ଭାରତରେ ବିସ୍ଫୋରକ ହେବ ସଂକ୍ରମଣ

ନୂଆଦିଲ୍ଲୀ, ୩୦।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତରେ ଗତ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଆଗାମୀ ଦିନରେ ଏହା ଅତ୍ୟଧିକ ବୃଦ୍ଧି ପାଇବ। ତେବେ ଏହି ଲହର ଅଳ୍ପଦିନ ପାଇଁ ରହିବ ବୋଲି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଉକ୍ତ ବିଶ୍ୱବିଦ୍ୟାଳୟର ଜଜ୍‌ ବିଜ୍‌ନେସ୍‌ ସ୍କୁଲ୍‌ ପ୍ରଫେସର ପଲ୍‌ କଟ୍ଟୁମାନଙ୍କ କହିବା ଅନୁଯାୟୀ ଭାରତରେ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣରେ ବିସ୍ଫୋରକ ବୃଦ୍ଧି ଘଟିବାକୁ ଯାଉଛି। ସେ ଓ ତାଙ୍କ ଗବେଷକ ଟିମ୍‌ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଇଣ୍ଡିଆ ଟ୍ରାକରରୁ ଏହା ଜଣାପଡ଼ିଛି। ଚଳିତ ସପ୍ତାହରୁ ସମ୍ଭବତଃ ସଂକ୍ରମଣ ବଢ଼ିବ ଏବଂ ଏହା କେତେ ବୃଦ୍ଧି ହେବ ତାହା ପୂର୍ବାନୁମାନ କରିବା କଷ୍ଟକର ବୋଲି କଟ୍ଟୁମାନ କହିଛନ୍ତି। ଗତ ୨୪ ତାରିଖରେ ଭାରତର ୫ଟି ରାଜ୍ୟରେ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ୨୬ ବେଳକୁ ଏହା ୧୧ଟି ରାଜ୍ୟକୁ ବ୍ୟାପିଥିବା ଟ୍ରାକରରେ ଦର୍ଶାଯାଇଛି। ବୁଧବାର ଭାରତରେ ୯,୧୯୫ ନୂଆ ମାମଲା ଚିହ୍ନଟହୋଇଛି ଯାହା କି ଗତ ୩ ସପ୍ତାହ ମଧ୍ୟରେ ସର୍ବାଧିକ। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମଣ ୩.୪୮ କୋଟିରେ ପହଞ୍ଚତ୍ଛି। ସେହିପରି ଦେଶରେ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୪,୮୦,୫୯୨କୁ ବୃଦ୍ଧି ପାଇଛି। ଭାରତରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୭୮୧ରେ ପହଞ୍ଚତ୍ଲାଣି।
ସଂକ୍ରମଣ ବଢ଼ିବାରୁ ସରକାର ୧୫ରୁ ୧୮ ବର୍ଷର ପିଲାଙ୍କୁ କୋଭିଡ୍‌ ଟିକା ଦେବା ସହ ସ୍ବାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ବହୁବିଧ ରୋଗ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବୁ୍‌ଷ୍ଟର ଡୋଜ୍‌ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଉ ଦୁଇଟି ଟିକା ଏବଂ ଆଣ୍ଟି ଭାଇରାଲ ଔଷଧ ମୋଲନୁପିରାଭିର୍‌କୁ ବ୍ୟବହାରିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ସଂକ୍ରମଣ ରୋକିବା ଲାଗି ବିଭିନ୍ନ ରାଜ୍ୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଦିଲ୍ଲୀ ସରକାର ସିନେମା ହଲ୍‌, ସ୍କୁଲ୍‌, ଜିମ୍‌ ଆଦି ବନ୍ଦ ରଖିବା ସହ ଜନ ସମାବେଶ ଉପରେ କଟକଣା ଲଗାଇଛନ୍ତି। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି।
ଗତ ଏପ୍ରିଲ୍‌-ମେ’ରେ ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷ ଛୁଇଁଥିଲା। ଦୈନିକ ସଂକ୍ରମଣ ୪ ଲକ୍ଷ ଅତିକ୍ରମ କରିବା ସହ ବହୁ ଲୋକଙ୍କ ଜୀବନ ନେଇଥିଲା ମହାମାରୀ। ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ଅଭାବ ଦେଖାଯାଇଥିଲା। ଅକ୍ସିଜେନ୍‌ ଅଭାବରୁ ବହୁ ଲୋକଙ୍କ ଜୀବନ ଯାଇଥିଲା। ମେ’ ବେଳକୁ ଦ୍ୱିତୀୟ ଲହର ଶୀର୍ଷରେ ପହଞ୍ଚତ୍ବ ଏବଂ ଅଗଷ୍ଟରୁ କମିବା ଆରମ୍ଭ ହେବ ବୋଲି କେମ୍ବ୍ରିଜ୍‌ ଇଣ୍ଡିଆ ଟ୍ରାକର ପୂର୍ବାନୁମାନ କରିଥିଲା।

 

୧୧% ବଢ଼ିଛି କୋଭିଡ୍‌ ମାମଲା

ଗତ ସପ୍ତାହରେ ସାରା ବିଶ୍ୱରେ କୋଭିଡ୍‌ ସଂକ୍ରମଣ ୧୧ ପ୍ରତିଶତ ବୃଦ୍ଧି ପାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଆମେରିକାରେ ଦୈନିକ ସଂକ୍ରମଣ ସର୍ବାଧିକ ବଢ଼ିଛି। ଡିସେମ୍ବର ୨୦ରୁ ୨୬ ମଧ୍ୟରେ ବିଶ୍ୱରେ ୪୯.୯ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ୟୁରୋପରେ ୨୮.୪ ଲକ୍ଷ ଆକ୍ରାନ୍ତ । ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ ଆମେରିକାରେ ସଂକ୍ରମଣ ୩୯ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୪.୮ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଆଫ୍ରିକାରେ ସଂକ୍ରମଣ ୭ ପ୍ରତିଶତ ବୃଦ୍ଧି ପାଇ ଗତ ସପ୍ତାହରେ ୨,୭୫,୦୦୦ ହୋଇଛି। ଅନ୍ୟ ପକ୍ଷରେ ଗତ ସପ୍ତାହରେ କୋଭିଡ୍‌ ଜନିତ ମୃତ୍ୟୁ ୪ ପ୍ରତିଶତ ହ୍ରାସ ପାଇଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଓମିକ୍ରନ୍‌ ଭାରିଆଣ୍ଟ ଡେଲ୍ଟା ତୁଳନାରେ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାର ପ୍ରମାଣ ମିଳିଛି। ଏହି ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ହ୍ରାସ ପାଇଛି। ବ୍ରିଟେନ୍‌ ଓ ଡେନ୍‌ମାର୍କରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିଲେ ହେଁ କମ୍‌ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri