ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି। ବ୍ଲକରେ ୧୦ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ରାଜ୍ୟର ସର୍ବବୃହତ୍‌ ‘ଚକାଡୋଳା’ ଶୀତଳଭଣ୍ଡାର ମଧ୍ୟ ରହିଛି। ହେଲେ ଭିତ୍ତିଭୂମି ଥାଇ ବି ଚାଷୀମାନେ ଆଳୁଚାଷକୁ ଆଦରୁନାହାନ୍ତି। ଅର୍ଥକରୀ ଆଳୁଚାଷ ଯେଉଁ ପରିମାଣରେ ହେବା କଥା, ତାହା ହୋଇପାରୁ ନାହିଁ। ଆଳୁ ଉପତ୍ାଦନରେ ସ୍ବାବଲମ୍ବୀ ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି।
ଏହି ବ୍ଲକ ଅଞ୍ଚଳରେ ବାର୍ଷିକ ୩,୪୫୫ ମେଟ୍ରିକ ଟନ୍‌ ଆଳୁ ଆବଶ୍ୟକ। ହେଲେ ୨୦୨୪-୨୫ ବର୍ଷରେ ମାତ୍ର ୧୨.୨୯ ହେକ୍ଟର ଜମିରେ ଆଳୁଚାଷ ହୋଇଥିବା ବେଳେ ମାତ୍ର ୧୪.୫ ଟନ୍‌ ଉପତ୍ାଦିତ ହୋଇଥିଲା। ଚଳିତ ବର୍ଷ ୪୦ ହେକ୍ଟର ଜମିରେ ଆଳୁଚାଷ ଲକ୍ଷ୍ୟ ରଖାଯାଇଛି। ନଭେମ୍ବର ୧୫ରୁ ଡିସେମ୍ବର୧୫ ମଧ୍ୟରେ ଆଳୁ ବିହନ ରୋପଣ ହେବା କଥା। ସେଥିପାଇଁ ପ୍ରଥମ ଦଫାରେ ପଞ୍ଜାବରୁ ‘କୁଫ୍ରିଜ୍ୟୋତି’ କିସମ ବିହନ ସରକାରଙ୍କ ପକ୍ଷରୁ ସ୍ଥାନୀୟ କୃଷି ଉଦ୍ୟାନ ବିଭାଗକୁ ଯୋଗାଇ ଦିଆଯାଇଛି। ବିଭାଗ ପକ୍ଷରୁ ଚାଷୀମାନଙ୍କୁ କ୍ରମାଗତ ପ୍ରରୋଚିତ କରାଯିବା ପରେ ଏଯାବତ୍‌ ୨୪ ହେକ୍ଟର ଜମିରେ ଆଳୁ ବିହନ ଲଗାଯାଇଥିବା ସହକାରୀ କୃଷି ଉଦ୍ୟାନ ଅଧିକାରିଣୀ ଶୁଭଦର୍ଶନୀ ରଥ ସୂଚନା ଦେଇଛନ୍ତି। ଡିସେମ୍ବର ୨ ସୁଦ୍ଧା ବନ୍ଦାଳୋ, ମଢ଼ିଆଳି, ବାବଲପୁର, ଝୁଟୁଣା, ବାଲିପୋଖରୀ, କୋରକୋରା, ନିର୍ଗୁଣ୍ଡି, ଦକ୍ଷିଣବାଡ଼, କୋରିଗାଁ, ଷୋଳମପୁର ଆଦି ପଞ୍ଚାୟତର ଚାଷୀମାନଙ୍କୁ କିଲୋ ପିଛା ୨୦ ଟଙ୍କା ଦରରେ ବିହନ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୧୦ଟଙ୍କା ଡିବିଟି ଯୋଗେ ବିହନ ଉପଯୋଗ କରିଥିବା ଚାଷୀମାନଙ୍କୁ ସବ୍‌ସିଡ୍‌ ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବିଭାଗ ଆଶାବାଦୀ ଅଛି। ଏହାଦ୍ୱାରା ଆଳୁ ଉପତ୍ାଦନ ୩ ହଜାର କୁଇଣ୍ଟାଲକୁ ବୃଦ୍ଧି ପାଇବ। ମାତ୍ର ଏହି ପରିମାଣ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌। ବ୍ଲକ ଅଞ୍ଚଳରେ ବୈତରଣୀ ନଦୀ ଉପକୂଳବର୍ତ୍ତୀ ୮ ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମି ଆଳୁଚାଷ ପାଇଁ ବେଶ୍‌ ଉପଯୋଗୀ। ସ୍ଥାନୀୟ ମୃତ୍ତିକାର ଉର୍ବରତା ଓ ପାଣିପାଗ ଦୃଷ୍ଟିରୁ ଏଠାରେ ମଧ୍ୟମ ପରିମାଣର ଆଳୁ ଉପତ୍ାଦନ ହୋଇପାରିବ। ଉପତ୍ାଦିତ ଆଳୁକୁ ମହଜୁଦ କରି ରଖିବା ପାଇଁ ୨୦୧୬ରେ କୃଷି ଉଦ୍ୟାନ ବିଭାଗ ସହାୟତାରେ ‘ଆଳୁ ମିଶନ’ ଲକ୍ଷ୍ୟ ପୂରଣ ନିମନ୍ତେ ୧୦ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହୋଇଥିଲା। ଉଦ୍ୟୋଗପତି ଉଦୟ ନାରାୟଣ ନନ୍ଦ ସ୍ଥାନୀୟ ଚାଷୀଙ୍କୁ ଆଳୁଚାଷ ପାଇଁ ପ୍ରରୋଚିତ କରି ବିଫଳ ହୋଇଥିଲେ। ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରି ଗଚ୍ଛିତ ରଖିବା ସହ ବିକ୍ରୟ କରି ଶୀତଳଭଣ୍ଡାର ଚଳାଇଥିଲେ। ହେଲେ ତାହା ଲାଭଜନକ ହୋଇ ନ ଥିଲା। ୪ ବର୍ଷ ପରେ ଶୀତଳଭଣ୍ଡାର ବନ୍ଦ ହୋଇଯାଇଥିଲା। ବନ୍ଦ ହେବାର ୪ ବର୍ଷ ପରେ ଶୀତଳଭଣ୍ଡାରର ଅର୍ଦ୍ଧେକ ସ୍ଥାନରେ ଛତୁଚାଷ ଆରମ୍ଭ କରି ନନ୍ଦ ଶୀତଳଭଣ୍ଡାରକୁ କାର୍ଯ୍ୟକ୍ଷମ କରିଥିଲେ। ଏବେ ଛତୁଚାଷରେ ସଫଳ ହୋଇଥିବା ନନ୍ଦ ବାକି ଅର୍ଦ୍ଧେକ ସ୍ଥାନରେ ୫ ହଜାର ମେଟ୍ରିକ ଟନ୍‌ ଆଳୁ ଗଚ୍ଛିତ କରିବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏପରିକି ଆଗ୍ରହୀ ଆଳୁଚାଷୀଙ୍କୁ ସବୁମନ୍ତେ ସହାୟତା କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି। ମାତ୍ର ଚାଷୀମାନେ ଆଳୁଚାଷ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବା ଚିନ୍ତାର କାରଣ ହୋଇଛି। ନଦୀ ଉପକୂଳ ଅଞ୍ଚଳର ଚାଷୀମାନେ ଜମିରେ ପନିପରିବା ଚାଷ, ବାଦାମ ଚାଷ କରିବାକୁ ଇଚ୍ଛା କରୁଥିବା ଦେଖିବାକୁ ମିଳିଛି। ଏପରିକି ସହଜରେ ଉପଲବ୍ଧ ବାଲି, ମାଟି ଓ ଶ୍ରମର ଉପଯୋଗ କରି ଦୋରସା ଜମିରେ ଇଟା ଗଢ଼ିବାକୁ ବେଶ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ସ୍ବଳ୍ପ ଖର୍ଚ୍ଚରେ ଭଲ ଲାଭ ମିଳୁଥିବାରୁ ଇଟା ଗଢ଼ା ପ୍ରତି ଆଗ୍ରହ ପ୍ରକାଶ ପାଉଛି। ଫଳରେ ‘ଆଳୁ ମିଶନ’ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରୁ ନାହିଁ। ଚାଷୀମାନଙ୍କୁ ଆଳୁଚାଷ ପ୍ରତି ପ୍ରରୋଚିତ କରିବାକୁ ବିଭାଗ ପକ୍ଷରୁ ସବୁପ୍ରକାର ଉଦ୍ୟମ କରାଯାଉଛି ବୋଲି ବିଭାଗୀୟ ଅଧିକାରିଣୀ ରଥ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri