Posted inଜାତୀୟ

ଦରବୃଦ୍ଧି, ବେକାରି: ଗ୍ରାମାଞ୍ଚଳରେ ଭାଜପାକୁ କାଳ

ନୂଆଦିଲ୍ଲୀ,୮ା୬: ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଏକ-ତୃତୀୟାଂଶ ଗ୍ରାମାଞ୍ଚଳ ଆସନ ହରାଇଦେଇଛି। ଗ୍ରାମାଞ୍ଚଳରେ ନିଯୁକ୍ତିର ଅଭାବ ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ବଢ଼ୁଥିବା ଅସନ୍ତୋଷ ଏଥିରୁ ପ୍ରତିଫଳିତ ହୋଇଛି। ଗତ ଏପ୍ରିଲ ୧୯ରୁ ଜୁନ୍‌ ୧ ମଧ୍ୟରେ ଅଷ୍ଟାଦଶ ଲୋକ ସଭାର ୫୪୩ ଆସନ ପାଇଁ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଫଳାଫଳ ଜୁନ୍‌ ୪ରେ ଆସିଥିଲା। ଭାଜପା ଏଥର ୨୪୦ ଆସନ ପାଇଛି, ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୬୩ କମ୍‌। ଶାସକ ଦଳର ଦୁର୍ବଳ ପ୍ରଦର୍ଶନ ଲୋକ ସଭାରେ ଅନ୍ୟ ଦଳଗୁଡ଼ିକ ପ୍ରତି ନିର୍ଭରଶୀଳ ହେବାକୁ ବାଧ୍ୟ କରିଛି। ୨୦୧୯ରେ ଗ୍ରାମାଞ୍ଚଳରେ ଭାଜପାକୁ ୨୦୧ ଲୋକ ସଭା ଆସନ ମିଳିଥିଲା। ଏଥର ଏହା ୧୨୬କୁ ଖସିଆସିଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ଏହି ଆସନଗୁଡ଼ିକ ମଧ୍ୟରେ ଆସାମ, ଜମ୍ମୁ-କଶ୍ମୀର ଓ ଲଦାଖ ଭଳି ଅଞ୍ଚଳର ସୀମା ପୁନଃ ନିର୍ଦ୍ଧାରିତ ସଂସଦୀୟ କ୍ଷେତ୍ରଗୁଡ଼ିକୁ ସାମିଲ କରାଯାଇନାହିଁ।
ନୂଆଦିଲ୍ଲୀର ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ କାର୍ଯ୍ୟରତ ରାଜନୈତିକ ବିଶେଷଜ୍ଞ ରାହୁଲ ବର୍ମା କହିଛନ୍ତି, ମୋଦିଙ୍କ ଦଳ ବିଶେଷକରି ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଭଳି ହିନ୍ଦୀଭାଷୀ ରାଜ୍ୟରେ ଜନ ସମର୍ଥନ ହରାଇଦେଇଛି। ସବୁଠୁ ସମୃଦ୍ଧ ଦକ୍ଷିଣ ଭାରତ ଓ ଆର୍ଥିକ ବିକାଶ ଦିଗରେ ଅଗ୍ରସର ପଶ୍ଚିମ ଭାଗରେ ମଧ୍ୟ ଭାଜପାକୁ ନିରାଶ ହେବାକୁ ପଡ଼ିଛି। ଗ୍ରାମାଞ୍ଚଳର ଦୁର୍ଦ୍ଦଶା ଏହି ନୈରାଶ୍ୟଜନକ ପ୍ରଦର୍ଶନର ଏକ କାରଣ ହୋଇଥାଇପାରେ ବୋଲି ସେ କହିଛନ୍ତି।
ଅଧୀନରେ ଭାରତ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। କିନ୍ତୁ ଦେଶର କାର୍ଯ୍ୟଶକ୍ତିରେ ପ୍ରବେଶ କରୁଥିବା ଆଶାୟୀଙ୍କ ପାଇଁ ବହୁ କମ୍‌ ସଂଖ୍ୟକ ଚାକିରି ରହିଛି। ଭାରତର ୧୪୦ କୋଟି ଲୋକଙ୍କ ମଧ୍ୟରୁ ୬୦% ଗ୍ରାମାଞ୍ଚଳରେ ବସବାସ କରନ୍ତି। ସେମାନେ କର୍ମନିଯୁକ୍ତିର ଅଭାବ ଦେଇ ଗତି କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ଦାଉ ସାଧୁଛି।
ଦ୍ରୁତ ଅଭିବୃଦ୍ଧିକୁ ନେଇ ନିଜ ଟ୍ରାକ୍‌ ରେକର୍ଡ, ଗରିବଙ୍କ ପାଇଁ ସରକାରୀ କାର୍ଯ୍ୟକ୍ରମ ଏବଂ ଭାଜପାର ହିନ୍ଦୁ ଜାତୀୟତାବାଦକୁ ନେଇ ନିର୍ବାଚନ ପ୍ରଚାର କରିଥିଲେ। କିନ୍ତୁ ଫଳାଫଳ ଦର୍ଶାଉଛି ଯେ, ଭାଜପା ଦେଶର ୩୪୪ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧଗ୍ରାମାଞ୍ଚଳ ଆସନରେ ବେରୋଜଗାର, ମୁଦ୍ରାସ୍ଫୀତି ଏବଂ ଆୟରେ ଅସମାନତାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ନଇଁପଡ଼ିଛି।
ସମ୍ଭବତଃ ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ସବୁ ବଡ଼ ଘୋଷଣାକୁ ନେଇ ଆମତ୍ବିଶ୍ୱାସୀ ଥିଲା, ସେଗୁଡ଼ିକ ଗ୍ରାମାଞ୍ଚଳର ମତଦାତାଙ୍କ ପାଇଁ ଗୌଣ ହୋଇଯାଇଛି ବୋଲି ବର୍ମା କହିଛନ୍ତି।
ହାର ମାର୍ଚ୍ଚରେ ୭.୪% ଥିବାବେଳେ ଏପ୍ରିଲରେ ୮.୧%କୁ ବଢ଼ିଥିବା ନେଇ ଘରୋଇ ଥିଙ୍କ୍‌ଟ୍ୟାଙ୍କ୍‌ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ପକ୍ଷରୁ କୁହାଯାଇଛି। କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଏହି ହାର ୬% ଥିଲା।
ନିର୍ବାଚନରେ ବେରୋଜଗାରି ଏକ ଫ୍ୟାକ୍ଟର ଥିଲା ବୋଲି ଭାଜପା ସ୍ବୀକାର କରିଛି। ଏଥ୍‌ତ୍ସହ ଯାହା କରାଯାଇପାରିଥାନ୍ତା କରାଯାଇଛି ବୋଲି କହିଛି। ୧୨୬ ଆସନରେ ଏହାର ଭୋଟ ହାର ପ୍ରାୟ ୩% ହ୍ରାସ ପାଇଛି। ଏଥିଯୋଗୁ ସେହି ଆସନଗୁଡ଼ିକରେ ମୋଦିଙ୍କ ହାରାହାରି ବିଜୟ ବ୍ୟବଧାନ ୧୫.୬%କୁ ଖସିଯାଇଛି, ଯାହାକି ୨୦୧୯ରେ ୨୨.୯% ଥିଲା। ଅନ୍ୟପକ୍ଷେ ଗତ ନିର୍ବାଚନରେ ସହରାଞ୍ଚଳର ୧୭୯ ଆସନର ମଧ୍ୟରୁ ଭାଜପାକୁ ୯୦ ସିଟ୍‌ରେ ସଫଳତା ମିଳିଥିଲା। ଏଥର ସେଥିରୁ ୭୮ ଆସନକୁ ଦଖଲ କରିବାରେ ଦଳ ସକ୍ଷମ ହୋଇଛି। ଭୋଟରମାନେ ଦରବୃଦ୍ଧି, ବେରୋଜଗାରି, ଆୟ ହ୍ରାସ, ଦୁର୍ନୀତି ନିବବାରଣରେ ବିଫଳତା ଓ ଠକେଇ ଆଦିକୁ ନେଇ ଚିନ୍ତିତ ବୋଲି ଲୋକନୀତି-ସିଏସ୍‌ଡିଏସ୍‌ ପକ୍ଷରୁ ନିର୍ବାଚନ ପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri