Posted inଖେଳ

ଆହତ ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍:‌ ଇଞ୍ଜୁରି ସତ୍ତ୍ୱେ ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ

ସିଡ୍‌ନୀ, ୧୦।୧(ପି.ଟି.): ଭାରତ ପାଇଁ ଏବେ ଖରାପ ସମୟ ଚାଲିଛି। ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତର ଦୁଇଜଣ ଖେଳାଳି ରବୀନ୍ଦ୍ର ଜାଡେଜା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂ କରିବା ଅବସରରେ ଆହତ ହୋଇଛନ୍ତି। ଫଳରେ ଭାରତକୁ ଡବଲ ଝଟ୍‌କା ଲାଗିଛି। ଜାଡେଜାଙ୍କ ବାମ ହାତ ବୁଢାଆଙ୍ଗୁଠିରେ ବଲ ବାଜିବା କାରଣରୁ ଫାକ୍‌ଚର ହୋଇଛି। ଫଳରେ ଜାନୁୟାରୀ ୧୫ରୁ ବ୍ରିସ୍‌ବେନ୍‌ରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟରୁ ବାଦ୍‌ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସେହିପରି ପନ୍ତ ଏଲ୍‌ବୋ ଇଞ୍ଜୁରିର ଶିକାର ହୋଇଥିଲେ ମଧ୍ୟ ଏହା ସେତେଟା ଗୁରୁତର ନୁହେଁ ବୋଲି ଜଣାଯାଇଛି। ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ। ଅଷ୍ଟ୍ରେଲୀୟ ବୋଲରଙ୍କ ଶର୍ଟ ବଲ୍‌ ଖେଳିବାକୁ ଯାଇ ଏହି ଦୁଇ ଖେଳାଳି ଆହତ ହୋଇଛନ୍ତି ଓ ସ୍କାନ ପାଇଁ ଏହି ଦୁଇ ଖେଳାଳିଙ୍କୁ ହସ୍ପିଟାଲ ନିଆଯାଇଛି।
ପୁଣି ଥରେ ଜାଡେଜା ଗ୍ଲୋଭ୍ସ ପିନ୍ଧି ବ୍ୟାଟିଂ କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ସେ ଏବେ ୨ରୁ ୩ ସପ୍ତାହ ବିଶ୍ରାମ ନେବେ। ଫଳରେ ସେ ଅନ୍ତିମ ଟେଷ୍ଟରୁ ବାଦ୍‌ ପଡିବେ। ତେବେ ପନ୍ତଙ୍କ ଇଞ୍ଜୁରି ସେତେଟା ଗୁରୁତର ନ ଥିବାରୁ ସେ ବ୍ୟାଟିଂ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୋର୍ଡ ତରଫରୁ କୁହାଯାଇଛି। ପ୍ୟାଟ୍‌ କୁମିନ୍ସଙ୍କ ଏକ ଶର୍ଟ ବଲକୁ ଖେଳିବା ବେଳେ ପନ୍ତ ଏଲ୍‌ବୋରେ ଆଘାତ ପାଇଥିଲେ। ଆଇସିସି ନୂଆ ନିୟମ ଅନୁସାରେ ରିଜର୍ଭ ଉଇକେଟକିପର ରିଦ୍ଧିମାନ ଶାହା ପନ୍ତଙ୍କ ବଦଳରେ କିପିଂ କରିଥିଲେ। ସେହିପରି ମିଚେଲ ଷ୍ଟାର୍କଙ୍କ ଶର୍ଟ ବଲ ଜାଡେଜାଙ୍କ ହ୍ୟାଣ୍ଡ ଗ୍ଲୋଭ୍ସରେ ବାଜିଥିଲା। ଏବେ ସ୍କାନ ପାଇଁ ତାଙ୍କୁ ନିଆଯାଇଛି। ତାଙ୍କ ବାମ୍‌ ବୁଢା ଆଙ୍ଗୁଠି ଫୁଲି ଯାଇଛି। ଟିମ୍‌ ଫିଜିଓ ଆଙ୍ଗୁଠିରେ ପଟି ବାନ୍ଧିଛନ୍ତି। ଏହାପରେ ସେ କେତୋଟି ବଲ ଫିଙ୍ଗିଥିଲେ। ତେବେ ଆଉ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ଉଲ୍ଲେଖଥାଉ କି, ସିଡ୍‌ନୀ ଟେଷ୍ଟ ଖେଳିବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆହତ ହୋଇ ସିରିଜରୁ ବାଦ୍‌ ପଡିସାରିଛନ୍ତି। ପୁଣି ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଏବେ ଘରେ ରହିଛନ୍ତି। ଫଳରେ ଭାରତର ସମସ୍ୟା ଦ୍ୱିଗୁଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri