ଚାଷ କରି ନ ଥିବା ଲୋକଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି, ବାଦ୍‌ ପଡିଛନ୍ତି ଅନେକ କ୍ଷତିଗ୍ରସ୍ତ ଚାଷୀ

ବରଗଡ଼,୧୪ା୯(ପ୍ରେମାନନ୍ଦ ଖମାରୀ): ଅଦିନିଆଁ ବର୍ଷାରେ ହୋଇଥିବା ଫସଲକ୍ଷତି ବାବଦକୁ ଇନପୁଟ ସହାୟତା ପ୍ରଦାନକୁ ନେଇ ବରଗଡ଼ ଜିଲାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶନିବାର ଜିଲାର ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗପାଲି ଏବଂ କାଇଁଶିର ଗ୍ରାମର ଅନେକ କ୍ଷତିଗ୍ରସ୍ତ ଚାଷୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଇନପୁଟ ସହାୟତା ପ୍ରଦାନରେ ହୋଇଥିବା ଚଞ୍ଚକତାର ବିହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହିତ ପ୍ରକୃତରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନପୁଟ ସହାୟତା ପ୍ରଦାନ ପାଇଁ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ଏବଂ ମେ ମାସରେ ଅଦିନିଆ ବର୍ଷା ହୋଇଥିଲା। ସେତେବେଳେ ଜମିରେ ଅମଳକ୍ଷମ ଅବସ୍ଥାରେ ରହିଥିବା ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ଫଳରେ ଗତ ରବି ଧାନ ଅମଳରେ ଚାଷୀମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ସେହି ସମୟରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ବରଗଡ଼ ଜିଲା ପାଇଁ ୭କୋଟି ୫୫ଲକ୍ଷ ୪୪ହଜାର ଟଙ୍କା ଇନପୁଟ ସହାୟତା ଘୋଷଣା କରିଥିଲେ। ତେବେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରି ଆସୁଛନ୍ତି। ଅନ୍ୟପକ୍ଷରେ ସେତେବେଳେ ହୋଇଥିବା ଫସଲକ୍ଷତି ଅକାଳନରେ ବରପାଲି ବ୍ଲକକୁ ବାଦ ଦିଆଯାଇଥିବାରୁ ଚାଷୀ ଅସନ୍ତୋଷ ତେଜି ଉଠିଥିଲା। ତେବେ ସଂଯୁକ୍ତ କୃଷକ ସଂଗଠନର ଦାବି ପରେ ବରପାଲି ବ୍ଲକକୁ ସେଥିରେ ସାମିଲ କରାଯାଇଥିଲା। କିନ୍ତୁ କାଇଁଶୀର ପଞ୍ଚାୟତର ବାରଙ୍ଗପାଲି ଏବଂ କାଇଁଶିର ଗ୍ରାମରେ ଅନେକ ଚାଷୀଙ୍କ ଫସଲକ୍ଷତି ହୋଇଥିବା ବେଳେ ବରଙ୍ଗପାଲିର ୧୦୫ ଜଣ ଏବଂ କାଇଁଶିର ଗ୍ରାମର ୮୭ ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସହାୟତା ମିଳିଛି। ଅନ୍ୟପଟେ ଉକ୍ତ ୨ଗ୍ରାମରେ ଆହୁରି ୫୦୦ରୁ ଊଦ୍ଧର୍‌ବ କ୍ଷତିଗ୍ରସ୍ତ ଚାଷୀ ଇନପୁଟ ସହାୟତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ସେହିପରି ପ୍ରକୃତରେ ଯେଉଁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଛି, ସେମାନଙ୍କୁ ଇନପୁଟ ସହାୟତା କ୍ଷତିପୂରଣ ମିଳି ନ ଥିବାବେଳେ ଫସଲକ୍ଷତି ହୋଇ ନଥିବା ଏବଂ ଗୋଟିଏ ପରିବାରର ୩ରୁ ୪ଜଣ ସଦସ୍ୟଙ୍କୁ ଇନପୁଟ ସହାୟତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଚାଷ କରି ନଥିବା ଲୋକଙ୍କୁ ମଧ୍ୟ ଲକ୍ଷାଧିକ ଟଙ୍କା ଇନପୁଟ ସହାୟତା ପ୍ରଦାନ କରାଯାଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଥମେ ରାଜସ୍ବ ନିରୀକ୍ଷକ ଏବଂ ପରେ ତହସିଲଦାରଙ୍କୁ ଲିଖିତଭାବେ ଗ୍ରାମବାସୀ ଜଣାଇଥିଲେ। ମାତ୍ର ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରି ଚାଷୀମାନେ ତହସିଲ କାର୍ଯ୍ୟାଳୟକୁ ଘେରାଉ ମଧ୍ୟ କରିଥିଲେ। ତଥାପି ସୁଫଳ ନ ମିଳିବାରୁ ଚାଷୀମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଇନପୁଟ ସହାୟତା ପ୍ରଦାନରେ ହୋଇଥିବା ଚଞ୍ଚକତାର ଉଚ୍ଚାସ୍ତରୀୟ ତଦନ୍ତ ସହିତ ଏଥିେ ର ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଇନପୁଟ ସହାୟତା ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ପ୍ରହଲ୍ଲାଦ ପଧାନ, ବଳରାମ ଭୋଇ, ହର ପଧାନ, ଦିବାକର ସାହୁ, ଅଭିଳାଷ ପଧାନ, ଦିବ୍ୟ ପଧାନ, ଭରତ ଭୋଇ, ଶମ୍ବୁପ୍ରସାଦ ପଧାନ, ସଞ୍ଜୀବ ପଧାନ, ଆଲୋକ ଗଡ଼ତିଆ, ସଂଯୁକ୍ତ କୃଷକ ସଙ୍ଗଠନର ନିରଞ୍ଜନ ପଧାନ, ସୁଦାମ ପାତ୍ର ଏବଂ ରମେଶ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri