ବିଜେଡି ୨ ବିଧାୟକ ବିଦା ହେବା ପଛର ଭିତିରି କଥା: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର,୧୭ା୧(ସୁନିତ୍‌ ମିଶ୍ର):ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ସ୍ପଷ୍ଟ ସୂଚନା ମିଳୁ ନ ଥିବାବେଳେ ଏହାର କାରଣ ଜାଣିବା ପାଇଁ ଦଳର ବହୁ ଆଗଧାଡ଼ିର ନେତାଙ୍କ ଘରେ ଦିନତମାମ ଭିଡ଼ ଲାଗିରହିଥିଲା। ବହୁ ବିଧାୟକ ଏହି କଥାକୁ ନେଇ କେତେଜଣଙ୍କ ଘରେ ଏକାଠି ହୋଇଥିଲେ। ଅରବିନ୍ଦଙ୍କୁ ନିଲମ୍ବନ ସମ୍ପର୍କିତ ପ୍ରଶ୍ନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ କାହିଁକି ଉଠାଯିବ ନାହିଁ ବୋଲି କେତେଜଣ ବିଧାୟକ ଆଲୋଚନ କରିଥିଲେ। ଏପରି ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବରିଷ୍ଠ ନେତା ତଥା ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଗତ ୧୨ ତାରିଖରେ ଝାରସୁଗୁଡ଼ାସ୍ଥିତ ଏକ ହୋଟେଲରେ ସ୍ଥାନୀୟ ଜଣେ ନେତ୍ରୀ ଓ ତାଙ୍କ ଭାଇଙ୍କ ସାଙ୍ଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ସେଠାରେ କୁଆଡ଼େ ବିଜୟ କହିଥିଲେ, ବିଜେଡିରେ ରହି ଆଉ ରାଜନୀତି ସମ୍ଭବ ନୁହେଁ। ଯଦି ରାଜନୀତି କରିବାର ଅଛି, ତେବେ ନୂଆ ଏକ ଦଳର ଆବଶ୍ୟକତା ରହିଛି। ଏଥିପାଇଁ ପାଣ୍ଠିର ଆବଶ୍ୟକତା ଅଛି, ସେହି କାର୍ଯ୍ୟରେ ଲାଗ। ଆଲୋଚନା ଶେଷରେ ବିଜୟ ଆହୁରି କହିଥିଲେ, ଏହି ନୂଆ ଦଳ ପାଇଁ ଯାଜପୁର ନେତା ତଥା ଏକଥା ବିଜେଡିର କ୍ଷମତାଶାଳୀ ବୋଲାଉଥିବା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସହଯୋଗ ରହିଛି। ପରବର୍ତ୍ତୀ ସମୟରେ ଝାରସୁଗୁଡ଼ାର ଉଭୟ ନେତ୍ରୀ ଓ ନେତା ପାଣ୍ଡିଆନ୍‌ଙ୍କ ଇଙ୍ଗିତରେ ସବୁ ଆଲୋଚନା ବିଷୟ ନବୀନଙ୍କୁ ଜଣାଇଥିଲେ। ଫଳରେ ଯାଜପୁରର ଟାଣୁଆ ନେତାଙ୍କ ଭବିଷ୍ୟତ ରଣନୀତିକୁ ମାତ୍‌ ଦେବାକୁ ଯାଇ ଅରବିନ୍ଦଙ୍କୁ କୁଆଡ଼େ ନିଲମ୍ବନ କରିିବା ପାଇଁ ପାଣ୍ଡିଆନ୍‌ଙ୍କ ଏହି ଗୋଟିଚାଳନା ସଫଳ ହୋଇଥିବା ନବୀନ ନିବାସରେ ରହି ଦଳୀୟ କାର୍ଯ୍ୟରେ ମାତ୍ରାଧିକ ମୁଣ୍ଡ ପୂରାଉଥିବା ଅଫିସର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଯେଉଁ ଘଟଣାବଳୀ ସମ୍ପର୍କରେ ବର୍ଣ୍ଣନା କରାଗଲା, ତାହାର ପ୍ରତିଫଳନ ଶୁକ୍ରବାର ଯାଜପୁର ବିଜେଡି ରାଜନୀତିରେ ସୃଷ୍ଟି ହୋଇଥିବା ଦଳ ବଦଳ ଘଟଣାରୁ ସ୍ପଷ୍ଟ ହୋଇଛି। ବିଗତ ଦିନରେ ଯାଜପୁରକୁ ବିଜେଡିର ଗଡ଼ କୁହାଯାଉଥିଲା। ସେଠାରେ ଜିଲା ପରିଷଦ ସଭାପତି ହୋଇଥିବା ନଳୀନିପ୍ରଭା ଜେନା ଏବଂ ଉପସଭାପତି ଗଣେଶ୍ୱର ବରାଳ ବବିଙ୍କ ବେଶ୍‌ ଅନୁଗତ ଥିବା ସମସ୍ତେ ଜାଣନ୍ତି। ଏହି ଦୁଇ ନେତା ହଠାତ୍‌ ଭାଜପାରେ ଯୋଗଦେବାକୁ ନିଷ୍ପତ୍ତି ନେବା ଏବଂ ତାଙ୍କ ସହ ଆହୁରି ୧୬ଜଣ ଜିଲା ପରିଷଦ ସଦସ୍ୟ ବିଜେଡି ଛାଡ଼ିବା ବିଷୟ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଯୋଜନାବଦ୍ଧ ଭାବେ ଏହି ଜିଲା ପରିଷଦ ସଭାପତି, ଉପସଭାପତିଙ୍କୁ ବିଜେଡି ଛାଡ଼ି ଭାଜପାରେ ସାମିଲ କରାଇବାର ପ୍ରକ୍ରିୟା ବିଜୁ ଜନତା ଦଳ ଭିତରୁ ଯେ ଆରମ୍ଭ ହୋଇ ନ ଥିବ ସେକଥାକୁ ଏଡ଼ାଇ ଦିଆଯାଇ ନ ପାରେ। ଯାହା ଶୁଣିବା କଥା, ଦଳୀୟ ବ୍ୟାପାରକୁ ନେଇ ବିଗତ ଦିନରେ ବିଜେଡିର ଦୁଇ କ୍ଷମତା କେନ୍ଦ୍ର ବବି ଓ ପାଣ୍ଡିଆନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପତିଆରା ଲଢ଼େଇ ଏହି ସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହୋଇଛି।
ଅନ୍ୟପଟେ ଦଳରୁ ନିଲମ୍ବିତ ହୋଇଥିବା ଅରବିନ୍ଦ କହିଛନ୍ତି, ସେ କ’ଣ ବିଶ୍ୱାସ ଘାତକତା କରିଛନ୍ତି ତାହା ପ୍ରମାଣ କରାଯିବା ଦରକାର। ଏଭଳି ସ୍ଥିତିରେ ନବୀନ ଗୁରୁବାର ନେଇଥିବା ନିଷ୍ପତ୍ତି ନିଜର ନୁହେଁ, ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନବୀନଙ୍କ ପ୍ରତି ଭୟ ସୃଷ୍ଟି କରାଇବା ବାହାନାରେ ତାଙ୍କ ଘନିଷ୍ଠ ସହଯୋଗୀ ଏଭଳି କରାଇଥିବା ଚର୍ଚ୍ଚା ହେଉଛି। ବିଗତ ଦିନ ଭଳି ରାଜ୍ୟରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନ ଯେନତେନ ଭାଜପା ହାତକୁ ଟେକିଦେବାକୁ ଏହି ଉଦ୍ୟମ ଆରମ୍ଭ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ...

କଳିଯୁଗରେ ରାହୁଙ୍କ ରାଜ୍‌, ୪ରାଶିଙ୍କୁ ମିଳିବ ଜବରଦସ୍ତ ଲାଭ…

ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ମୋଟ ଚାରୋଟି ଯୁଗର ଉଲ୍ଲେଖ ଅଛି, ଯେଉଁଥିରୁ ଗୋଟିଏ ହେଉଛି କଳିଯୁଗ (କଳିଯୁଗ)। ସତ୍ୟ ଯୁଗ, ତ୍ରେତୟା ଯୁଗ ଏବଂ ଦ୍ୱାପର ଯୁଗ...

ମୁମ୍ବାଇ ଟିମକୁ ବଡ଼ ଝଟକା, ହଠାତ ରଣଜୀ ଟ୍ରଫିରୁ ଓହରିଗଲେ ଅଜିଙ୍କ୍ୟ ରାହାଣେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୧: ମୁମ୍ବାଇର ଅଭିଜ୍ଞ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ରଣଜୀ ଟ୍ରଫିରେ ଖେଳିବେ ନାହିଁ। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)କୁ ସୂଚନା ଦେଇଛନ୍ତି ଯେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri