ଦିଅର ଦେଉଥିଲେ ଅମାନୁଷିକ ନିର୍ଯାତନା

ସୁନ୍ଦରଗଡ଼,୯ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ସହର ଉପକଣ୍ଠ ଇବ୍‌ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇଥିବା ୨ ବିବସ୍ତ୍ର ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣା ପଦାକୁ ଆସିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଖଇରମୁଣ୍ଡାରେ ଉଭୟଙ୍କ ଘର। ସେମାନେ ହେଉଛନ୍ତି ମା’ ଓ ଝିଅ। ଦୀର୍ଘ ବର୍ଷ ଧରି ୪୭ ବର୍ଷୀୟ ମହିଳାଙ୍କୁ ଦିଅର ଯୌନ ନିର୍ଯାତନା ଦେଇଆସୁଥିଲେ। ଏପରିକି ତାଙ୍କ ୩ ଝିଅ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ୩ଝିଅଙ୍କ ମଧ୍ୟରୁ ୨ ଜଣ ଘର ଛାଡ଼ି ଚାଲିଯାଇଥିଲେ। ମା’ଙ୍କ ସହ ଘରୁ ଚାଲି ଆସିଥିବା ୨୩ବର୍ଷୀୟା ଝିଅ ମୁମ୍ବାଇରେ କାମ କରି ଗତ କିଛିଦିନ ହେବ ଘରକୁ ଆସିଥିବା ବେଳେ ସେ ପୁଣି ଯୌନ ନିର୍ଯାତନାର ଶିକାର ହୋଇଥିବା କାଉନ୍‌ସେଲିଂ ବେଳେ ଜଣାପଡ଼ିଛି। ସେମାନେ ନିଜକୁ ବଞ୍ଚାଇବା ପାଇଁ ଘର ଛାଡ଼ି ଚାଲି ଆସିଥିବା କହିଛନ୍ତି। ମାନସିକ ସ୍ତରରେ ମା’ ଝିଅ ଅତ୍ୟନ୍ତ ଭୟଭୀତ ଥିବା ବେଳେ ଝିଅଟି ବର୍ତ୍ତମାନ ପର୍ଯ୍ୟନ୍ତ ପାଟି ଖୋଲି ନ ଥିବା ଆସ୍ଥା ଗୃହ ସମ୍ପାଦିକା ସ୍ନେହଲତା ପଟେଲ ସୂଚନା ଦେଇଛନ୍ତି। ରାସ୍ତାରେ ମଧ୍ୟ ସେମାନେ ବଳାତ୍କାରର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ଏହି ୨ ମହିଳା କିଭଳି ସୁନ୍ଦରଗଡ଼କୁ ଆସିଲେ ସେ ନେଇ ଅଧିକ ପଚରାଉଚରା ଚାଲିଛି। ସମ୍ପାଦିକା ଏହି ସମ୍ପର୍କରେ ଏସ୍‌ପି ପ୍ରତ୍ୟୁଷ ଦିବାକର ଏବଂ ଟାଉନଥାନାକୁ ଅବଗତ କରିଛନ୍ତି। ରବିବାର ସ୍ବତନ୍ତ୍ର ଡାକ୍ତରୀ ଦଳ, ମନସ୍ତତ୍ତ୍ୱବିତ୍‌ ଓ ପୋଲିସ ଏହି ୨ ମହିଳାଙ୍କୁ ପଚରାଉଚରା କରିଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତା ସହ ନେଇ ପୋଲିସ ପ୍ରଶାସନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ସ୍ବାଭାବିକ ସ୍ଥିତିକୁ ଆସିଲା ପରେ ସେମାନଙ୍କ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ନେହଲତା କହିଛନ୍ତି। ଚିହ୍ନଟ ପାଇଁ ସେମାନଙ୍କ ଫଟୋ ଜିଲାର ବିଭିନ୍ନ ଥାନା ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଥାନାକୁ ପଠାଯାଇଛି। ଏନେଇ ଏସ୍‌ପି ଦିବାକର ସୂଚନା ଦେଇଛନ୍ତି। ଏହି ମହିଳାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକୁ ସବୁଠି ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରେ ୨ ବିବସ୍ତ୍ର ମହିଳା ଚାଲି ଚାଲି ଯାଉଥିଲେ। ଶହ ଶହ ଯାତ୍ରୀ ସେଇ ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହି ଜଣେ ଏଭଳି ଲଜ୍ଜିତ ଦୃଶ୍ୟ ପାଇଁ ଦୟା ଦେଖାଇ ନ ଥିଲେ। ନିଜ ଘରୁ ଆଦିବାସୀ ମଞ୍ଚ ଘେରାଉ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟିକା କୁସୁମ ଟେଟେ ଏହି ୨ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇ ଥିଲେ। ଆଦିବାସୀ ନେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ସାଙ୍ଗରେ ନେଉଥିବା ଗାମୁଛାରେ ୨ ମହିଳାଙ୍କୁ ଘୋଡ଼ାଇ ଦେଇଥିଲେ। ପରେ ସଦର ଥାନା ପୋଲିସ ସହାୟତାରେ ସେମାନଙ୍କୁ ଆସ୍ଥା ଗୃହକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri