କୋଭିଡ ମୁକାବିଲା : ଇନ୍ଦ୍ରମଣି ତ୍ରିପାଠୀ ବରଗଡ଼ ନୋଡାଲ ଅଫିସର ଭାବେ ନିଯୁକ୍ତ

ବରଗଡ଼ ଅଫିସ,୨୩।୯: ବରଗଡ଼ ଜିଲାରେ କରୋନା (କୋଭିଡ୍‌-୧୯) ମୁକାବିଲା ପାଇଁ ରାଜ୍ୟ ସରକାର ଅତିରିକ୍ତ ସଚିବ (ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ) ଇନ୍ଦ୍ରମଣି ତ୍ରିପାଠୀ ଜିଲାର ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବରୁ ବରଗଡ଼ ଜିଲାପାଳ ଭାବେ କାର୍ଯ୍ୟ କରିଥିବା ଯୋଗୁ ତ୍ରିପାଠୀଙ୍କ ଯୋଗଦାନ ଜିଲାର କରୋନା ମୁକାବିଲାରେ ସହାୟକ ହେବ ବୋଲି ଜିଲାବାସୀ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଛୁଟିରେ ଥିବାବେଳେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଛି।