ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ କଂକ୍ରିଟ ଖଳା

କେନ୍ଦ୍ରାପଡ଼ା, ୨୦ା୧୧(ଜଗନ୍ନାଥ ଧଳ): କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ କଂକ୍ରିଟ ଖଳା ଯୋଜନା ନେଇ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଜିଲାରେ ଇତିମଧ୍ୟରେ ୧୦୬ଟି ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଚାଷୀଙ୍କ ପରିବର୍ତ୍ତେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲକୁ ଚାଲିଯାଇଛି। ସେହିପରି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ଅଳ୍ପ କେତେଦିନ ମଧ୍ୟରେ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ଡେରାବିଶ ବ୍ଲକ ବାରିମୂଳର ଅନନ୍ତ ମଲ୍ଲିକ କହିଛନ୍ତି, ଖରିଫ ଧାନ ଅମଳ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଜିଲାରେ ଧାନଚାଷ ଅଧିକ। ଏହାକୁ ଅମଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ କଂକ୍ରିଟ ଖଳା ନିର୍ମାଣ ହୋଇଛି। ଏହି ଖଳା ଏବେ କେତେଜଣ ଲୋକଙ୍କ ଜବରଦଖଲକୁ ଚାଲିଯାଇଛି। ଖଳାରେ ଗାଈ ମଇଁଷି ବାନ୍ଧିବା ସହିତ ଘଷି ଭାଡ଼ି ରହିଛି। ଏପରି କି ଏହି ଖଳାରେ ବାଲି, କଂକ୍ରିଟ ରହିଥିବା ଦେଖିବାକୁ ମିଳିଛି। ଜିଲାରେ ସାଧାରଣତଃ ଧାନ ଅମଳ ସମୟରେ ସାମୁଦ୍ରିକ ଝଡ଼ ଦେଖାଯାଇଥାଏ। ଏହି ସମୟରେ ଅମଳ ସମସ୍ୟା ହୋଇଥାଏ। ଜବରଦଖଲରେ ଖଳା ଥିବାରୁ ଚାଷୀ କଂକ୍ରିଟ ଖଳାର ଉପଯୋଗ କରିପାରୁନାହାନ୍ତି। ମହାକାଳପଡ଼ାର ଚାଷୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଗୋଟିଏ କଂକ୍ରିଟ ଖଳାରେ ଅନୂ୍ୟନ ୭ରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବ୍ୟୟ ହେଉଛି। ଏହି ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନଜର ରହୁନାହିଁ। ଫଳରେ ଠିକାଦାର ଖଳା ନିର୍ମାଣ ପରେ ଦୁଇ ମାସ ମଧ୍ୟରେ ଏହା ନଷ୍ଟ ହୋଇଯାଉଛି। ସେହିପରି ଖଳା ନିର୍ମାଣ ସ୍ଥାନ ଚୟନରେ ବହୁ ତ୍ରୁଟି ଅଛି। ଖଳାକୁ କ୍ଷେତ ଅଞ୍ଚଳ ମଧ୍ୟରେ ରଖିଲେ ଏହାର ସୁଉପଯୋଗ ହୋଇପାରିବ। କେତେଗୋଟି ଖଳା ଓ କ୍ଷେତର ଦୂରତା ପ୍ରାୟ ୩ରୁ ୫ କିଲୋମିଟର ରହୁଥିବାରୁ ଚାଷୀ ଏହାକୁ ଉପଯୋଗ କରୁନାହାନ୍ତି। ଏହାସହ ଖଳାକୁ ଜବରଦଖଲକାରୀଙ୍କଠାରୁ ମୁକ୍ତ କରା ନ ଗଲେ ଯୋଜନା ଫେଲ ମାରିଛି ବୋଲି କୁହାଯାଇପାରେ। ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ଚନ୍ଦ୍ରକାନ୍ତ ଜେନାଙ୍କୁ ପଚାରିବାରେ ଜିଲାରେ ମୋଟ ୧୦୬ଟି ଖଳା ମଧ୍ୟରୁ କୃଷି ବିଭାଗ ପକ୍ଷରୁ ୨୮ଟି ଖଳା ନିର୍ମାଣ ହୋଇଛି। ଅବଶିଷ୍ଟ ୭୮ ଖଳା ଆରଏମ୍‌ସି ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରାୟ ଅଢ଼େଇ ଗୁଣ୍ଠ ଜମି ଉପରେ ଖଳା ନିର୍ମାଣ ପାଇଁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗ୍ରାମର ଚାଷୀ ଏହାକୁ ଉପଯୋଗ କରିବା କଥା। ଗ୍ରାମବାସୀଙ୍କ ବିରୋଧ ହେଲେ ଜବରଦଖଲ ହଟିବ। ଜବରଦଖଲ ସମ୍ପର୍କରେ ଅଦ୍ୟାବଧି କୌଣସି ଅଭିଯୋଗ ଆସିନାହିଁ। ଏପରି ଘଟଣା ନଜରକୁ ଆସିଲେ ପ୍ରଶାସନିକ ତଦନ୍ତ ସହ ପୋଲିସର ସହଯୋଗରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri