Posted inଜାତୀୟ

ଲୋକଙ୍କ ସୁବିଧା ପାଇଁ ନିରୀହ ପ୍ରାଣୀଙ୍କୁ ବଳି ଦିଆଯାଇ ପାରିବ ନାହିଁ: ୩୦ ବୁଲା ଗୋରୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ…

ଅହମଦାବାଦ,୧୨।୧୨ : ନାଦିୟାଦ ମ୍ୟୁନିସିପାଲ କର୍ପୋରେଶନର କାଞ୍ଜିଆ ହଦାରେ ରଖାଯାଇଥିବା ୩୦ ବୁଲା ଗୋରୁଙ୍କ ମୃତ୍ୟୁକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ଆଶୁତୋଷ ଶାସ୍ତ୍ରୀ ଏବଂ ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଜନସାଧାରଣଙ୍କ ସୁବିଧା ପାଇଁ ନିରୀହ ପ୍ରାଣୀମାନଙ୍କୁ ବଳି ଦିଆଯାଇପାରିବ ନାହିଁ। ବେଞ୍ଚ କହିଛନ୍ତି ନାଦିୟାଦ ମ୍ୟୁନିସିପାଲିଟି କର୍ପୋରେଶନର ଖୋଲା ଜମିରେ ପକାଯାଇଥିବା ମୃତ ଗାଈଙ୍କର ଫଟୋ ମନକୁ ବିଚଳିତ କରୁଛି। ଏ ବାବଦରେ ବେଞ୍ଚ ଜିଲା କଲେକ୍ଟରଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ସୂଚନାଯୋଗ୍ୟ, ନାଦିୟାଦ ବାସିନ୍ଦା ମୌଲିକ ଶ୍ରୀମାଲିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର କୋର୍ଟରେ ଶୁଣାଣି ହୋଇଥିଲା। ଅଦାଲତଙ୍କର ନିlର୍ଦ୍ଦେଶର ଅବମାନନା କରି ଗାଈଗୋରୁ ସମ୍ମୁଖୀନ ହେଉଥିବା ସମସ୍ୟାକୁ ରୋକିବା ପାଇଁ ଆବେଦନରେ ନିର୍ଦ୍ଦେଶ ଲୋଡାଯାଇଥିଲା।

ରେକର୍ଡରେ ଏହି ଆଫିଡେଭିଟ ଗ୍ରହଣ କରି ଜଷ୍ଟିସ ଶାସ୍ତ୍ରୀ କହିଛନ୍ତି ଏହା ଅତ୍ୟନ୍ତ ବିବ୍ରତକାରୀ ମାମଲା। ଆମେ ଅନୁଭବ କରୁଛୁ ଏହି ନିରୀହ ପ୍ରାଣୀମାନଙ୍କୁ କୌଣସି ସରକାରୀ ନୀତି ନିୟନ୍ତ୍ରଣ ଏବଂ କାର୍ଯ୍ୟକାରୀ କରିବା ନାମରେ ବଳି ଦିଆଯାଇପାରିବ ନାହିଁ। ମଣିଷର ଆରାମ ପାଇଁ ଆମେ ଏପରି ଜିନିଷକୁ ଅନୁମତି ଦେଇ ପାରିବୁ ନାହିଁ। ଯଦି ଏହା ଘଟୁଛି, ତେବେ ଭଗବାନ ମଧ୍ୟ ଆମକୁ କ୍ଷମା କରିବେ ନାହିଁ। ନିରୀହ ପ୍ରାଣୀମାନଙ୍କର ଏହିପରି ବିନାଶ କରାଯାଇପାରିବ ନାହିଁ। ଜନସାଧାରଣଙ୍କ ସୁବିଧା ପାଇଁ ଗୋଟିଏ ବି ନିରୀହ ପଶୁକୁ ବଳି ଦିଆଯିବ ନାହିଁ। ଏହା କିଛି ଷଡଯନ୍ତ୍ରର ଅଂଶ ହୋଇପାରେ ।

ଏହି ଘଟଣାର ଅନୁସନ୍ଧାନ ଏବଂ ରିପୋର୍ଟ ଦାଖଲ କରିବାକୁ ବେଞ୍ଚ ଜିଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟରେ,ବୁଲା ଗୋରୁମାନଙ୍କ ପାଇଁ ନିର୍ମିତ କାଞ୍ଜିଆ ହଦା ଏବଂ ସେଠାରେ ରଖାଯାଇଥିବା ପ୍ରାଣୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବ୍ୟତୀତ ରାଜ୍ୟରେ ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ କାଞ୍ଜିଆ ହଦା ସଂଖ୍ୟା ମଧ୍ୟ ସରକାରଙ୍କ ନିକଟରୁ ମାଗିଛନ୍ତି। ଏହା ସହିତ ଉପଯୁକ୍ତ ପଦକ୍ଷେପ ନେଇ ସରକାରୀ ନୀତି କାର୍ଯ୍ୟକାରୀ କରିବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଇନ ଅନୁଯାୟୀ ଏଭଳି ପରିସ୍ଥିତିର ମଧ୍ୟ ଯତ୍ନ ନିଆଯିବା ଉଚିତ ବୋଲି କୁହାଯାଇଛି।

ଏହାପୂର୍ବରୁ ରାଜ୍ୟ ସରକାର କୋର୍ଟଙ୍କୁ କହିଥିଲେ ଆଠଟି ମ୍ୟୁନିସିପାଲିଟି କର୍ପୋରେଶନ ଏବଂ ୧୫୭ ମ୍ୟୁନିସିପାଲିଟି ଅଞ୍ଚଳରେ ବୁଲା ଗୋରୁଙ୍କ ଦ୍ୱାରା ହେଉଥିବା ସମସ୍ୟାକୁ ରୋକିବା ପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରି ୨୧ ଅଗଷ୍ଟ ୨୦୨୩ ରେ ଏକ ସର୍କୁଲାର ଜାରି କରାଯାଇଛି। ଏଥିସହ ସମସ୍ତ ସହରୀ ସଂସ୍ଥା ଏହାକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବ୍ୟକ୍ତିଗତ ଏବଂ ବ୍ୟବସାୟିକ ସ୍ବାର୍ଥ ପାଇଁ ବାଧ୍ୟତାମୂଳକ ଅନୁମତି ଏବଂ ଲାଇସେନ୍ସ ପାଇବା, ଗୋରୁମାନଙ୍କୁ ରେଡିଓ ଫ୍ରିକ୍ୱେନ୍ସି ପରିଚୟ (ଆରଏଫଆଇଡି) ଚିପ୍ସ ସହିତ ଟ୍ୟାଗ କରିବା ପାଇଁ ଏହି ନିର୍ଦ୍ଦେଶାବଳୀରେ ନିର୍ଦ୍ଦେଶନାମା ଅନ୍ତର୍ଭୁକ୍ତ। ଏହା ମଧ୍ୟ କୁହାଯାଇଥିଲା, ଅନୁପାଳନ ନ କରିବା କ୍ଷେତ୍ରରେ ବୁଲା ଗୋରୁଙ୍କୁ ଜବତ କରିବା ଏବଂ ମାଲିକଙ୍କ ଉପରେ ଜରିମାନା ଆଦାୟ କରିବା ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ରାସ୍ତା ଏବଂ ରାସ୍ତା କଡ଼ରେ ‘ନୋ କ୍ୟାଟେଲ ଜୋନ’ ନିର୍ମାଣ ଏବଂ କାଞ୍ଜିଆ ହଦା ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri