ଦିଗପହଣ୍ଡିରେ ଭାରତ ବନ୍ଦର ପ୍ରଭାବ: ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ଦିଗପହଣ୍ଡି,୮।୧୨(ଡି.ଏନ୍‌.ଏ.): ନିଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଡାକରା କ୍ରମେ ମଙ୍ଗଳବାର ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହର ମଧ୍ୟଦେଇ ଯାଇଥିବା ରାଞ୍ଚି – ବିଜୟ ୱାଡା ୩୨୬ ନଂ. ଜାତୀୟ ରାଜପଥ ସମେତ ବ୍ରହ୍ମପୁର – ରାୟଗଡ଼ା ୧୭ ନଂ. ରାଜ୍ୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀ ମାନେ ବସଷ୍ଟାଣ୍ଡଠାରେ ରାଜପଥ ଅବରୋଧକରି ପ୍ରତିବାଦ ସଭା କରିଥିଲେ। ସିପିଆଇ(ଏମ୍‌) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ, ଅଶ୍ୱିନୀ କୁମାର ଦାସ, ଉଜ୍ଜଳ ସାହୁ, କୁରେଶୁ ପଣ୍ଡା, ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର, ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ରଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ସଭାରେ ଉପସ୍ଥିତ ଥିଲେ।