ଆଦର୍ଶ ବିଦ୍ୟାଳୟରେ ଖାଦ୍ୟ ମାନ ଯାଞ୍ଚ

କୋଟଗଡ,୧୭ା୯(ଡି.ଏନ.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁବାର କୋଟଗଡ଼ ଗସ୍ତ କରି ବ୍ଲକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। କୋଟଗଡ଼ ବ୍ଲକର ସମସ୍ତ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ସହ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ଦେଖିବାକୁ ମିଳିଛି। ଯାଞ୍ଚ ପରେ ସେ କୋଟଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ଦେଖିଥିଲେ ଓ ଛାତ୍ର ଛାତ୍ରୀଙ୍କ ପାଠପଢା ଉପରେ ପଚାରି ବୁଝିଥିଲେ। ପରେ ହଷ୍ଟେଲ କୋଠା ନିରୀକ୍ଷଣ କରିଥିଲେ। ପରେ ସରକାରୀ ସେବାଶ୍ରମ ନୂଆଗଁା ଯାଇ ସେଠାରେ ବି ମଧ୍ୟାହ୍ନ ଭୋଜନର ମାନ ନିରୀକ୍ଷଣ କରିଥିଲେ। ସେଠାକାର ଛାତ୍ରୀମାନଙ୍କୁ ସଫାସୁତରା ରହିବା, ପରିବେଶ ସଫା ରଖିବା ଓ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। କୋଟଗଡ଼କୁ ଜିଲାପାଳଙ୍କ ଏହା ଦ୍ୱିତୀୟ ଗସ୍ତ। ଏହି ଖବର ପାଇ ଦୂରଦୂରାନ୍ତରୁ ସମସ୍ୟା ନେଇ ଆସିଥିବା ଅଞ୍ଚଳବାସୀ ଜିଲାପାଳଙ୍କୁ ଭେଟି ନ ପାରି ନିରାଶରେ ଫେରିଯିବା ଦେଖିବାକୁ ମିଳିଛି ।