ପୁରୁଷୋତ୍ତମପୁରରେ ନିର୍ମାଣ ହେବ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଲାଗି ଗୁରୁବାର ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସହ ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସୀମାଞ୍ଚଳ ମିଶ୍ର, ରମାରଞ୍ଜନ ଦାଶ, ପ୍ରଭାତ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଗୌଡ଼, ଅଶୋକ କୁମାର ମହାଙ୍କୁଡ଼ଙ୍କ ସମେତ ବହୁ କ୍ରୀଡ଼ାବିତ୍‌ ଓ ଜନପ୍ରତିନିଧି ଭିଡିଓ କନ୍‌ଫରେନି୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଠାରେ ଉତ୍ତମ ଖେଳ ପଡିଆର ଅଭାବ ରହିଥିବା ହେତୁ କ୍ରୀଡାବିତ୍‌ଙ୍କ ମଧ୍ୟରେ ରହିଥିବା ପ୍ରତିଭା ମାନ ବିକଶିତ ହୋଇ ନ ପାରି ଲୁକ୍କାୟିତ ଅବସ୍ଥାରେ ରହିଯାଉଛି। ଏଠାରେ ବହୁ ଜାତୀୟସ୍ତରର କ୍ରୀଡାବିତ୍‌ ରହିଥିଲେ ମଧ୍ୟ ପ୍ରୋତ୍ସାହନ ଅଭାବରୁ ସେମାନେ ଅଗ୍ରଗତି କରିପାରୁଥିବା ର କହି ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ଲାଗି ଦାବି ଜଣାଇଥିଲେ। ଏହାକୁ ଗୁରୁତର ସହ ନେଇ ୫ଟି ସଚିବ ପୁରୁଷୋତ୍ତମପୁରଠାରେ ଅତିଶୀଘ୍ର ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବାର ପ୍ରତିଶ୍ରୁତି ଦେବାସହ କ୍ରୀଡ଼ାବିତ୍‌ ଓ ଯୁବ ଗୋଷ୍ଠୀଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ।