Posted inଜାତୀୟ

ସିନ୍ଧୁ ଜଳ କମିଶନ ବୈଠକ, ପାକିସ୍ତାନରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୧।୩ : ସିନ୍ଧୁ ଜଳ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ ମଙ୍ଗଳବାର ଇସଲାମାବାଦ୍‌ରେ ପହଞ୍ଚିଛନ୍ତି। ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନରେ ପହଞ୍ଚିଛନ୍ତି।

ଭାରତୀୟ ପ୍ରତିନିଧି ଦଳରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ, ଜାତୀୟ ଜଳ ବିଦ୍ୟୁତ୍‌ ନିଗମ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସାମିଲ ହେବେ। ପାକିସ୍ତାନ ପକ୍ଷରୁ ସିନ୍ଧୁ ଜଳ କମିଶନର ସୟଦ ମହମ୍ମଦ ମେହେର ଅଲି ଶାହା ନେତୃତ୍ୱ ନେବେ। ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ଅଧିକାରୀ ମଧ୍ୟ ଭାରତୀୟ ପ୍ରତିନିଧି ଦଳ ସହିତ ଇସଲାମାବାଦ୍‌ ଯାଇଛନ୍ତି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। ଗତ ବର୍ଷ ପାକିସ୍ତାନର ସିନ୍ଧୁ ଜଳ କମିଶନରଙ୍କ ନେତୃତ୍ୱରେ ଏକ ପାକିସ୍ତାନ ପ୍ରତିନିଧି ଦଳ ବାର୍ଷିକ ବୈଠକ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତୀୟ ସିନ୍ଧୁ ଜଳ କମିଶନର ପ୍ରଦୀପ କୁମାର ସାକ୍‌ସେନା କହିଛନ୍ତି ଯେ ସ୍ଥାୟୀ ସିନ୍ଧୁ ଜଳ କମିଶନ ବାର୍ଷିକ ବୈଠକ ପାକିସ୍ତାନର ଇସଲାମାବାଦରେ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

ଭାରତୀୟ ପ୍ରତିନିଧି ଦଳ ଫେବୃଆରୀ ୨୮ରେ ଅଟାରି ସୀମାରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିଥିଲେ। ପ୍ରତିନିଧି ଦଳ ମାର୍ଚ୍ଚ ୪ ରେ ଭାରତ ଫେରିବେ।
ଜମ୍ମୁ-କଶ୍ମୀରର ଚେନାବ ବେସିନରେ ପାକାଲ ଦୁଲା ୧,୦୦୦ ମେଗାୱାଟ, ଲୋୟର କାଲନାଇର ୪୮ ମେଗାୱାଟ, କିରୁର ୬୨୪ ମେଗାୱାଟ ଏବଂ ଲଦାଖର କିଛି ଛୋଟ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନର ଆପତ୍ତି ସମ୍ପର୍କରେ ବୈଠକରେ ଆଲୋଚନା ହେବ।

୧୯୬୦ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସ୍ବାକ୍ଷରିତ ଆଇଡବ୍ଲୁଟ ଅନ୍ତର୍ଗତ ପୂର୍ବର ସତଲେଜ୍‌, ବ୍ୟାସ ଏବଂ ରାବି ଆଦି ନଦୀର ପ୍ରାୟ ୩.୩ ନିୟୁତ ଏକର-ଫୁଟ- ଏମ୍‌ଏଏଫ ଜଳ ବାର୍ଷିକ ବ୍ୟବହାର ପାଇଁ ଭାରତକୁ ଆବଣ୍ଟିତ ହୋଇଥିଲା।

ସିନ୍ଧୁ, ଝେଲମ ଏବଂ ଚେନାବ ଆଦି ପଶ୍ଚିମ ନଦୀଗୁଡ଼ିକର ପ୍ରାୟ ୧୩୫ ଏମ୍‌ଏଏଫ ଜଳ ବାର୍ଷିକ ପାକିସ୍ତାନକୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri