Posted inଖେଳ

ଆହତ ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍:‌ ଇଞ୍ଜୁରି ସତ୍ତ୍ୱେ ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ

ସିଡ୍‌ନୀ, ୧୦।୧(ପି.ଟି.): ଭାରତ ପାଇଁ ଏବେ ଖରାପ ସମୟ ଚାଲିଛି। ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତର ଦୁଇଜଣ ଖେଳାଳି ରବୀନ୍ଦ୍ର ଜାଡେଜା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂ କରିବା ଅବସରରେ ଆହତ ହୋଇଛନ୍ତି। ଫଳରେ ଭାରତକୁ ଡବଲ ଝଟ୍‌କା ଲାଗିଛି। ଜାଡେଜାଙ୍କ ବାମ ହାତ ବୁଢାଆଙ୍ଗୁଠିରେ ବଲ ବାଜିବା କାରଣରୁ ଫାକ୍‌ଚର ହୋଇଛି। ଫଳରେ ଜାନୁୟାରୀ ୧୫ରୁ ବ୍ରିସ୍‌ବେନ୍‌ରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟରୁ ବାଦ୍‌ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସେହିପରି ପନ୍ତ ଏଲ୍‌ବୋ ଇଞ୍ଜୁରିର ଶିକାର ହୋଇଥିଲେ ମଧ୍ୟ ଏହା ସେତେଟା ଗୁରୁତର ନୁହେଁ ବୋଲି ଜଣାଯାଇଛି। ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ। ଅଷ୍ଟ୍ରେଲୀୟ ବୋଲରଙ୍କ ଶର୍ଟ ବଲ୍‌ ଖେଳିବାକୁ ଯାଇ ଏହି ଦୁଇ ଖେଳାଳି ଆହତ ହୋଇଛନ୍ତି ଓ ସ୍କାନ ପାଇଁ ଏହି ଦୁଇ ଖେଳାଳିଙ୍କୁ ହସ୍ପିଟାଲ ନିଆଯାଇଛି।
ପୁଣି ଥରେ ଜାଡେଜା ଗ୍ଲୋଭ୍ସ ପିନ୍ଧି ବ୍ୟାଟିଂ କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ସେ ଏବେ ୨ରୁ ୩ ସପ୍ତାହ ବିଶ୍ରାମ ନେବେ। ଫଳରେ ସେ ଅନ୍ତିମ ଟେଷ୍ଟରୁ ବାଦ୍‌ ପଡିବେ। ତେବେ ପନ୍ତଙ୍କ ଇଞ୍ଜୁରି ସେତେଟା ଗୁରୁତର ନ ଥିବାରୁ ସେ ବ୍ୟାଟିଂ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୋର୍ଡ ତରଫରୁ କୁହାଯାଇଛି। ପ୍ୟାଟ୍‌ କୁମିନ୍ସଙ୍କ ଏକ ଶର୍ଟ ବଲକୁ ଖେଳିବା ବେଳେ ପନ୍ତ ଏଲ୍‌ବୋରେ ଆଘାତ ପାଇଥିଲେ। ଆଇସିସି ନୂଆ ନିୟମ ଅନୁସାରେ ରିଜର୍ଭ ଉଇକେଟକିପର ରିଦ୍ଧିମାନ ଶାହା ପନ୍ତଙ୍କ ବଦଳରେ କିପିଂ କରିଥିଲେ। ସେହିପରି ମିଚେଲ ଷ୍ଟାର୍କଙ୍କ ଶର୍ଟ ବଲ ଜାଡେଜାଙ୍କ ହ୍ୟାଣ୍ଡ ଗ୍ଲୋଭ୍ସରେ ବାଜିଥିଲା। ଏବେ ସ୍କାନ ପାଇଁ ତାଙ୍କୁ ନିଆଯାଇଛି। ତାଙ୍କ ବାମ୍‌ ବୁଢା ଆଙ୍ଗୁଠି ଫୁଲି ଯାଇଛି। ଟିମ୍‌ ଫିଜିଓ ଆଙ୍ଗୁଠିରେ ପଟି ବାନ୍ଧିଛନ୍ତି। ଏହାପରେ ସେ କେତୋଟି ବଲ ଫିଙ୍ଗିଥିଲେ। ତେବେ ଆଉ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ଉଲ୍ଲେଖଥାଉ କି, ସିଡ୍‌ନୀ ଟେଷ୍ଟ ଖେଳିବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆହତ ହୋଇ ସିରିଜରୁ ବାଦ୍‌ ପଡିସାରିଛନ୍ତି। ପୁଣି ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଏବେ ଘରେ ରହିଛନ୍ତି। ଫଳରେ ଭାରତର ସମସ୍ୟା ଦ୍ୱିଗୁଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri