ବଢୁଛି ସଂକ୍ରମଣ, ଲୋକେ ଆତଙ୍କିତ

ପାଟଣା,୮।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କ ନମୁନା ସଂଗ୍ରହ କରିଛନ୍ତି।

ପାଟଣା ବ୍ଲକର ଏରେଣ୍ଡେଇ ପଞ୍ଚାୟତର ଜଣେ ୭୦ ବର୍ଷୀୟ ମହିଳା, କେନ୍ଦେଇପଶି ପଞ୍ଚାୟତର ୭୧ ବର୍ଷୀୟ ପୁରୁଷ ଏବଂ ସାହାରପଡା ବ୍ଲକ ଉଦୟପୁର ପଞ୍ଚାୟତର ୧୫ ବର୍ଷୀୟ ଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି।

ଅନ୍ୟପକ୍ଷେ ସାହାରପଡ଼ା, ତୁରୁମୁଙ୍ଗା ହାଟ ବଜାରରେ କରୋନା କଟକଣା ଉଲ୍ଲଂଘନ ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏନେଇ ବୁଦ୍ଧିଜୀବୀ ଅସନ୍ତାଷ ପ୍ରକାଶ କରିଛନ୍ତି।