ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଗଞ୍ଜାମ,୨୬।୩ (ଡି.ଏନ୍‌.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ ସଂଗଠନ ପକ୍ଷରୁ ଗଞ୍ଜାମ ରାଜପଥ ଅବରୋଧ ସହିତ ବ୍ଲକ, ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ଏଥିରେ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ପି. ହରେକୃଷ୍ଣ ରେଡ୍ଡୀ. ଦଳିତ ବିକାଶ ନେତା ରାମଚନ୍ଦ୍ର ନାୟକ, ସିଟୁ ଶ୍ରମିକ ନେତା ଓ ସରପଞ୍ଚ ଦିଲ୍ଲୀପ ଛୋଟରାୟ ପ୍ରମୁଖ ସାମିଲ ଥିଲେ।