କାନ୍ଦୁଛନ୍ତି ଶିଳ୍ପ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୩୦ା୧:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଆଶା ରଖି ଶିଳ୍ପ କାରଖାନାକୁ ସ୍ବାଗତ କରିଥିବା କଳିଙ୍ଗନଗର ଅଞ୍ଚଳର କେତେକ ବିସ୍ଥାପିତ ପରିବାର ଏବେ କାନ୍ଦୁଛନ୍ତି। ନିଜର ହକ୍‌ ପାଇଁ ଦାବି, ଆନ୍ଦୋଳନ ଆଦି ହେଉଥିଲେ ହେଁ କାରଖାନା କର୍ତ୍ତୃପକ୍ଷ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ କଳେବଳେ କୌଶଳେ ତାହାକୁ ଚାପି ଦେଉଥିବା ଦେଖିବାକୁ ମିଳିଛି। ୭ ବର୍ଷ ତଳେ ନିଷ୍ପତ୍ତି ହୋଇଥିବା ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରଶାସନିକସ୍ତରରେ କୌଣସି ତଦନ୍ତ ହେଉ ନ ଥିବାରୁ ଶିଳ୍ପ କର୍ତ୍ତୃପକ୍ଷ ଯେଉଁ ରିପୋର୍ଟ ଦେଉଛନ୍ତି ତାକୁ ଆଖିବୁଜି ଗ୍ରହଣ କରାଯାଉଛି। ଏହାବାଦ୍‌ କେତେକ ସାମାଜିକ ଅନୁଷ୍ଠାନ ଆନ୍ଦୋଳନ କରିବା ପରେ ସେମାନେ କୌଣସି ଚାପ କିମ୍ବା ଭିତିରି ବୁଝାମଣା କରି ପରବର୍ତ୍ତୀ ସମୟରେ ନରମି ଯାଉଛନ୍ତି। ଜିଲାରେ ବିରୋଧି ଦଳ ଏକପ୍ରକାର ନିଷ୍କ୍ରିୟ ହେବାର ସୁଯୋଗ ନେଇ କେତେଜଣ ନିର୍ବାଚିତ ଜନ ପ୍ରତିନିଧି ଖଣି ଏବଂ ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ସମେତ ଠିକାସଂସ୍ଥା, ପରିବହନ ଆଦି କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏହି କ୍ରମରେ ମେସ୍କୋ ଷ୍ଟିଲ କାରଖାନା ଗତ ୩ ବର୍ଷ ହେଲା ବନ୍ଦ ପଡିଥିବାରୁ ଜମି, ଜଙ୍ଗଲ, ଜଳ ହରାଇଥିବା ସଂପୃକ୍ତ ବିସ୍ଥାପିତ ପରିବାର ଜୀବିକା ହରାଇ ଏବେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗରର ଅନ୍ୟାନ୍ୟ କେତେକ ଶିଳ୍ପାନୁଷ୍ଠାନରେ ଅଣଓଡ଼ିଆ ଅଧିକାରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ଅଧିକାଂଶ ଓଡ଼ିଆ କର୍ମଚାରୀ ଓ ଶ୍ରମିକ କାମ ଛାଡୁଥିବା ଅଭିଯୋଗ ହେଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣିଗୁଡିକରେ ଉପତ୍ାଦନ ବୃଦ୍ଧି ଉଦ୍ଦେଶ୍ୟ ରଖି ସମ୍ପ୍ରସାରଣ କରାଯାଉଛି। ହେଲେ ସ୍ଥାନୀୟ ନିଯୁକ୍ତି ସଂଖ୍ୟା ବଢିବା ପରିବର୍ତ୍ତେ ହ୍ରାସ ପାଇଛି। ଯେଉଁ ଶିଳ୍ପ କାରଖାନା କିମ୍ବା ଖଣି ଅଞ୍ଚଳକୁ ଦେଖିବେ ସେଠାରେ ଜାମସେଦପୁର, ମୁମ୍ବାଇ, ପଶ୍ଚିମବଙ୍ଗ ଆଦି ରାଜ୍ୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖିବାକୁ ମିଳୁଛି। ଗତ ପ୍ରାୟ ୪ ବର୍ଷ ହେଲା ଖଣି ଓ ଶିଳ୍ପ ସଂସ୍ଥାଗୁଡିକ ଏଭଳି ନୀତିକୁ ଆପଣାଇଛନ୍ତି। ଏହାର ବିରୋଧ କରିବାକୁ କେହି ନାହାନ୍ତି ବୋଲି ଅନୁଭବ କରି କମ୍ପାନୀଗୁଡିକ ଏଭଳି ନୀତି ଆପଣାଇଥିବା କୁହାଯାଉଛି। ସମ୍ପ୍ରସାରଣ ସମ୍ପୂର୍ଣ୍ଣ ହେଲେ ପ୍ରାୟ ୨୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇବେ ବୋଲି ସେମାନଙ୍କ ସାରାଂଶରେ ଦର୍ଶାଯାଇଥିଲା ା ହେଲେ ବାସ୍ତବରେ ସ୍ଥାନୀୟ ନିଯୁକ୍ତି ତ ଦୂରର କଥା ଓଡ଼ିଆଙ୍କୁ ଠିକାସଂସ୍ଥା କାର୍ଯ୍ୟରେ ମଧ୍ୟ ସ୍ଥାନ ମିଳୁନାହିଁ। ୨୦୧୫ ସେପ୍ଟେମ୍ବର ୧୪ ପୂର୍ବରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦାବି, ଆନ୍ଦୋଳନ ଆଦି ହେଉଥିଲା ା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ପ୍ରମୁଖଙ୍କୁ ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରତିବାଦ କରୁଥିଲେ। ଏପରିକି ତ୍ରିପାକ୍ଷିକ ବୈଠକମାନ ଆୟୋଜନ କରି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯାଉଥିଲା ା ଏହି ପ୍ରକ୍ରିୟାରେ ଶିଳ୍ପସଂସ୍ଥାଗୁଡିକର ମାନମାନି କେତେକାଂଶରେ ହ୍ରାସ ପାଉଥିଲା ା କିନ୍ତୁ ଏବେ କୌଣସି ଭିତିରିଆ ସମ୍ପର୍କ ଅବା ନିରାଶ ଯୋଗୁ ସେହି ପ୍ରତିବାଦ ଆଉ ଦେଖିବାକୁ ମିଳୁନାହିଁ ା ଫଳରେ କମ୍ପାନୀମାନେ ମନଇଚ୍ଛା ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି ା ଜୀବିକା ହରାଇଥିବା ଶ୍ରମିକମାନେ କାହା ସାହାଭରସା ନ ପାଇ ଭାଗ୍ୟକୁ ଆଦରି ପଡି ରହୁଛନ୍ତି ା ୨୦୧୫ ସେପ୍ଟେମ୍ବର ୧୩ରେ ନୀଳାଚଳ ହାଉସରେ ତକତ୍ାଳୀନ ଜିଲାପାଳ ସତ୍ୟକୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ବିଶେଷକରି ସ୍ଥାନୀୟ ନିଯୁକ୍ତିକୁ ନେଇ ବହୁ ସମୟ ଧରି ଆଲୋଚନା ହୋଇଥିଲା ା ଉକ୍ତ ବୈଠକରେ ନିଯୁକ୍ତିକୁ ନେଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ତକତ୍ାଳୀନ ସୁକିନ୍ଦା ବିଧାୟକ ତଥା ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଦାବି କରିଥିଲେ ା ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଜିଲାପାଳ, ବିଧାୟକ ଏବଂ ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷ ସଭ୍ୟ ଭାବେ ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ା ସମାଧାନ ବୈଠକର ୧୫ ଦିନ ମଧ୍ୟରେ ଉକ୍ତ କମିଟି ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ତକତ୍ାଳୀନ ଆରଡିସି ବିକାଶ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ା ହେଲେ ଏହି ନିଷ୍ପତ୍ତିକୁ ଆଜକୁ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ତଦନ୍ତ ତ ଦୂରର କଥା ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରଭାବୀ ଢଙ୍ଗରେ ଆନ୍ଦୋଳନ ହୋଇ ପାରିନାହିଁ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର କୁହନ୍ତି, ସ୍ଥାନୀୟ ନିଯୁକ୍ତିକୁ ନେଇ ଶିଳ୍ପାନୁଷ୍ଠାନଗୁଡିକୁ ତାଗିଦା କରାଯାଉଛି। ମେସ୍କୋ ଷ୍ଟିଲ ସମ୍ପର୍କରେ ଆଲୋଚନା ଚାଲିଛି ଏବଂ ଖୁବ୍‌ଶୀଘ୍ର ସମାଧାନ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri