ଶିଳ୍ପ ପ୍ରତିଷ୍ଠା ଭାବାବେଗ ନିର୍ବାଚନ ପ୍ରତିଶ୍ରୁତି ପାଲଟିଛି

କେନ୍ଦ୍ରାପଡ଼ା, ୧୮। (ଜଗନ୍ନାଥ ଧଳ): ଭୁବନେଶ୍ୱରଠାରେ ଜାନୁଆରୀ ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶା ଷ୍ଟାମ୍ପରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ୧୬.୭୩ ଲକ୍ଷ କୋଟି ଟଙ୍କର ପୁଞ୍ଜି ନିବେଶରେ ୫୯୩ ପ୍ରକଳ୍ପ ମଧ୍ୟରୁ ୧୪୫ଟି କମ୍ପାନୀ ରାଜ୍ୟ ସରକାର ଏମ୍‌ଓୟୁ କରିଛନ୍ତି।

ତେବେ ଏହି ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲା ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ନାହିଁ। ଅପରପକ୍ଷରେ ୨୦୧୨ରୁ ୨୦୨୩ ପର୍ଯ୍ୟନ୍ତ ତତ୍କାଳୀନ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଓ ବିଭିନ୍ନ କମ୍ପାନୀ ସହ ଏମ୍‌ଓୟୁ ସତ୍ତ୍ୱେ ମୋଟ ୯ଟି ମଧ୍ୟରୁ ଗୋଟିଏ ଶିଳ୍ପ ପ୍ରକଳ୍ପ ଆରମ୍ଭ ହୋଇପାରିନାହିଁ। କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ନିର୍ବାଚନ ସମୟରେ ଏହାର ପ୍ରୟୋଗ ହୁଏ ବୋଲି ଜିଲାରେ ଆଲୋଚନା ହେଉଛି।

ଏ ସମ୍ପର୍କରେ ଖଡ଼ଇଙ୍ଗର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା, ଯୁବ ଶିଳ୍ପୋଦ୍ୟୋଗୀ ନିହାର ରଞ୍ଜନ ପ୍ରଧାନ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଭାବାବେଗରେ ଶିଳ୍ପ ପ୍ରତିଷ୍ଠା ଯୋଡ଼ିହୋଇଛି। ଏହାର ଫାଇଦା ବିଭିନ୍ନ ସମୟରେ ରାଜନେତା ନେଇଛନ୍ତି। ୨୦୦୯ରେ ବରୁଣେଇ ବନ୍ଦର ପ୍ରତିଷ୍ଠା ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଦୁଇ ବନ୍ଦର ପାଇଁ ଅଦ୍ୟାବଧି ଭିତ୍ତିପ୍ରସ୍ତର ସ୍ଥାପନ ହୋଇପାରିନାହିଁ। ୨୦୧୨ ମସିହାରେ ମାର୍ଶାଘାଇ ବ୍ଲକ କଳାଗଡ଼ଠାରେ ଓଡ଼ିଶା ପାୱାର କନ୍‌ଷ୍ଟ୍ରକ୍ସନ ଲିମିଟେଡ୍‌ ପକ୍ଷରୁ ୭୫୦ ମେଗାୱାଟ୍‌ ଗ୍ୟାସ୍‌ ବେସ୍‌ଡ ପାୱାର ପ୍ଲାଣ୍ଟ ପ୍ରକଳ୍ପକୁ ତତ୍କାଳୀନ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ। ଏଠାରେ ୮୨୫ ଏକର ଜମି ଅଧିଗ୍ରହଣ ହେବା ସହିତ କମ୍ପାନୀ ସହ ଏମ୍‌ଓୟୁ ହୋଇଥିଲା। ୨୦୧୭ରେ ଏହାର ଅବଧି ସରିଥିବା ବେଳେ ଅଧିଗ୍ରହଣ ହୋଇଥିବା ଜମି ଏବେ ପଡ଼ିଆ ପଡିଛି। ସେହିପରି ମହାକାଳପଡ଼ା ବ୍ଲକ ଯଦୁପୁରଠାରେ ଅଢ଼େଇ ଲକ୍ଷ ବର୍ଗଫୁଟର ୱେୟାର ହାଉସ, ୫୦ ହଜାର ବର୍ଗଫୁଟର ଶୀତଳଭଣ୍ଡାର, ଟ୍ରକ ପାର୍କିଂ ଆଦିର ପ୍ରକଳ୍ପ ପାଇଁ ଶ୍ରବଣ ଶିପିଙ୍ଗ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨୦୨୦ ମସିହାରେ ମଞ୍ଜୁରୀ ମିଳିଥିଲା। ମହାକାଳପଡ଼ାରେ ବୃହତ୍‌ ଶିଳ୍ପ ଗଠନ ହେବ ବୋଲି ୨୦୨୧ ମସିହାରେ ଘୋଷଣା ସହ ଷ୍ଟିଲ ଶିଳ୍ପ ପାଇଁ ୧୦୨,୨୭୫ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ଜିଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।

ତେବେ ଏହି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ଜିଲାବାସୀଙ୍କ ସ୍ବପ୍ନ ଏବେ ବି ଅଧୁରା ରହିଛି। ଦୈନିକ ୨୦୦ କିଲୋଲିଟରର ଇଥାନେଲ ଓ ୫ ମେଗାୱାଟ୍‌ ପାୱାର ପାଇଁ ପ୍ଲାଣ୍ଟ ପ୍ରକଳ୍ପକୁ ୨୦୨୨ ମସିହାରେ ବ୍ରହ୍ମପୁତ୍ର ବାୟୋକେମିକାଲ ପ୍ରାଇଭେଟ୍‌କୁ ମଞ୍ଜୁରୀ ମିଳିଛି। କେନ୍ଦ୍ରାପଡ଼ାରେ ଏହି ପ୍ରକଳ୍ପ ହେବ ବୋଲି ଜିଲାବାସୀ ଜାଣିଥିଲେ ମଧ୍ୟ ପ୍ରକଳ୍ପ ପାଇଁ କୌଣସି ପ୍ରୟାସ ନାହିଁ। ସେହିପରି ଅଏଲ ଇଣ୍ଡିଆକୁ ପାଟକୁରାଠାରେ ଏକ ପ୍ରକଳ୍ପ ପାଇଁ ସେହି ବର୍ଷ ମଞ୍ଜୁରୀ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ୨୦୨୩ ଡିସେମ୍ବର ୭ରେ ଷ୍ଟେଟ ଲେଭଲ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୱେଲସ୍ପୁନ ଲିଭିଙ୍ଗ ଲିମିଟେଡ୍‌ର ଗ୍ରୀନ୍‌ ଆମୋନିଆ ଓ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ, ମାର୍ଶାଘାଇଠାରେ ଟେରି ଟାୱେଲ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ।

ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଏଥିସହ ଗ୍ରୋ ମାକ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମାର୍ଶାଘାଇରେ ପ୍ଲାଷ୍ଟିକ ସାମଗ୍ରୀ ଓ କୈବଲ୍ୟ ଲଜିଷ୍ଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ତତ୍କାଳୀନ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ। ଏହି ୯ ପ୍ରକଳ୍ପ ପାଇଁ ୨୦,୪୪୭ ଜଣ କର୍ମନିଯୁକ୍ତି ପାଇବେ ବୋଲି ସୂଚନା ମିଳିଥିଲା। ଜିଲାରେ ସମ୍ପ୍ରତି ୫୪ ହଜାରରୁ ଊର୍ଦ୍ଧ୍ୱ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଛନ୍ତି। ଏଠାରେ ଶିଳ୍ପରେ ନିଯୁକ୍ତି ପାଇଁ କୌଣସି ଦକ୍ଷତା ଉନ୍ନତିର ଶିକ୍ଷାନୁଷ୍ଠାନ ନାହିଁ। ଏଥିସହ ଏଠାରେ କୃଷିଭିତ୍ତିକ ଓ ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେବାକୁ ସେମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri