ପାର୍ବଣରେ ବଢ଼ିପାରେ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତରେ ଚଳିତ ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ରହିଛି। ଏଥିପାଇଁ ବିଶେଷଜ୍ଞଙ୍କଠାରୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି। ନୀତି ଆୟୋଗ ବିଷେଶଜ୍ଞଙ୍କ ମତରେ ଶୀତଋତୁରେ କୋଭିଡ୍‌-୧୯ର ଦ୍ୱିତୀୟ ପ୍ରବାହ ଆରମ୍ଭ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ନୀତି ଆୟୋଗ ସଦସ୍ୟ ତଥା ନ୍ୟାଶନାଲ ଏକ୍ପପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରେଶନ ଫର୍‌ କୋଭିଡ୍‌-୧୯ (ଏନ୍‌ଇଜିଭିଏସି) ମୁଖ୍ୟ ଭି.କେ. ପଲ୍‌ ରବିବାର କହିଛନ୍ତି, ବିଗତ ତିନି ସପ୍ତାହ ଧରି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମି ଅନେକ ରାଜ୍ୟରେ ସ୍ଥିର ରହିଥିବାେଳେ ଶୀତରେ ସଂକ୍ରମଣ ବୃଦ୍ଧି ପାଇପାରେ। ବର୍ତ୍ତମାନ ୫ ରାଜ୍ୟ କେରଳ, କର୍ନାଟକ, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଏବଂ ୩ରୁ ୪ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣର ଟ୍ରେଣ୍ଡ ବଢ଼ୁଛି।
ତେବେ କୋଭିଡ୍‌-୧୯ ଭାକ୍ସିନ ଉପଲବ୍ଧ ହେବା ପରେ ନାଗରିକଙ୍କୁ ତାହା ଯୋଗାଇବା ପାଇଁ ଅନେକ ସାଧନ ରହିବ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଶୀତଋତୁରେ କୋଭିଡ୍‌-୧୯ର ପ୍ରାଦୁର୍ଭାବ ବଢ଼ିଛି। ଏହି ଦୃଷ୍ଟିରୁ ଭାରତରେ ମଧ୍ୟ ଶୀତରେ ସଂକ୍ରମଣ ବଢ଼ିପାରେ। ବିଶେଷକରି ପାର୍ବଣ ଋତୁରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ଉତ୍ତର ଭାରତରେ ପ୍ରଦୂଷଣ ବୃଦ୍ଧି ଚିନ୍ତା ବଢ଼ାଇବ ବୋଲି ପଲ୍‌ ସତର୍କ କରାଇଛନ୍ତି।

ଭାରତରେ ଗୋଷ୍ଠୀ ସଂକ୍ରମଣ:କେନ୍ଦ୍ର ମାନିଲା
ଦେଶରେ ଗୋଷ୍ଠୀ ସଂକ୍ରମଣ ଚାଲିଥିବା ସମ୍ପର୍କରେ ମାସ ମାସ ଧରି ଖଣ୍ଡନ କରିଆସୁଥିବା କେନ୍ଦ୍ର ସରକାର ଶେଷରେ ସତ ସ୍ବୀକାର କରିଛନ୍ତି। ଭାରତ ଗୋଷ୍ଠୀ ସଂକ୍ରମଣ ସ୍ତରରେ ରହିଛି ବୋଲି ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମାନିଛନ୍ତି। ତେବେ ଏହା କେତେକ ନିର୍ଦ୍ଦିଷ୍ଟ ରାଜ୍ୟର କିଛି ଜିଲାରେ ସୀମିତ ଥିବା ସେ କହିଛନ୍ତି। ‘ସଣ୍ଡେ ସମ୍ବାଦ’ ଶୀର୍ଷକ ଓ୍ବେବିନାରରେ ସୋସିଆଲ ମିଡିଆ ଅଡିଏନ୍ସଙ୍କ ସହ ଆଲୋଚନା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଥିବା ନେଇ ସୋମବାର ସ୍ବୀକାର କରିବା ପରେ ହର୍ଷବର୍ଦ୍ଧନଙ୍କ ଏହି ମନ୍ତବ୍ୟ ଆସିଛି। ଦୁର୍ଗା ପୂଜା ଋତୁରେ ସତର୍କତା ଅବଲମ୍ବନ କରିବା ପାଇଁ ମମତା ଜନସାଧାରଣଙ୍କୁ ଗତ ସପ୍ତାହରେ ସଚେତନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri