Posted inଜାତୀୟ

ସିନ୍ଧୁ ଜଳ କମିଶନ ବୈଠକ, ପାକିସ୍ତାନରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୧।୩ : ସିନ୍ଧୁ ଜଳ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ୧୦ ଜଣିଆ ଭାରତୀୟ ପ୍ରତିନିଧି ଦଳ ମଙ୍ଗଳବାର ଇସଲାମାବାଦ୍‌ରେ ପହଞ୍ଚିଛନ୍ତି। ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନରେ ପହଞ୍ଚିଛନ୍ତି।

ଭାରତୀୟ ପ୍ରତିନିଧି ଦଳରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ, ଜାତୀୟ ଜଳ ବିଦ୍ୟୁତ୍‌ ନିଗମ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସାମିଲ ହେବେ। ପାକିସ୍ତାନ ପକ୍ଷରୁ ସିନ୍ଧୁ ଜଳ କମିଶନର ସୟଦ ମହମ୍ମଦ ମେହେର ଅଲି ଶାହା ନେତୃତ୍ୱ ନେବେ। ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ଅଧିକାରୀ ମଧ୍ୟ ଭାରତୀୟ ପ୍ରତିନିଧି ଦଳ ସହିତ ଇସଲାମାବାଦ୍‌ ଯାଇଛନ୍ତି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। ଗତ ବର୍ଷ ପାକିସ୍ତାନର ସିନ୍ଧୁ ଜଳ କମିଶନରଙ୍କ ନେତୃତ୍ୱରେ ଏକ ପାକିସ୍ତାନ ପ୍ରତିନିଧି ଦଳ ବାର୍ଷିକ ବୈଠକ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତୀୟ ସିନ୍ଧୁ ଜଳ କମିଶନର ପ୍ରଦୀପ କୁମାର ସାକ୍‌ସେନା କହିଛନ୍ତି ଯେ ସ୍ଥାୟୀ ସିନ୍ଧୁ ଜଳ କମିଶନ ବାର୍ଷିକ ବୈଠକ ପାକିସ୍ତାନର ଇସଲାମାବାଦରେ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

ଭାରତୀୟ ପ୍ରତିନିଧି ଦଳ ଫେବୃଆରୀ ୨୮ରେ ଅଟାରି ସୀମାରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିଥିଲେ। ପ୍ରତିନିଧି ଦଳ ମାର୍ଚ୍ଚ ୪ ରେ ଭାରତ ଫେରିବେ।
ଜମ୍ମୁ-କଶ୍ମୀରର ଚେନାବ ବେସିନରେ ପାକାଲ ଦୁଲା ୧,୦୦୦ ମେଗାୱାଟ, ଲୋୟର କାଲନାଇର ୪୮ ମେଗାୱାଟ, କିରୁର ୬୨୪ ମେଗାୱାଟ ଏବଂ ଲଦାଖର କିଛି ଛୋଟ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନର ଆପତ୍ତି ସମ୍ପର୍କରେ ବୈଠକରେ ଆଲୋଚନା ହେବ।

୧୯୬୦ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସ୍ବାକ୍ଷରିତ ଆଇଡବ୍ଲୁଟ ଅନ୍ତର୍ଗତ ପୂର୍ବର ସତଲେଜ୍‌, ବ୍ୟାସ ଏବଂ ରାବି ଆଦି ନଦୀର ପ୍ରାୟ ୩.୩ ନିୟୁତ ଏକର-ଫୁଟ- ଏମ୍‌ଏଏଫ ଜଳ ବାର୍ଷିକ ବ୍ୟବହାର ପାଇଁ ଭାରତକୁ ଆବଣ୍ଟିତ ହୋଇଥିଲା।

ସିନ୍ଧୁ, ଝେଲମ ଏବଂ ଚେନାବ ଆଦି ପଶ୍ଚିମ ନଦୀଗୁଡ଼ିକର ପ୍ରାୟ ୧୩୫ ଏମ୍‌ଏଏଫ ଜଳ ବାର୍ଷିକ ପାକିସ୍ତାନକୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri