ୍ମ। ପିତା ରାମ କିଶନ ଭାକର ମର୍ଚ୍ଚାଣ୍ଟ ନାଭିରେ ଜଣେ ଚିଫ୍‌ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି। ୧୪ ବର୍ଷ ଯାଏ ହୁଏନ୍‌ ଲାଙ୍ଗଲନ(ମାର୍ସିଆଲ ଆର୍ଟ), ବକ୍ସିଂ, ଟେନିସ୍‌ ଓ ସ୍କେଟିଂ ପରି କ୍ରୀଡ଼ାରେ ଜାତୀୟ ଇଭେଣ୍ଟରେ ପଦକ ବିଜୟୀ ହୋଇଥିଲେ। ୨୦୧୬ରେ ମନୁ ଶୁଟିଂକୁ ବାଛିଥିବା ବେଳେ ମିଳିଥିଲା ଅପାର ସଫଳତା। ଶୁଟିଂ ଏକ ମହଙ୍ଗା ଖେଳ ହୋଇଥିବା ବେଳେ ରାମ କିଶନ ଭାକର ନିଜର ସଞ୍ଚିତ ୧୫ ଲକ୍ଷ ମନୁଙ୍କ ପାଇଁ ନିବେଶ କରିଥିଲେ। ୨୦୧୭ରେ ଏସିଆନ୍‌ ଜୁନିୟର ଚାମ୍ପିୟନଶିପରେ ଏକ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ସମାନ ବର୍ଷରେ କେରଳରେ ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପରେ ବିଶ୍ୱକପ ପଦକ ବିଜୟିନୀ ହୀନା ସିଦ୍ଧୁଙ୍କୁ ପରାସ୍ତ କରିବା ସହ ୯ ସ୍ବର୍ଣ୍ଣ ପଦକ ହାତେଇଥିଲେ ମନୁ।
୨୦୧୮ ମନୁଙ୍କ ପାଇଁ ବ୍ରେକ୍‌ ଥ୍ରୁ ଇୟର ରହିଥିଲା। ସମାନ ବର୍ଷରେ ସର୍ବକନିଷ୍ଠ ଭାରତୀୟ ଭାବରେ ସେ ଶୁଟିଂ ବିଶ୍ୱକପରେ ସ୍ବର୍ଣ୍ଣ ଜିତିଥିଲେ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦୁଇ ଥର ଚାମ୍ପିୟନ ଆଲେଜାଣ୍ଡ୍ରା ଜାଭାଲାଙ୍କୁ ପରାସ୍ତ କରି ସେ ଏହି ଗୌରବ ହାସଲ କରିଥିଲେ। ଏହା ସହିତ ସେ ମିକ୍ସଡ ଟିମ୍‌ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ରେ ଅନୁଷ୍ଠିତ ୟୁଥ୍‌ ଅଲିମ୍ପିକ୍ସରେ ମନୁ ଭାରତୀୟ ଦଳର ପତାକା ବାହକ ରହିଥିଲେ। ଏହି ସଂସ୍କରଣରେ ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ଓ ଦଳଗତ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ୨୦୧୮ରେ ଅନୁଷ୍ଠିତ ଜୁନିୟର ଶୁଟିଂ ବିଶ୍ୱକପରେ ସେ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିଥିଲେ। ୨୦୧୯ରେ ଶୁଟିଂ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ସମସ୍ତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ମନୁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ୨୫ ମିଟର ପିସ୍ତଲ ଇଭେଣ୍ଟରେ ଆଗୁଆ ରହିଥିବା ବେଳେ ଅଚାନକ ପିସ୍ତଲ ଜାମ ହୋଇଯିବା କାରଣରୁ ତାଙ୍କୁ ଓହରିବାକୁ ପଡିଥିଲା। ଟୋକିଓ ବିଫଳତା ପରେ ମନୁଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ତେବେ ବିଫଳତାକୁ ପଛରେ ପକାଇ ଆଗକୁ ବଢିବା ସହିତ ଫ୍ରାନ୍ସର ଚାଟାରକ୍ସ ଶୁଟିଂ ରେଞ୍ଜରେ ଇତିହାସ ରଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri