Posted inଖେଳ

ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଇନ୍ଦୋର ଟେଷ୍ଟ, ହୋଇପାରେ ଏହି ୫ ରେକର୍ଡ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍‌ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ଭାରତର ଟିକେଟ୍‌ ନିଶ୍ଚିତ ହୋଇଯିବ। ଏହାଛଡ଼ା ମ୍ୟାଚ୍‌ରେ ଏଭଳି ଅନେକ ରେକର୍ଡ ହୋଇପାରେ। ଯେମିତିକି:-

-ତ୍ରିଶତକ ଲଗାଇ ପାରନ୍ତି କୋହଲି:
ବିରାଟ କୋହଲି ୩ ବର୍ଷ ଧରି ଟେଷ୍ଟରେ ଶତକ ମାରି ନ ଥିଲେ ହେଁ କ୍ୟାଚ୍‌ ଧରିବା ମାମଲାରେ ସେ ଏହି ରେକର୍ଡ କରିପାରନ୍ତି। ସେ ଏଯାବତ ୪୯୨ ମ୍ୟାଚ୍‌ରେ ୨୯୯ କ୍ୟାଚ୍‌ ଧରିଛନ୍ତି। ଏମିତିରେ ଆଉ ଗୋଟିଏ କ୍ୟାଚ୍‌ ଧରିଲେ ସେ ତ୍ରିଶତକ ରେକର୍ଡ ନିଜ ନାମରେ କରିବେ।

-୫୦୦ ଉଇକେଟରୁ ଗୋଟିଏ ପାଦ ଦୂରରେ ରବିନ୍ଦ୍ର ଜାଡେଜା:
ରବିନ୍ଦ୍ର ଜାଡେଜା ତାଙ୍କର ୫୦୦ ଅନ୍ତର୍ଜାତୀୟ ଉଇକେଟଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ସେ ବର୍ତ୍ତମାନ ଟେଷ୍ଟରେ ୨୫୯, ଦିନିକିଆରେ ୧୮୯ ଏବଂ ଟି -୨୦ ରେ ୫୧ ଉଇକେଟ ନେଇଛନ୍ତି। ଜାଡେଜା ଦିଲ୍ଲୀ ଟେଷ୍ଟର ହିରୋ ଥିଲେ। ସେ ଉକ୍ତ ଟେଷ୍ଟ ମ୍ୟାଚରେ ୧୦ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ରଖିଥିଲେ। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ସେ ୧୭ ଉଇକେଟ ନେଇ ସାରିଛନ୍ତି।

-ଇତିହାସ ରଚି ପାରନ୍ତି ରୋହିତ:
ଅଧିନାୟକ ଭାବରେ ରୋହିତ ୪ ଟେଷ୍ଟ ମ୍ୟାଚ ଜିତିଛନ୍ତି। ଇନ୍ଦୋର ଟେଷ୍ଟ ଜିତିବା ପରେ ସେ ପ୍ରଥମ ଭାରତୀୟ ଅଧିନାୟକ ହେବେ ଯିଏକି ଅଧିନାୟକ ଭାବରେ ଡେବ୍ୟୁରେ ପାଞ୍ଚଟି ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିଥିଲେ। ସେ ଏପର୍ଯ୍ୟନ୍ତ ଏହି ସିରିଜରେ ୨ ଟି ଟେଷ୍ଟ ଜିତିଛନ୍ତି।

-ଚତୁର୍ଥ ଥର ପାଇଁ ଭାରତ ଜିତିବ ବର୍ଡର-ଗାଭାସ୍କର ଟ୍ରଫି:-
ଟିମ ଇଣ୍ଡିଆ କ୍ରମାଗତ ୩ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। ଇନ୍ଦୋର ଟେଷ୍ଟ ଜିତିବା ପରେ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଟ୍ରଫି ଉପରେ କବ୍ଜା କରିବ।

-ସ୍ବଦେଶରେ ଲଗାତର ୧୬ ତମ ସିରିଜ ବିଜୟ:
ଇନ୍ଦୋର ଟେଷ୍ଟ ଜିତିବା ମାତ୍ରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ଉପରେ କବ୍ଜା କରିବ। ଏହା ଟିମ ଇଣ୍ଡିଆର କ୍ରମାଗତ ୧୬ ତମ ସିରିଜ ବିଜୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri