Posted inଫୁରସତ

ଯୁଦ୍ଧବନ୍ଦୀଙ୍କୁ ଅମାନବୀୟ ପ୍ରୟୋଗ

ବିଂଶଶତାବ୍ଦୀରେ ଭୟଙ୍କର ପରମାଣୁ ବୋମାର ବାରୁଦଗଦାରେ ବସିଛି ସାରା ବିଶ୍ୱ। କୌଣସି କାରଣରୁ ଯୁ୍‌ଦ୍ଧ ହେଲେ ନିମିଷକ ମଧ୍ୟରେ ସବୁକିଛି ଶେଷ ହୋଇଯିବ। ମନୁଷ୍ୟକୃତ ଅସ୍ତ୍ରର ପ୍ରୟୋଗରେ ପୃଥିବୀ ପାଲଟିଯିବ ଶ୍ମଶାନ। ଯଦିଓ ଯୁଦ୍ଧର ଭୟଙ୍କର ପରିସ୍ଥିତି ସହ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ର ସମୂହ ବେଶ୍‌ ପରଚିତ, ତଥାପି ସେମାନଙ୍କ ମଧ୍ୟରୁ ଅନେକେ ଜୈବିକ ଯୁଦ୍ଧାସ୍ତ୍ରର ଗୁପ୍ତ ପରୀକ୍ଷଣ ଜାରି ରଖିଛନ୍ତି, ଯାହା ୪୦ ଦଶକର ‘ମାନବୀୟ ଏକ୍ସପେରିମେଣ୍ଟ’ର ସ୍ମୃତି ଉଜାଗର କରୁଛି।

ଯୁଦ୍ଧବନ୍ଦୀଙ୍କ ନିର୍ଯାତନାର କଥା ଲେଖିବସିଲେ ଇତିହାସ ହେବ। ପରାଜୟ କଷ୍ଟରେ ଜର୍ଜରିତ ମଣିଷକୁ ବଳିଯାଉଥିଲା ବନ୍ଦୀଗୃହରେ ନିର୍ମମ ଅତ୍ୟାଚାର। ବର୍ଷ ବର୍ଷ ଧରି ଶାରୀରିକ, ମାନସିକସ୍ତରରେ ଶୋଷଣର ଶିକାର ହେବାପରେ ବି ସେମାନଙ୍କ ପ୍ରତି ନ ଥିଲା କାହାରି ସାମାନ୍ୟତମ ଦରଦ। ଓଲଟି କଏଦୀଙ୍କ ଶରୀର ପାଲଟୁଥିଲା ପରୀକ୍ଷଣର ମାଧ୍ୟମ। ଜିଅନ୍ତା ମଣିଷ ଦେହରେ କ୍ଷତିକାରକ ପଦାର୍ଥ ଜବରଦସ୍ତି ଭର୍ତ୍ତି କରିଦେଇ ଠେଲି ଦିଆଯାଉଥିଲା ମୃତ୍ୟୁମୁହଁକୁ। କେବଳ ଏତିକି ନୁହେଁ, ବିନା ଅନାସ୍ଥେସିଆରେ କାଟି ଦିଆଯାଉଥିଲା ହାତଗୋଡ଼। ବାହାର କରି ଦିଆଯାଉଥିଲା କିଡ୍‌ନୀ, ହୃଦ୍‌ପିଣ୍ଡ, ବୃକକ୍‌ ଭଳି ଆଭ୍ୟନ୍ତରୀଣ ଅଙ୍ଗ। ଅତୀତରେ ଘଟିଥିବା ମାନବୀୟ ପରୀକ୍ଷଣର ଏପରି ବୀଭତ୍ସ ଘଟଣାବଳୀ ଆଜି ବି କଳଙ୍କିତ ଇତିହାସ ହୋଇରହିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗୋଟିଏପଟେ ଭୟ ଆତଙ୍କରେ ପୃଥିବୀ ଥରହର ହେଉଥିବାବେଳେ ଅନ୍ୟପଟେ ଚିକିତ୍ସା ବିଜ୍ଞାନରେ ଚାଲିଥିଲା ପରୀକ୍ଷାନିରୀକ୍ଷା। ବିଶେଷ କରି ଯୁଦ୍ଧବନ୍ଦୀଙ୍କ ଶରୀରକୁ ନେଇ କରାଯାଉଥିଲା ଭଳିକି ଭଳି ଏକ୍ସପେରିମେଣ୍ଟ। ବିଯୁକ୍ତ ତାପମାତ୍ରାରେ ସୈନିକମାନଙ୍କ ଦକ୍ଷତା ବଢ଼ାଇବା, ପ୍ରତିକୂଳ ପରିବେଶରେ କାମ କରିବାର ଶକ୍ତି ହାସଲ କରିବା, ଜେନେଟିକ୍‌ ପରିବର୍ତ୍ତନ, ସଂକ୍ରାମକ ରୋଗରୁ ରକ୍ଷା, ଅଙ୍ଗ ପ୍ରତିରୋପଣ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଏବଂ ଅପ୍ରାକୃତିକ ଭାବେ ଶରୀରରେ ଶକ୍ତି ବୃଦ୍ଧି କରିବାକୁ ଏପରି ଅନେକ ପ୍ରୟୋଗ କରାଯାଉଥିଲା। ତେବେ ଏପରି ପରୀକ୍ଷଣ ଅଧିକାଂଶ କ୍ଷେତ୍ରରେ ଏହା ବିଫଳ ହେଉଥିଲା ଏବଂ ଚାଲିଯାଉଥିଲା ହଜାର ହଜାର ନିରୀହ ବନ୍ଦୀଙ୍କ ଜୀବନ।
ଗ୍ୟାସ୍‌ ଚାମ୍ବରରେ କଏଦୀ
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏଟ ରୁଷର ସବୁଠାରୁ ଶକ୍ତିଶାଳୀ ଶାସକ ଥିଲେ ଜୋଶେଫ୍‌ ଷ୍ଟାଲିନ୍‌। ତାଙ୍କ ପ୍ରରୋଚନାରେ ସେନାର ବୈଜ୍ଞାନିକମାନେ ନିଦ ଉପରେ ନୂତନ ପ୍ରୟୋଗ କରିବାକୁ ଚିନ୍ତା କରିଥିଲେ। ଏଥିପାଇଁ ଚିହ୍ନଟ କରାଯାଇଥିଲା ଲେବର କ୍ୟାମ୍ପ, ଯାହାକୁ ‘ଗୁଲାଗ୍‌’ କୁହାଯାଉଥିଲା। ଏହି ସ୍ଥାନରୁ ୫ଜଣ କଏଦୀଙ୍କୁ ବଛାଯାଇଥିଲା। ସମ୍ପୃକ୍ତ ବନ୍ଦୀମାନେ ଥିଲେ ବେଶ୍‌ ସୁସ୍ଥସବଳ। ସେମାନଙ୍କ ନିକଟରେ ଅଜବ ସର୍ତ୍ତ ରଖାଗଲା। ତଦନୁଯାୟୀ ସେମାନେ ଏହି ପ୍ରୟୋଗରେ ସାମିଲ ହେବେ ଏବଂ ୩୦ ଦିନ ପରେ ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। କ୍ୟାମ୍ପରେ ନିର୍ଯାତନାରେ ଅତିଷ୍ଠ ହୋଇଯାଇଥିବା କଏଦୀମାନେ ଏଥିଲାଗି ତୁରନ୍ତ ରାଜି ହୋଇଗଲେ। ସେମାନଙ୍କୁ ଲାବ୍‌କୁ ଅଣାଯାଇ ଏକ ଏୟାର ଟାଇଟ୍‌ ଚାମ୍ବରରେ ଛାଡ଼ି ଦିଆଗଲା। ଏଥିପୂର୍ବରୁ କଏଦୀଙ୍କୁ ନିଦ ନ ଆସିବା ଲାଗି ଚାମ୍ବରରେ ଭରି ଦିଆଗଲା ମାଇକ୍ରୋଟ୍ରପିକ୍‌ ଗ୍ୟାସ୍‌। ଏହି ସମୟ ଭିତରେ ସେମାନଙ୍କୁ ଆବଶ୍ୟକ ଖାଦ୍ୟପେୟ ଦିଆଯାଉଥିଲା। ହେଲେ ପ୍ରୟୋଗର ୫ଦିନ ପରେ ଭୟଙ୍କର ପରିଣାମ ସାମ୍ନାକୁ ଆସିବାରେ ଲାଗିଲା। ଚ୍ୟାମ୍ବର ଭିତରେ କଏଦୀମାନେ ଚିତ୍କାର କରିବା ସହ କାନ୍ଦିବାକୁ ଲାଗିଲେ। କିଛିଦିନ ପରେ ସେମାନେ ଚୁପ୍‌ ହୋଇଗଲେ। ଏପରି କି ପରସ୍ପର ଭିତରେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଲେ। ୧୧ତମ ଦିନରେ ଜଣେ କଏଦୀ ଏତେ ଜୋର୍‌ରେ ଚିତ୍କାର କଲେ ଯେ, ତାଙ୍କର ବେକର ଶିରା ଫାଟିଗଲା। ହେଲେ ତାଙ୍କର ଯନ୍ତ୍ରଣା ଶୁଣି ଅନ୍ୟ ଏକଦୀମାନେ ସାମାନ୍ୟ ପ୍ରତିକ୍ରିୟା ଦେଖାଇ ନ ଥିଲେ। ପରିସ୍ଥିତି ବିଗିଡ଼ିବା ପରେ ୧୫ତମ ଦିନରେ ବୈଜ୍ଞାନିକମାନେ ଏହି ପ୍ରୟୋଗ ରୋକିବାକୁ ନିଷ୍ପତ୍ତି ନେଲେ। ସ୍ଥିତି ପରଖିବାକୁ ଚ୍ୟାମ୍ବର ପାଖକୁ ଯାଇଥିବା ବୈଜ୍ଞାନିକମାନେ ଯେଉଁ ଦୃଶ୍ୟ ଦେଖିଲେ, ତାହା ଥିଲା ଛାତି ଥରାଇ ଦେବା ଭଳି। ୧୫ଦିନ ଯାଏ ଆଖି ପଲକ ପକାଇ ନ ଥିବା କଏଦୀମାନେ ନିଜେ ନିଜ ଶରୀରର ମାଂସ ଖାଇଯାଇଥିଲେ। ଅନେକଙ୍କ ହାତ, ଗୋଡ଼ରେ ମାଂସ ନ ଥିଲା। ବାହାରକୁ କେବଳ ହାଡ଼ ଦେଖାଯାଉଥିଲା। ଏପରି ଭୟଙ୍କର ଦୃଶ୍ୟ ଦେଖି ଜଣେ ବୈଜ୍ଞାନିକ ସମସ୍ତଙ୍କୁ ହତ୍ୟା କରିଦେଇଥିଲେ। ଏହାପରେ ଗବେଷଣା ସହିତ ଜଡ଼ିତ ସମସ୍ତ ତଥ୍ୟ ଗାଏବ କରି ଦିଆଗଲା।


ଆଜି ବି ତୁଟିନି ଦ୍ୱନ୍ଦ୍ୱ
ରୁଷିଆର ସ୍ଲିପ୍‌ ଏକ୍ପପେରିମେଣ୍ଟକୁ ନେଇ ଆଜି ବି ଦ୍ୱନ୍ଦ୍ୱ ତୁଟିନି। ଅନେକେ ଏହି ଘଟଣାକୁ ମନଗଢ଼ା କାହାଣୀ ବୋଲି କୁହନ୍ତି। ଆଜିଯାଏ ଏପରି କୌଣସି ଗ୍ୟାସ୍‌ ନାହିଁ; ଯାହା ମଣିଷର ପ୍ରାକୃତିକ ନିଦକୁ ରୋକିପାରିବ ବୋଲି ସେମାନେ ଯୁକ୍ତି ବାଢ଼ନ୍ତି। ହେଲେ ଆଉ ଗୋଟିଏ ବର୍ଗ ଏହି ଘଟଣାକୁ ସତ୍ୟ ବୋଲି ମାନନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରାଜିତ ହୋଇଥିବା ଦେଶର ସେନା ସହ ବିଜୟୀ ଦେଶର ଶାସକ ନିଷ୍ଠୁର ବ୍ୟବହାର କରୁଥିଲେ। ଏପରି କି ସେହି ସମୟରେ ଅନେକ ଅମାନବୀୟ ପ୍ରୟୋଗ ମଧ୍ୟ କରାଯାଇଥିଲା। ଏପରି ଅନେକ ଉଦାହରଣ ରହିଛି ବୋଲି ସେମାନେ ନିଜ ଯୁକ୍ତିରେ କୁହନ୍ତି।

ଜାପାନର ମାନବୀୟ ପ୍ରୟୋଗଶାଳା ‘ୟୁନିଟ୍‌-୭୩୧’
ଜାପାନର ମାନବୀୟ ପ୍ରୟୋଗଶାଳା ହେଉଛି ‘ୟୁନିଟ୍‌-୭୩୧’। ୧୯୩୦ରୁ ୧୯୪୫ ଯାଏ ‘ଇମ୍ପାରିଏଲ ଜାପାନିଜ ଆର୍ମି’ ଚାଇନାର ପିଙ୍ଗ୍‌ଫାଙ୍ଗ୍‌ ପ୍ରଦେଶରେ ନିଜର ପ୍ରୟୋଗଶାଳା କରିଥିଲା। ଚାଇନାର ହସ୍ତକ୍ଷେପ ନ ଥିବା ଏହି ସ୍ଥାନରେ ଚାଇନିଜ୍‌ ଯୁଦ୍ଧବନ୍ଦୀ, ସେନା ଅଧିକାରୀ, ସୈନିକଙ୍କ ଶରୀରରେ ବହୁ ଜଟିଳ ପରୀକ୍ଷା କରାଯାଉଥିଲା। ଦୀର୍ଘ ଦଶନ୍ଧି ପରେ ଏଭଳି ନିର୍ମମ ଘଟଣାବଳୀର ଅଧାଅଧୁରା ଦସ୍ତାବିଜ୍‌ ପଦାକୁ ଆସିଥିଲା, ଯାହା ବ୍ୟଥିତ କରିଥିଲା ବିଶ୍ୱବାସୀଙ୍କୁ। ଉକ୍ତ ଦସ୍ତାବିଜ୍‌ ୧୦୦୦ରୁ ଊର୍ଦ୍ଧ୍ୱ ଡାକ୍ତର, ନର୍ସ, ସର୍ଜନ, ବୈଜ୍ଞାନିକ, ଇଞ୍ଜିନିୟରଙ୍କ କଳାକାରନାମାକୁ ପଦାରେ ପକାଇଥିଲା।

78805804

ହଲିଉଡ୍‌ରେ ପ୍ରତିଫଳନ
ହ୍ୟୁମାନ ଏକ୍ସପେରିମେଣ୍ଟକୁ ନେଇ ହଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ସେଥିରୁ କେତେକ ସତ୍ୟଘଟଣାବଳୀ ଏବଂ ଆଉ କେତେକ ସାଇନ୍ସ ଫକ୍ସନ ଉପରେ ଆଧାରିତ। ହ୍ୟୁମାନ ଏକ୍ସପେରିମେଣ୍ଟ ଚଳଚ୍ଚିତ୍ର ଭିତରେ ଦି ଅନବର୍ନ, ହ୍ୟୁମାନ ସେଣ୍ଟିପେଡ୍‌, ରୋବୋକପ୍‌, ଇନ୍‌କ୍ରେଡିବଲ ହଲ୍କ, ହୋଲୋମ୍ୟାନ୍‌, କ୍ୟାପ୍‌ଟେନ ଆମେରିକା, ଦି ଜର୍ମାନ ଡକ୍ଟର, ଶକ୍‌ ଓ୍ବେଭ, ଦି ବିଏଷ୍ଟ ଇନ୍‌ ହିଟ୍‌, ଜାଟ୍‌, ଓ୍ବାର ଅଫ୍‌ ଡେଡ୍‌ ଅନ୍ୟତମ।

ଏଞ୍ଜେଲ ଅଫ୍‌ ଡେଥ୍‌ ‘ଜୋଶେଫ୍‌ ମାଙ୍ଗେଲେ’

ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଈଶ୍ୱର। ହେଲେ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ବିଶ୍ୱସ୍ତ ଜୋଶେଫ ମାଙ୍ଗେଲେ ଥିଲେ ଡାକ୍ତର ନାମରେ ଜଣେ କଳଙ୍କିତ ବ୍ୟକ୍ତିତ୍ୱ। ଏକଦା ନାଜି ସେନାର ଓ୍ବାର ହିରୋ ଭାବେ ସୁନାମ ଅର୍ଜିଥିଲେ ଜୋଶେଫ। ସେନାରୁ ଅବସର ପରେ ତାଙ୍କୁ ଯୁଦ୍ଧବନ୍ଦୀଙ୍କ କ୍ୟାମ୍ପରେ ମେଡିକାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହାପରେ ନିର୍ଦ୍ଦୟତାର ସୀମା ଟପିଯାଇଥିଲେ ମାଙ୍ଗେଲେ। ଦକ୍ଷତାର ଦୁରୁପଯୋଗ କରି ସେ ଆରମ୍ଭ କରିଥିଲେ ଇହୁଦୀ ଏବଂ ରୋମାନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର। ଜେନେଟିକ୍‌ ସାଇନ୍ସରେ ପିଏଚ୍‌ଡି କରିଥିବା ମାଙ୍ଗେଲେ ଟପିଯାଇଥିଲେ ନିର୍ଦ୍ଦୟତାର ସମସ୍ତ ସୀମା। କ୍ୟାମ୍ପରେ ଗର୍ଭବତୀ, ଶିଶୁ, ଯମଜ ସନ୍ତାନ, ଦିବ୍ୟାଙ୍ଗଙ୍କ ଶରୀରରେ ଭୟଙ୍କର ଏକ୍ସପେରିମେଣ୍ଟ କରୁଥିଲେ। ବିନା ଆନାସ୍ଥେସିଆରେ ହାଡ଼, ମାଂସପେଶୀ ବାହାର କରି ଅନ୍ୟତ୍ର ପ୍ରତିରୋପଣ, ଯମଜ ସନ୍ତାନଙ୍କ ମୁଣ୍ଡ ଯୋଡ଼ିବା ଭଳି ବିଫଳ ପ୍ରୟାସ କରୁଥିଲେ। ଶିଶୁ ଏବଂ ଦିବ୍ୟାଙ୍ଗଙ୍କ ଶରୀରରେ ମ୍ୟାଲେରିଆ, ଟାଇଫଏଡ୍‌ ଭଳି ପ୍ରାଣଘାତୀ ଭୂତାଣୁ, ମାତ୍ରାଧିକ କ୍ଲୋରୋଫର୍ମ ପ୍ରୟୋଗ କରି ଏହାର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ହାସଲ କରୁଥିଲେ। ଜେନେଟିକ୍‌ ଚିକିତ୍ସା ବିଜ୍ଞାନରେ ପିଏଚ୍‌ଡି କରିଥିବା ମାଙ୍ଗେଲେଙ୍କ ଏକ୍ସପେରିମେଣ୍ଟର ପ୍ରଥମ ପସନ୍ଦ ଥିଲେ ଜମଜ ଶିଶୁ। ସେମାନଙ୍କ ଭିତରେ ଥିବା ସମାନତା ଏବଂ ଭିନ୍ନତାକୁ ଜାଣିବା ଲାଗି ସେ ଜାରି ରଖିଥିଲେ ଜେନେଟିକ୍‌ ଷ୍ଟଡି। ବିନା ସୁରକ୍ଷା ପଦ୍ଧତିରେ କରାଯାଉଥିବା ଏପରି ପରୀକ୍ଷାରେ ଲକ୍ଷାଧିକ ଇହୁଦୀ, ରୋମାନୀଙ୍କ ମୃତ୍ୟୁ ଘଟିଥିଲା। ୧୯୪୫ରେ ନାଜିସେନାର ପରାଜୟ ପରେ ମାଙ୍ଗେଲେ ଛଦ୍ମବେଶରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବାବେଳେ ଆମେରିକା ସେନା ହାତରେ ଧରାପଡ଼ିଥିଲେ। ତେବେ ଆବଶ୍ୟକ ପ୍ରମାଣ ଅଭାବରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ଯୁଦ୍ଧ ଇତିହାସରେ ମୃତ୍ୟୁର ସୌଦାଗର ଭାବେ ପରିଚିତ ଜୋଶେଫ ମାଙ୍ଗେଲେଙ୍କ ମୃତ୍ୟୁ ଘଟିଥିଲା ୧୯୭୯ରେ। ମାଙ୍ଗେଲେଙ୍କ ଜୀବନୀକୁ ନେଇ ଅନେକ ପୁସ୍ତକ ରଚନା କରାଯାଇଛି। ଏଥିରେ ତାଙ୍କୁ ରାକ୍ଷସ, ନିର୍ଦ୍ଦୟୀ ଭାବେ ଚିତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri