ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇନ୍ଦୋର-ମାଓ ଡେମୁ ପ୍ୟାସେଞ୍ଜର ଟ୍ରେନକୁ ଇନ୍ଦୋର ନିକଟ ରାଉସ୍ଥିତ ରାଙ୍ଗଓ୍ବାସା ରୋଡ ନିକଟରେ ଦଶ ମିନିଟ କଟକାଇଥିଲେ । ସେହି ସମୟରେ ରେଳବାଇର ଜଣେ କର୍ମଚାରୀ ରେଳଲାଇନ୍‌ ପାଖରେ ଥିବା ଛୋଟ ଜଳଖିଆ ଦୋକାନକୁ ଯାଇ ସିଙ୍ଗଡ଼ା କିଣି ଫେରୁଥିବା ଦେଖାଯାଇଛି।

ଲୋକୋ ପାଇଲଟ୍‌ଙ୍କୁ ଟ୍ରେନ୍‌ ଅଟକାଇବା, ସମୋସା କିଣିବା ଏବଂ ତାଙ୍କ ସିଟ୍‌କୁ ଫେରିବା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଏହା ପରେ ଟ୍ରେନ୍‌ଟି ଚାଲିଥିଲା।ସ୍ଥାନୀୟ ଲୋକମାନେ ଏକ ଭିଡିଓ ରେକର୍ଡ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାକୁ ସାଧାରଣରେ ସମାଲୋଚନା କରାଯିବା ସହ ବ୍ୟକ୍ତିଗତ କାମରେ ଟ୍ରେନ୍‌ ଅଟକାଇବାକୁ ନେଇ ପ୍ରଶ୍ନ ଉଠିଛି । ସତ୍ୟାସତ୍ୟ ଜାଣିବା ପାଇଁ ରେଳ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ବର୍ତ୍ତମାନ ରେଳବାଇ ସ୍ପଷ୍ଟୀକରଣ ଦେଇଛି । ଦାବି ସଂପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ । ହୋମ୍ ସିଗନାଲରେ ପୂର୍ବରୁ ଅଟକି ରହିଥିଲା ଟ୍ରେନ । ଯାତ୍ରୀବାହୀ ନୁହେଁ ମାଲବାହୀ ଟ୍ରେନ୍ ଥିଲା ।

 

Dharitri – Odisha’s No.1 Odia Daily

Share