ଧୀରେ ଧୀରେ କୋଳ ଭରୁଛି ଇନ୍ଦ୍ରାବତୀ

ଭବାନୀପାଟଣା,୨୩।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଅର୍ଥନୈତିକ ବିକାଶ ପାଇଁ ଇନ୍ଦ୍ରାବତୀର ଜଳ ସେଚନ ଏକ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି। ହେଲେ ଚଳିତବର୍ଷର ନିଅଣ୍ଟିଆ ବର୍ଷା ଇନ୍ଦ୍ରାବତୀ ପାଇଁ ସର୍ବକାଳୀନ ସର୍ବନିମ୍ନସ୍ତରକୁ ଜଳସ୍ତର ପହଞ୍ଚତ୍ବା ରେକର୍ଡ ସୃଷ୍ଟି କରିଥିଲା। ଚଳିତ ଖରିଫ ଜଳ ସେଚନ ୬୨୯.୬୮ମିଟର ଅର୍ଥାତ ୨୦.୯୨ପ୍ରତିଶତ ଜଳସ୍ତର ଥିବା ବେଳେ ଏକ ଅନିଶ୍ଚିତତା ମଧ୍ୟରେ ୧.୧୫ ଲକ୍ଷ୍ୟ ହେକ୍ଟର ଜମିରେ ଜଳ ସେଚନ ଆରମ୍ଭ କରାଯାଇଥିଲା। ତିନି ମାସରୁ ଊଦ୍ଧର୍‌ବ ସମୟ ଧରି ସୀମିତ ସମ୍ବଳ ମଧ୍ୟରେ ଜଳ ସେଚନ ଅବିରତ ଚାଲିବା ପରେ ଗୁରୁବାର ଜଳସ୍ତର ୫୮ ପ୍ରତିଶତକୁ ଛୁଇଁବା ପରେ ସମସ୍ତଙ୍କ ମୁଁହରେ ନିର୍ଭରତାର ହସ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଗୋଦାବରୀ ବେଶିନ ମଧ୍ୟରେ ଅବସ୍ଥିତ ଥିବା ବେଳେ ତାହାରି ପରିଧିର ୨୬୩୦ ବର୍ଗ କିଲୋମିଟର କେଚ୍ଚ ମେଣ୍ଟ ଇଲାକାରୁ ଜଳ ସଂଗୃହିତ ହୋଇ ୧୧୦ ବର୍ଗ କିଲୋମିଟର ବିସ୍ତୁତ ଜଳ ଭଣ୍ଡାର ମଧ୍ୟରେ ଜଳ ସଂଗୃହିତ ହେଉଛି। ଯାହାକି କଳାହାଣ୍ଡି ଜିଲା ପାଇଁ ଦୁଇ ଫସଲି ଚାଷ ଦେଇ ପାଳକ ସାଜି ଥାଏ। ପୁନଶ୍ଚ ଗୋଦାବରୀ ବେଶୀନର ପାଣି ଟନେଲ ମାଧ୍ୟମରେ ମହାନଦୀ ବେସିନର ଅଂଶ ବିଶେଷ ପାଲଟିଯାଏ। ଚଳିତବର୍ଷ ଅନିଶ୍ଚିତତା ମଧ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ଖରିଫ ଜଳ ସେଚନ ଆରମ୍ଭ କରାଯାଇଥିଲା। ବିଭିନ୍ନ ସମୟରେ ଲଘୁଚାପ ଜନିତ ବର୍ଷା ଏବେ ଜଳଭଣ୍ଡାରର ସ୍ଥିତିକୁ ଏକ ନିର୍ଭର ଯୋଗ୍ୟ ସ୍ଥାନରେ ପହଞ୍ଚାଇବା ସହିତ ଜଳସ୍ତର ୬୩୬ ମିଟରକୁ ଛୁଇଁ ପ୍ରାୟ ୫୮ ପ୍ରତିଶତରେ ପହଞ୍ଚତ୍ ଥିବା ଜଣାପଡ଼ିଛି। ଗତ ୩ ଦିନ ମଧ୍ୟରେ ବର୍ଷା ନ ହେବା ସତ୍ତ୍ବେ ମଧ୍ୟ ଚିରସ୍ରୋତା ଇନ୍ଦ୍ରାବତୀ, କପୁର, ମୂରାନ, ଓ ପୋଡ଼ା ଗଡ ସମେତ ଶତାଧିକ ପାହାଡି ଝରଣା ନିଜସ୍ବ ସ୍ରୋତ ରହିଥିବାରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୮୨.୬୬୧ କ୍ୟୁସେକ୍‌ ଜଳ ପଶୁଥିବା ବେଳେ ୭୮.୭୧ କ୍ୟୁସେକ୍‌ ଜଳ ବର୍ହିଗତ ହେଉଥିବା ଜଣାପଡିଛି। ସେହିପରି ପରବର୍ତ୍ତୀ ୩.୧୨ କ୍ୟୁସେକ୍‌ ଜଳ ବାଷ୍ପ ହୋଇ ଉପରକୁ ଉଠି ଯାଉଥାଏ ବୋଲି ପ୍ରକାଶ। ପରବର୍ତ୍ତୀ ସମୟରେ ଅଧିକ ବର୍ଷା ହେଲେ ଜଳ ପତ୍ତନର ଅଧିକ ସୁଧାର ଆସିବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି। ଗତ ବର୍ଷ ଆଜିର ଦିନରେ ୬୪୦.୩୬ ମିଟର ଅର୍ଥାତ ୮୫.୭୧୭ ପତିଶତ ରହିଥିଲା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri