Categories: ବାଣିଜ୍ୟ

ଭୁବନେଶ୍ୱରରେ ଇନୋଭୋଏର ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧: ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ ଷ୍ଟାର୍ଟଅପ୍‌ ସଂସ୍ଥା (ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ଉପତ୍ାଦ ବିକାଶ କମ୍ପାନୀ) ଇନୋଭୋଏର କର୍ପୋରେଶନ ତା’ର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥିତ ଡିଏଲ୍‌ଏଫ୍‌ ସାଇବର ସିଟିଠାରେ ଶୁଭାରମ୍ଭ କରିଛି। ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର, ସଫ୍ଟୱେର ଟେକ୍ନୋଲୋଜି ପାର୍କ ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏ ସମ୍ପର୍କରେ ଇନୋଭୋଏର ସିଇଓ ପ୍ରଭାତ ରାଉତ କହିଛନ୍ତି, ଭୁବନେଶ୍ୱରରେ ଆମର ଭାରତ ମୁଖ୍ୟାଳୟ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଉକ୍ତ ସହରଟି ଅତ୍ୟନ୍ତ ବିକଶିତ ଏବଂ ବାସ୍ତବରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ମଧ୍ୟ ପ୍ରଦାନ କରୁଛି। ଆମେ ଲୋକଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏପରିକି ମୁଁ ନିଶ୍ଚିତ ଯେ ଭୁବନେଶ୍ୱରର ଆମର ସୁବିଧା ଆମ କର୍ମଚାରୀଙ୍କ ପାଇଁ ଏକ ଆଦର୍ଶ ପରିବେଶ ହେବ। ଉଲ୍ଲେଖଯୋଗ୍ୟ, ପ୍ରଭାତ ରାଉତ, ଲକ୍ଷ୍ମୀନରସିଂହ ଏବଂ ମୋହର ମନୋହର ମିଶ୍ର ଉକ୍ତ କମ୍ପାନୀର ସହ ପ୍ରତିଷ୍ଠାତା। ୨୦୦୯ରୁ କାର୍ଯ୍ୟାରମ୍ଭ କରି ନିଜର ସ୍ଥିତିକୁ ମଜଭୁତ କରିଥିବା ଏହି କମ୍ପାନୀ ଭୁବନେଶ୍ୱରରେ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦୦ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଛି।

Share