ଶିଳ୍ପ ପ୍ରତିଷ୍ଠା ଭାବାବେଗ ନିର୍ବାଚନ ପ୍ରତିଶ୍ରୁତି ପାଲଟିଛି

କେନ୍ଦ୍ରାପଡ଼ା, ୧୮। (ଜଗନ୍ନାଥ ଧଳ): ଭୁବନେଶ୍ୱରଠାରେ ଜାନୁଆରୀ ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶା ଷ୍ଟାମ୍ପରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ୧୬.୭୩ ଲକ୍ଷ କୋଟି ଟଙ୍କର ପୁଞ୍ଜି ନିବେଶରେ ୫୯୩ ପ୍ରକଳ୍ପ ମଧ୍ୟରୁ ୧୪୫ଟି କମ୍ପାନୀ ରାଜ୍ୟ ସରକାର ଏମ୍‌ଓୟୁ କରିଛନ୍ତି।

ତେବେ ଏହି ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲା ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ନାହିଁ। ଅପରପକ୍ଷରେ ୨୦୧୨ରୁ ୨୦୨୩ ପର୍ଯ୍ୟନ୍ତ ତତ୍କାଳୀନ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଓ ବିଭିନ୍ନ କମ୍ପାନୀ ସହ ଏମ୍‌ଓୟୁ ସତ୍ତ୍ୱେ ମୋଟ ୯ଟି ମଧ୍ୟରୁ ଗୋଟିଏ ଶିଳ୍ପ ପ୍ରକଳ୍ପ ଆରମ୍ଭ ହୋଇପାରିନାହିଁ। କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ନିର୍ବାଚନ ସମୟରେ ଏହାର ପ୍ରୟୋଗ ହୁଏ ବୋଲି ଜିଲାରେ ଆଲୋଚନା ହେଉଛି।

ଏ ସମ୍ପର୍କରେ ଖଡ଼ଇଙ୍ଗର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା, ଯୁବ ଶିଳ୍ପୋଦ୍ୟୋଗୀ ନିହାର ରଞ୍ଜନ ପ୍ରଧାନ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଭାବାବେଗରେ ଶିଳ୍ପ ପ୍ରତିଷ୍ଠା ଯୋଡ଼ିହୋଇଛି। ଏହାର ଫାଇଦା ବିଭିନ୍ନ ସମୟରେ ରାଜନେତା ନେଇଛନ୍ତି। ୨୦୦୯ରେ ବରୁଣେଇ ବନ୍ଦର ପ୍ରତିଷ୍ଠା ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଦୁଇ ବନ୍ଦର ପାଇଁ ଅଦ୍ୟାବଧି ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରିନାହିଁ। ୨୦୧୨ ମସିହାରେ ମାର୍ଶାଘାଇ ବ୍ଲକ କଳାଗଡ଼ଠାରେ ଓଡ଼ିଶା ପାୱାର କନ୍‌ଷ୍ଟ୍ରକ୍ସନ ଲିମିଟେଡ୍‌ ପକ୍ଷରୁ ୭୫୦ ମେଗାୱାଟ୍‌ ଗ୍ୟାସ୍‌ ବେସ୍‌ଡ ପାୱାର ପ୍ଲାଣ୍ଟ ପ୍ରକଳ୍ପକୁ ତତ୍କାଳୀନ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ। ଏଠାରେ ୮୨୫ ଏକର ଜମି ଅଧିଗ୍ରହଣ ହେବା ସହିତ କମ୍ପାନୀ ସହ ଏମ୍‌ଓୟୁ ହୋଇଥିଲା। ୨୦୧୭ରେ ଏହାର ଅବଧି ସରିଥିବା ବେଳେ ଅଧିଗ୍ରହଣ ହୋଇଥିବା ଜମି ଏବେ ପଡ଼ିଆ ପଡିଛି। ସେହିପରି ମହାକାଳପଡ଼ା ବ୍ଲକ ଯଦୁପୁରଠାରେ ଅଢ଼େଇ ଲକ୍ଷ ବର୍ଗଫୁଟର ୱେୟାର ହାଉସ, ୫୦ ହଜାର ବର୍ଗଫୁଟର ଶୀତଳଭଣ୍ଡାର, ଟ୍ରକ ପାର୍କିଂ ଆଦିର ପ୍ରକଳ୍ପ ପାଇଁ ଶ୍ରବଣ ଶିପିଙ୍ଗ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨୦୨୦ ମସିହାରେ ମଞ୍ଜୁରୀ ମିଳିଥିଲା। ମହାକାଳପଡ଼ାରେ ବୃହତ୍‌ ଶିଳ୍ପ ଗଠନ ହେବ ବୋଲି ୨୦୨୧ ମସିହାରେ ଘୋଷଣା ସହ ଷ୍ଟିଲ ଶିଳ୍ପ ପାଇଁ ୧୦୨,୨୭୫ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ଜିଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।

ତେବେ ଏହି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ଜିଲାବାସୀଙ୍କ ସ୍ବପ୍ନ ଏବେ ବି ଅଧୁରା ରହିଛି। ଦୈନିକ ୨୦୦ କିଲୋଲିଟରର ଇଥାନେଲ ଓ ୫ ମେଗାୱାଟ୍‌ ପାୱାର ପାଇଁ ପ୍ଲାଣ୍ଟ ପ୍ରକଳ୍ପକୁ ୨୦୨୨ ମସିହାରେ ବ୍ରହ୍ମପୁତ୍ର ବାୟୋକେମିକାଲ ପ୍ରାଇଭେଟ୍‌କୁ ମଞ୍ଜୁରୀ ମିଳିଛି। କେନ୍ଦ୍ରାପଡ଼ାରେ ଏହି ପ୍ରକଳ୍ପ ହେବ ବୋଲି ଜିଲାବାସୀ ଜାଣିଥିଲେ ମଧ୍ୟ ପ୍ରକଳ୍ପ ପାଇଁ କୌଣସି ପ୍ରୟାସ ନାହିଁ। ସେହିପରି ଅଏଲ ଇଣ୍ଡିଆକୁ ପାଟକୁରାଠାରେ ଏକ ପ୍ରକଳ୍ପ ପାଇଁ ସେହି ବର୍ଷ ମଞ୍ଜୁରୀ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ୨୦୨୩ ଡିସେମ୍ବର ୭ରେ ଷ୍ଟେଟ ଲେଭଲ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୱେଲସ୍ପୁନ ଲିଭିଙ୍ଗ ଲିମିଟେଡ୍‌ର ଗ୍ରୀନ୍‌ ଆମୋନିଆ ଓ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ, ମାର୍ଶାଘାଇଠାରେ ଟେରି ଟାୱେଲ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ।

ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଏଥିସହ ଗ୍ରୋ ମାକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମାର୍ଶାଘାଇରେ ପ୍ଲାଷ୍ଟିକ ସାମଗ୍ରୀ ଓ କୈବଲ୍ୟ ଲଜିଷ୍ଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ତତ୍କାଳୀନ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ। ଏହି ୯ ପ୍ରକଳ୍ପ ପାଇଁ ୨୦,୪୪୭ ଜଣ କର୍ମନିଯୁକ୍ତି ପାଇବେ ବୋଲି ସୂଚନା ମିଳିଥିଲା। ଜିଲାରେ ସମ୍ପ୍ରତି ୫୪ ହଜାରରୁ ଊର୍ଦ୍ଧ୍ୱ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଛନ୍ତି। ଏଠାରେ ଶିଳ୍ପରେ ନିଯୁକ୍ତି ପାଇଁ କୌଣସି ଦକ୍ଷତା ଉନ୍ନତିର ଶିକ୍ଷାନୁଷ୍ଠାନ ନାହିଁ। ଏଥିସହ ଏଠାରେ କୃଷିଭିତ୍ତିକ ଓ ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେବାକୁ ସେମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri