ଗଣତନ୍ତ୍ରରେ ଅନୁପ୍ରବେଶକାରୀ

ରସା ସହ ଆସ୍ଥା ପ୍ରକଟ କରି ଗଣତନ୍ତ୍ରକୁ ଆପଣେଇ ନିଆଯାଇଥିଲା। ଯେଉଁ ମହାନ୍‌ ନେତୃବୃନ୍ଦ ଏପରି ଶାସନ ପଦ୍ଧତିର ବ୍ୟବସ୍ଥା କରିଥିଲେ ସେମାନେ କେବେ ନଥିଲେ ଅଜ୍ଞ ଓ ଅଶିଷ୍ଟ। ପକ୍ଷାନ୍ତରେ ସେମାନେ ଥିଲେ ଏବର ଶତକଡ଼ା ଅନେଶତ ଭାଗ ନେତାଙ୍କଠାରୁ ଲକ୍ଷ ଲକ୍ଷ ଗୁଣରେ ବିଜ୍ଞ, ଶିଷ୍ଟ, ଶାଳୀନ ଏବଂ ସର୍ବୋପରି ଦେଶପ୍ରେମୀ। ସତରେ ସେଇ ଊର୍ଦ୍ଧ୍ୱଚେତାମାନେ ଭାରତମାତାଙ୍କ ପ୍ରକୃତ ସନ୍ତାନ। ଜଣେ ପୀଡ଼ିତା, ଅସୁସ୍ଥ ମା’କୁ ରୋଗମୁକ୍ତ କରାଇ ତାକୁ ତାର ପୂର୍ବର ସ୍ବାସ୍ଥ୍ୟ ଲାଭ କରାଇବା ଥିଲା ଏଇ ଦାୟବଦ୍ଧ, ଅସଂଗ୍ରହଣଶୀଳ, ହୃଦୟବାନ୍‌, ମର୍ଯ୍ୟାଦାବନ୍ତମାନଙ୍କର ସାଧନା ପଥ। ଏମାନେ ସତରେ ପଣ୍ଡିତଥିଲେ ବୋଲି ଭାରତରୁ ସକଳ ବୈଷମ୍ୟ ହଟିବାକୁ ଯଥାସାଧ୍ୟ ପ୍ରୟାସ କରୁଥିଲେ। ହୋଇପାରେ, ରକ୍ତ ମାଂସର ମଣିଷ ଭାବେ ସେମାନଙ୍କର କିଛିନା କିଛି ତ୍ରୁଟି ରହୁଥିଲା। ସେ ହୁଅନ୍ତୁ ଜବାହରଲାଲ, ଅବା ସର୍ଦ୍ଦାର ପଟେଲ ଅବା ଆବୁଲକାଲାମ ଆଜାଦ ଅବା ହରେକୃଷ୍ଣ ମହତାବ କି ନବକୃଷ୍ଣ ଚୌଧୁରୀ, କିନ୍ତୁ ସେ ତ୍ରୁଟି ତୁଳନାରେ ସେମାନଙ୍କ ଅକପଟ ଦେଶପ୍ରାଣତା ଯଥେଷ୍ଟ ଅଧିକ ଥିଲା, ଏହା ଜଣେ ସମଦର୍ଶୀ ଅବଶ୍ୟ ସ୍ବୀକାର କରିବେ। ତେଣୁ ସେମାନେ ଶାସନ କଲାବେଳେ ତାହା ବହୁମାତ୍ରାରେ ଗଣାଭିମୁଖୀ ହୋଇଥିଲା। ଅଧିକନ୍ତୁ ସେମାନେ ଏତେ ସତର୍କ ଥିଲେ ଯେ ଶାସକ ହିସାବରେ ସେମାନେ ସ୍ବକୀୟ ସଫଳତାଗୁଡ଼ାକ ନ ଉଦ୍‌ଗାରି ଏ ଶାସନରେ କେଉଁଠି କ’ଣ ଜଖମ ରହିଗଲା, ସେ ସମ୍ପର୍କରେ ଆଲୋଚନା କରୁଥିଲେ ଓ ସର୍ବସାଧାରଣରେ ସ୍ବୀକାର କରୁଥିଲେ। ଶାସନଗତ କୌଣସି ବିଫଳତା ପାଇଁ ପଦପଦବୀ ମଧ୍ୟ ତ୍ୟାଗ କରୁଥିଲେ (ଯଥା-ଲାଲ୍‌ବାହାଦୁର ଶାସ୍ତ୍ରୀ ଓ କାମରାଜପ୍ଲାନରେ କତିମୟ ମୁଖ୍ୟମନ୍ତ୍ରୀ) ା ଏହା ଫଳରେ ସେମାନଙ୍କ ବ୍ୟକ୍ତିଗତ ମର୍ଯ୍ୟାଦାବୋଧ ଯେମିତି ପ୍ରକାଶ ପାଉଥିଲା ସେମିତି ମଧ୍ୟ ଜନସାଧାରଣଙ୍କ ଆସ୍ଥାର ଭାଜନ ହେଉଥିଲେ ସେମାନେ। ଏ ବ୍ୟକ୍ତିମାନେ ଏକ ନିର୍ଦ୍ଦିଷ୍ଟ ଦଳର ହୋଇଥିଲେ ମଧ୍ୟ ପୂର୍ଣ୍ଣଭାବରେ ଦଳୁଆ ହୋଇ ନଥିଲେ କାରଣ ଏମାନେ ଜୀବନକୁ ଆଦୌ ମହୋତ୍ସବମୟ କରିବାରେ ମାତାଲ ହେଉ ନ ଥିଲେ। ଫଳରେ ଏହି ସହୃଦୟମାନଙ୍କର ଗୋଡ଼ ଯେପରି ଦୃଢ଼ଥିଲା, ସେହିପରି ଅବିଚଳିତ ଥିଲା ସେମାନଙ୍କର ବୁଦ୍ଧିମତ୍ତା ଓ ହୃଦୟଭାବ। ହେଲେ ଏହି ଗଣତାନ୍ତ୍ରିକମାନେ ଅଧିକ ଦିନ ତିଷ୍ଠିଲେ ନାହିଁ ଅବା ସେମାନଙ୍କୁ ତିଷ୍ଠିବାକୁ ଦିଆଗଲା ନାହିଁ। ଗୋଟାଏ ଥିସିସର, ଆଣ୍ଟିଥିସିସ ପରି ଚେର ଲାଗି ଆସୁଥିବା ଗଣତନ୍ତ୍ରରେ ଚେର ଉପଡ଼ା ଅପକର୍ମ ଆରମ୍ଭ ହୋଇଗଲା ଏବଂ ତା ମୂଳରେ ରହିଲେ ଅଲାଜୁକ ଅନୁପ୍ରବେଶକାରୀ ଗୋଠ, ଯେଉଁମାନେ ଭୂମିପାଇଁ ତପସ୍ୟା କରିବା ବଦଳରେ କଲେ ବିଚିତ୍ର ତାଣ୍ଡବ। ଯାହା କଲେ ଭୂମି ଅଧିକାର କରିହେବ, ତାହା ଯେତେ ନିର୍ଲଜ୍ଜକର ହେଉ ପଛକେ, ତାହା କରିବାକୁ ଟିକେ ମାତ୍ର ଲଜ୍ଜାବୋଧ କଲେ ନାହିଁ। ଗଣତନ୍ତ୍ରରେ ଏଇ ଚ୍ଛିନ୍ନମୂଳମାନଙ୍କୁ ଅନୁପ୍ରବେଶକାରୀ କହିବାର କାରଣ ଏମାନେ ଏ ଶୁଦ୍ଧଶାସନ ରାଜ୍ୟକୁ ଜବରଦସ୍ତ ପଶି ଆସିଲେ। ଫଳରେ ବାହାରିପଡ଼ିଲେ ସେମାନଙ୍କ ଶିଷ୍ୟ, ପ୍ରଶିଷ୍ୟ ଇତ୍ୟାଦି ରକ୍ତବୀର୍ଯ୍ୟମାନେ। ଏମାନଙ୍କ ବିନାଶ କେହି କଲେ ନାହିଁ, କାରଣ ଯେ ଏହା କରିପାରିଥାନ୍ତେ, ସେମାନେ ଯାଦୁରେ ବଶୀଭୂତ ହୋଇଗଲେ। ସେ ଯାଦୁଥିଲା ପ୍ରଲୋଭନର ମଧୁରାକର୍ଷଣ – ସେମାନଙ୍କ ପାଇଯିବାର ଲାଳସାଗ୍ନିକୁ ଚରିତାର୍ଥ କରୁଥିବା ଘିଆ
ଏଇ ଅନୁପ୍ରବେଶକାରୀ ଅକାଣ୍ଡିଆମାନେ ଦେଶରେ ସେମାନଙ୍କ ଆଧିପତ୍ୟ ବିସ୍ତାର କରି ଆପଣାକୁ ସମସ୍ତଙ୍କ ଉପରେ ସବାର କରିବାରେ ଗଳଦ୍‌ଘର୍ମ ହେଲେ। ସେମାନଙ୍କର ଏତାଦୃଶ ଷଡ଼ଯନ୍ତ୍ରକୁ ସଫଳ କରିବାରେ ସହାୟକ ହେଲେ ଜନତାର ସେବା କରିବାକୁ ନିଯୁକ୍ତ ହୋଇଥିବା କର୍ମଚାରୀଗୋଷ୍ଠୀ। ସେମାନେ ମନେ କଲେ ସେମାନଙ୍କ ମୁନିବ ଜନତା ନୁହନ୍ତି, ହେଉଛନ୍ତି ନେତା, ଯେଉଁମାନଙ୍କ ସହ ଚିରନ୍ତନ ହନିମୁନ କଲେ ସେମାନେ ଉଭୟ ହନି ଏବଂ ମୁନ୍‌କୁ ପାଇବେ। ସଂସାରରେ ରହି ଆକାଶଟାକୁ ମଧ୍ୟ ଅଧିକାର କରିପାରିବେ, ଯାହା ସେମାନେ କରିପାରିବେ ନାହିଁ ଜନତା ପଟ ନେଲେ। କାରଣ ଜନତା ପ୍ରକୃତରେ ଶକ୍ତିହୀନ, ଧନହୀନ, ମାନହୀନ, କାଣ୍ଡଜ୍ଞାନହୀନ ଓ ନିଶ୍ଚେତନାର ଆଉ ଏକ ଆଶ୍ଚର୍ଯ୍ୟ ଅବତାର। ଏପରିକି ଏହି କାଗଜ ବାଘ(ଜନତା) ଭୋଟ ବେଳେ ମଧ୍ୟ ଗଭୀରଭାବେ ଅଚେତନ ହୋଇ ଯାଆନ୍ତି, କାରଣ ଏମାନେ ଫଷ୍ଟସଙ୍କ ପରି ଆପଣାର ବିବେକକୁ ସଇତାନଙ୍କୁ ବିକ୍ରି କରି ଦେଇଥାଆନ୍ତି। ଅତଏବ ଏହି ନାମକୁମାତ୍ର ଶକ୍ତିଶାଳୀ ଶାର୍ଦ୍ଦୁଳମାନେ ଭାରି ନିଃଶକ୍ତ ହୋଇଯାଆନ୍ତି ଗଣତନ୍ତ୍ରରେ ଅନୁପ୍ରବେଶକାରୀ ବ୍ରହ୍ମରାକ୍ଷସମାନଙ୍କ ଚାତୁର୍ଯ୍ୟ-ହଣ୍ଟର ମାଡ଼ ଖାଇ। ଆଉ ଏକ ବିଡ଼ମ୍ବନାର ବ୍ୟାପାର, ଏହି ଅନୁପ୍ରବେଶକାରୀମାନେ ଗଣତନ୍ତ୍ରକୁ ଛାଡ଼ି ଆଉସବୁ ତନ୍ତ୍ରରେ ପାରଙ୍ଗମ ହୋଇଥିବାରୁ ଏମାନେ ସତରେ କାଢ଼ୁଆ, ସତରେ ବଳୁଆ, ସତରେ ପ୍ରୀତିଆ, ସତରେ ରସିଆ, ସତରେ ଚୁଟିଆ, ସତରେ କାଦୁଆ ା ତେଣୁ ସତରେ ବୋଧହୀନ ବୁଦ୍ଧିଆ ା ଭଗବାନ ନାମକ ସେହି ପରମରହସ୍ୟଙ୍କୁ ହୁଏତ ତପସ୍ୟା କରି କେହି ବୁଝିପାରେ, ନିଜର କରିପାରେ କିନ୍ତୁ ଏଇ ଅନୁପ୍ରବେଶକାରୀମାନଙ୍କୁ ସେ ଶତଚେଷ୍ଟା କଲେ ବି ବୁଝିପାରିବ ନାହିଁ, ଧରିପାରିବ ନାହିଁ କାରଣ ”ବଡ଼ମାୟାବୀ ଜୀବ ଏ ନୁହେଁ କାହାରି।“
ଏଇ ମାତୃହରଣକାରୀ ଅନୁପ୍ରବେଶକାରୀଙ୍କୁ ଭାରତ ଆଉ ସହିପାରୁନାହିଁ। କବି ଦୀନକୃଷ୍ଣ ରସକଲ୍ଲୋଳରେ କହିଥିଲେ କିପରି କଂସ ପ୍ରତାପରେ ଅତିଷ୍ଠ ହୋଇ ଧରଣୀ ବ୍ରହ୍ମାଙ୍କ ଆଗରେ ତା’ ଦୁଃଖର ପ୍ରତିଧାନ ପାଇଁ ପ୍ରାର୍ଥନା କରିଥିଲା। ଆଜିର ଦିନରେ ଆମେ ଆମ ମାତାଙ୍କୁ କେଉଁ କଳ୍ପିତ ବ୍ରହ୍ମାଙ୍କ ନିକଟକୁ ପଠାଇବା ନାହିଁ। ଆମେ ଅବଶ୍ୟ ଜାଗ୍ରତ ହେବା, ବିପ୍ଳବ କରିବା। ଏଇ ଅଶିଷ୍ଟ ଅନୁପ୍ରବେଶକାରୀମାନଙ୍କ କବଳରୁ ମାତାଙ୍କୁ ରକ୍ଷା କରିବା ପାଇଁ ପ୍ରଥମେ ଅହିଂସା ପନ୍ଥା ଅବଲମ୍ବନ କରିବା। ଏହି ଖ୍ରୀଷ୍ଟମାର୍ଗ ବିଫଳ ହେଲେ କୃଷ୍ଣମାର୍ଗ ଧରିବାକୁ କଦାଚ ବିମୁଖ ହେବା ନାହିଁ। ତେଣୁ ଆମକୁ ସଂଗ୍ରାମୀ ହେବାକୁ ହେବ।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri